ଘର ପାଇବାକୁ ବର୍ଷେ ଟପିଲେ ଅର୍ଥ ଫେରସ୍ତ ଦାବି କରିପାରିବେ ଜମାକାରୀ: ଏନ୍‌ସିଡିଆର୍‌ସି


ରହିବା ପାଇଁ ଘର ଖଣ୍ଡେ ପାଇବା ସକାଶେ ଲକ୍ଷ ଲକ୍ଷ ଟଙ୍କା ଅଗ୍ରୀମ ଦେଇ ବି ଅନିଶ୍ଚିତତା ଭିତରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଆଶ୍ବସ୍ତିକର ଖବର ଆସିଛି। ଟଙ୍କା ଜମା କରିବାର ବର୍ଷକ ମଧ୍ୟରେ ଚୁକ୍ତି ଅନୁସାରେ ଘର ନ ମିଳିଲେ ଜମାକାରୀ ଟଙ୍କା ଫେରସ୍ତ ପାଇଁ ଦାବି କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି ନ୍ୟାସନାଲ୍‌ କନ୍‌ଜୁମର ଡିସପୁଟ୍ସ ରିଡ୍ରେସାଲ କମିଶନ (ଏନ୍‌ସିଡିଆର୍‌ସି)। ପୂର୍ବରୁ ଏନେଇ ମାମଲା ସୁପ୍ରିମକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲେ ବି କେତେଦିନ ଭିତରେ ଜମାକାରୀ ଅର୍ଥ ଫେରସ୍ତ ପାଇଁ ଦାବି କରିପାରିବେ, ତାହା ସ୍ପଷ୍ଟ ହୋଇ ନ ଥିଲା।

ଏଥିସହ ଏନ୍‌ଡିଆର୍‌ସି ଆହୁରି କହିଛନ୍ତି ଯେ ଘର ପ୍ରଦାନ କରିବାରେ ଯଦି ସମ୍ପୃକ୍ତ ଗୃହ ନିର୍ମାଣକାରୀ ସଂସ୍ଥା ବର୍ଷରୁ ଅଧିକ ବିଳମ୍ବ କରନ୍ତି, ତାହେଲେ ବର୍ଷକୁ ୬ ପ୍ରତିଶତ ହାରରେ ଜମା ଟଙ୍କାର ସୁଧ ସହ ଫେରସ୍ତ କରିବେ। ଅନ୍ୟପକ୍ଷରେ ଗୃହ ନିର୍ମାଣକାରୀ ସଂସ୍ଥା ପକ୍ଷରୁ କିସ୍ତି ଖିଲାପକାରୀଙ୍କ କ୍ଷେତ୍ରରେ ୧୦ ପ୍ରତିଶତ ଜମା ବାବଦ ଅର୍ଥ କାଟି ଦେବା ପାଇଁ ହୋଇଥିବା ପିଟିସନକୁ ଏନ୍‌ଡିଆର୍‌ସି ଖାରଜ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ