ସ୍ବିଜରଲ୍ୟାଣ୍ଡ୍‌ରୁ ମିଳିଥିବା ବ୍ଲାକ୍‌ ମନି ତଥ୍ୟ ଦେବାକୁ ମନା କଲେ ସରକାର


ସ୍ବିଜରଲ୍ୟାଣ୍ଡ୍‌ରେ ବହୁ ସଂଖ୍ୟାରେ ଭାରତୀୟ କୋଟିପତି କୋଟି କୋଟି ଟଙ୍କାର ବ୍ଲାକ୍‌ ମନି ଗଚ୍ଛିତ କରିଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଲଗାତର ଚର୍ଚ୍ଚା ହୋଇ ଆସୁଛି। ଏହି ବ୍ଲାକ୍‌ ମନିକୁ ଭାରତ ଫେରାଇ ଅଣାଯାଇ ପାରିଲେ ଦେଶର ଅର୍ଥନୀତି ଅଧିକ ସୃଦ୍ଧ ହୋଇପାରିବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି। ମାତ୍ର ଏହାକୁ କାର୍ଯ୍ୟକାରୀ କରିବା ସହଜ ବ୍ୟାପାର ନୁହେଁ। ତେଣୁ ଯେତେ ଆଲୋଚନା ପର୍ଯ୍ୟାଲୋଚନା ହେଲେ ବା ସରକାର ବଦଳିଲେ ମଧ୍ୟ ସ୍ବିଜରଲ୍ୟାଣ୍ଡ୍‌ରୁ ଭାରତୀୟଙ୍କ ବ୍ଲାକ ମନି ଫେରାଇ ଅଣାଇବା ସମ୍ଭବ ହୋଇପାରି ନାହିଁ।

ଏହିପରି ଏକ ସ୍ଥିତିରେ ଏକ ଜାତୀୟ ଗାଣମାଧ୍ୟମ ସଂସ୍ଥାର ଜଣେ ସାମ୍ବାଦିକ ସ୍ବିଜରଲ୍ୟାଣ୍ଡ୍‌ ସରକାରଙ୍କ ପକ୍ଷରୁ ଭାରତ ସରକାରଙ୍କ ପାଖକୁ ବ୍ଲାକ୍‌ ମନି ମହଜୁଦ ରହିଥିବା ନେଇ ଯେଉଁ ତଥ୍ୟ ଆସିଛି, ତାହା ଜାଣିବା ପାଇଁ ସୂଚନାଧିକାର ଆଇନ ବଳରେ ଜାଣିବା ପାଇଁ ଆବେଦନ କରିଥିଲେ। ମାତ୍ର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏହି ତଥ୍ୟ ଦିଆଯାଇ ପାରିବ ନାହିଁ ବୋଲି ଦର୍ଶାଇଛନ୍ତି। ଭାରତ ଓ ସ୍ବିଜରଲାଣ୍ଡ ମଧ୍ୟରେ ଯେଉଁ ରାଜିନାମା ରହିଛି, ତାହାର ଏହା ଉଲ୍ଲଙ୍ଘନ କରୁଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେଣୁ ଏପରି ତଥ୍ୟ ବାହାକୁ ଦେଇ ହେବ ନାହିଁ ବୋଲି ସାମ୍ବାଦିକ ଜଣକ ମାଗିଥିବା ତଥ୍ୟରେ ଉଲ୍ଲେଖ ରହିଛି।

ଭାରତୀୟଙ୍କ ବ୍ଲାକ୍‌ ମନି ସ୍ବିଜରଲ୍ୟାଣ୍ଡ୍‌ ବ୍ୟାଙ୍କ୍‌ରେ ଗଚ୍ଛିତ ରହିବା ନେଇ ଭାରତ ସରକାରଙ୍କ ପାଖରେ ତଥ୍ୟ ରହିଛି। ଏଥିସହ ଭାରତ ସରକାରଙ୍କୁ ଏ ବାବଦରେ ଟିକସ ଆସିଥିବା ସୂଚନା ଅଧିକାର ଆଇନ ବଳରେ ମାଗା ଯାଇଥିବା ତଥ୍ୟରେ ଉଲ୍ଲେଖ ରହିଛି। ହେଲେ କେଉଁ ଭାରତୀୟ କେତେ ଅର୍ଥ ସ୍ବିଜରଲ୍ୟାଣ୍ଡ୍‌ ବ୍ୟାଙ୍କରେ ଜମା କରିଛନ୍ତି, ତାହା ଜଣାପଡ଼ି ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ