ଗରମରେ ପିଅନ୍ତୁ ୱାଟର ମିଲନ ସ୍ମୁଦି


ଗରମ ଦିନ ଆସିଲେ ସବୁବେଳେ ଗଳା ଶୁଖିଗଲା ଭଳି ଅନୁଭବ ହୁଏ। ଏହି ଦିନେ କିଛି ଖାଇବା ବଦଳରେ ଥଣ୍ଡା ଥଣ୍ଡା ପାନୀୟ ପିଇବାକୁ ଇଚ୍ଛା ହୋଇଥାଏ। ତେଣୁ ବଜାରରୁ କୋଲ୍ଡ ଡ୍ରିଙ୍କସ୍‌ କିମ୍ବା ପ୍ୟାକଡ୍‌ ଜୁସ୍‌ ପିଇବା ବଦଳରେ ଆପଣ ଘରେ ସ୍ବାଦିଷ୍ଟ ସ୍ମୁଦି ତିଆରି କରନ୍ତୁ, ତାହା ବି ତରଭୁଜରେ। ଗରମ ଦିନେ ଖାଇବା ଲାଗି ତରଭୁଜ ସବୁଠାରୁ ଲାଭଦାୟକ ଫଳ। ତେଣୁ ତରଭୁଜ ଖାଇବା ସହିତ ଏହାର ସ୍ମୁଦି ତିଆରି କରି ପିଇ ମଧ୍ୟ ପାରିବେ। ଏହାକୁ ଘରକୁ ଆସିଥିବା ଅତିଥିଙ୍କୁ ସ୍ନାକ୍‌ସ ସହିତ ମଧ୍ୟ ପରଷି ପାରିବେ।

କ’ଣ ଦରକାର
୨ କପ୍‌ କଟା ତରଭୁଜ, ୨ ଚାମଚ ମ୍ୟାଙ୍ଗୋ ଜାମ୍‌, ୧ ଚାମଚ ମହୁ, ୨ ପାଖୁଡ଼ା ପୁଦିନା ପତ୍ର, ୧ କପ୍‌ ଦହି, ୩ରୁ ୪ଟି ଖଣ୍ଡ ବରଫ।

ପ୍ରସ୍ତୁତ ପ୍ରଣାଳୀ

ଫୁଡ୍‌ ପ୍ରୋସେସରରେ ତରଭୁଜ ଖଣ୍ଡ, ମହୁ, ପୁଦିନା ପତ୍ର ପକାଇ ଭଲ ଭାବେ ମିକ୍ସ କରନ୍ତୁ। ଏବେ ଏଥିରେ ଦହି ପକାଇ ପୁଣିଥରେ ଭଲ ଭାବେ ବ୍ଲେଣ୍ଡରରେ ମିକ୍ସ କରନ୍ତୁ। ସର୍ଭ କରିବା ପୂର୍ବରୁ ମ୍ୟାଙ୍ଗୋ ଜାମ୍‌କୁ ଗ୍ଲାସ୍‌ରେ ଭଲ ଭାବେ ରଖନ୍ତୁ। ବରଫ ପକାନ୍ତୁ ଓ ତରଭୁଜ ସ୍ମୁଦିକୁ ଗ୍ଲାସ୍‌ରେ ଢାଳି ଥଣ୍ଡା ଥଣ୍ଡା ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।