ଭାରତୀୟ କମ୍ପାନୀ ସହ ବୁଝାମଣା ଉପରେ କତାର ଏୟାରୱେଜ୍‌ର ଜୋର୍‌


ୟୁଏଇ ଭିତ୍ତିକ ବିମାନ ଚଳାଚଳ କମ୍ପାନୀ କତାର ଏୟାର୍‌ୱେଜ୍‌ ଭାରତୀୟ ବିମାନ ଚଳାଚଳ କମ୍ପାନୀ ସହ ବୁଝାମଣା କରିବା ଉପରେ ବେଶ୍‌ ଜୋର୍‌ ଦେଇଛି। ନିକଟରେ ଏହି କମ୍ପାନୀ ଭାରତରୁ ଦୋହାକୁ ଚଳାଚଳ କରୁଥିବା ବିମାନରେ ଅସ୍ଥାୟୀ ଭାବେ ଏହାର ଧାରଣ କ୍ଷମତା ବଢ଼ାଇବା ସକାଶେ ଅନୁରୋଧ କରିଛି। ତେବେ କୌଣସି ବି ଭାରତୀୟ କମ୍ପାନୀ ପକ୍ଷରୁ କିଛି ବି ପ୍ରସ୍ତାବ ଆସିଲେ, ତାହାକୁ ଏହି ବିମାନ ଚଳାଚଳ କମ୍ପାନୀ ଗୁରତ୍ବ ସହକାରେ ବିଚାର କରିବ ବୋଲି ଗୁରୁବାର ପ୍ରକାଶ କରିଛି। ନୂଆଦିଲ୍ଲୀ-ଦୋହା ଓ ମୁମ୍ବାଇ-ଦୋହା ମଧ୍ୟରେ ଚଳାଚଳ କରୁଥିବା ୨୮ଟି ସାପ୍ତାହିକ ବିମାନର ଚଳାଚଳ ଉପରେ ରୋକ ଲାଗିଥିବାରୁ କତାର-ଭାରତ ବାୟୁମାର୍ଗରେ ଉଡ଼ାଣ ଭରୁଥିବା ବିମାନରେ କିପରି ଭାବେ ଅଧିକ ଯାତ୍ରୀ ଯାଇପାରିବେ, ତାହାର ଆବଶ୍ୟକତା ବୃଦ୍ଧି ପାଇଛି। ବିଶେଷକରି ଭାରତୀୟ କମ୍ପାନୀ ଜେଟ୍‌ ଏୟାରୱେଜ୍‌ ଗତ ଏପ୍ରିଲ୍‌ ୧୭ ତାରିଖରେ ଏହାର ଉଡ଼ାଣ ବନ୍ଦ କରିଦେଇଥିବାରୁ କତାର ଏୟାରୱେଜ୍‌ ଉପରେ ଅଧିକ ଯାତ୍ରୀ ପରିବହନ ଚାପ ବଢ଼ିଯାଇଛି।

ଏ ସଂକ୍ରାନ୍ତରେ ଏୟାର୍‌ୱେଜ୍‌ ପକ୍ଷରୁ କୁହାଯାଇଛି ଯେ ଭାରତୀୟ ବିମାନ ଚଳାଚଳ କମ୍ପାନୀ ହେଉ କି ଅନ୍ୟାନ୍ୟ କୌଣସି ଏୟାରଲାଇନ୍ସ, କତାର ଏୟାର୍‌ୱେଜ୍‌ କାହା ସହିତ ବି ବୁଝାମଣା କରିବା ସକାଶେ ତା’ର ଦ୍ବାର ଉନ୍ମୁକ୍ତ ରଖିଛି। ବିଶେଷକରି ଭାରତୀୟ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଆମ ପାଖକୁ କୌଣସି ପ୍ରକାର ପ୍ରସ୍ତାବ ଆସିଲେ, ଆମେ ତାହାକୁ ସହର୍ଷ ସ୍ବାଗତ କରିବୁ ବୋଲି କମ୍ପାନୀ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। କିଛି ଦିନ ତଳେ ଏହି ଗଲ୍‌ଫ ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଭାରତ-କତାର ଯାତ୍ରା କରୁଥିବା ବିମାନରେ ଅଧିକ ଯାତ୍ରୀଙ୍କୁ ପରିବହନ ପାଇଁ ସାମୟିକ ଅନୁମତି ଦେବା ସକାଶେ ଅନୁରୋଧ କରାଯାଇଛି। ଦୋହାଠାରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ସେଠାରୁ ନିଷ୍କାସିତ କରିବା ସକାଶେ ଏପରି ଅନୁମତି ଦେବା ସକାଶେ ଏୟାରଲାଇନ୍ସ ପକ୍ଷରୁ ଅନୁରୋଧ କରାଯାଇଛି। ବର୍ତ୍ତମାନ ଯାତ୍ରୀମାନଙ୍କ ଯାତାୟାତ ସମୟ ହୋଇଥିଲେ ହେଁ ସଠିକ୍‌ ସମୟରେ ଓ ଆବଶ୍ୟକ ସଂଖ୍ୟାରେ ଯାତ୍ରୀ ଦୋହାକୁ ଯାଇପାରୁ ନ ଥିବାରୁ ବିମାନ ଭଡ଼ା ମଧ୍ୟ ଅପ୍ରତ୍ୟାଶିତ ଭାବେ ବଢ଼ିଯାଇଛି। ଗତ ୨୦୦୯ଠାରୁ କତାର ଓ ଭାରତ ମଧ୍ୟରେ ଯାତାୟାତ କରୁଥିବା ବିମାନରେ ଯାତ୍ରୀସଂଖ୍ୟା ବୃଦ୍ଧି ଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।