ସମ୍ପର୍କ ସୁଧାରିବା ପ୍ରୟାସରେ ରୁଷ ଓ ଆମେରିକା


ସୋଚି: ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ରୁଷ ଗସ୍ତରେ ଆସି ମଙ୍ଗଳବାର ରୁଷର ସୋଚି ଠାରେ ପଦାର୍ପଣ କରିଛନ୍ତି। ଆମେରିକା ଓ ରୁଷ ମଧ୍ୟରେ  ହେବାକୁ ଥିବା ଶିଖର ବୈଠକ ପରିପ୍ରେକ୍ଷୀରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ଲାଗି ଦୁଇ ଦେଶ ରାଜି ବୋଲି ଉଭୟ ଦେଶ ମତବ୍ୟକ୍ତ କରିଛନ୍ତି। ଭେନେଜୁଏଲା ଉପରେ ଚାପ ବଢ଼ାଇବା ଓ ଇରାନ ସଂକଟ ଭଳି ବିଭିନ୍ନ ପ୍ରସଙ୍ଗରେ ଆମେରିକା ଓ ରୁଷ ମଧ୍ୟରେ ଥିବା ଅସହମତି ଦୂର ଲାଗି କଥାବାର୍ତ୍ତା କରିବାକୁ ମାଇକ ପମ୍ପିଓ ମଙ୍ଗଳବାର ରୁଷର ସୋଚି ସହରରେ ପହଞ୍ଚିଥିବା ଜଣାଯାଇଛି।

ରୁଷର ବୈଦେଶିକ ମନ୍ତ୍ରୀ ସରଜେଇ ଲଭରେଭ ଓ ପରେ ପରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ କଥାବାର୍ତ୍ତା ଆରମ୍ଭ ହେବା ପୂର୍ବରୁ ପମ୍ପିଓ ଦୁଇ ପ୍ରତିଦ୍ବନ୍ଦ୍ବୀ ଦେଶ ମଧ୍ୟରେ ସମ୍ପର୍କକୁ ମଜଭୁତ କରିବା ଲାଗି ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଦୁଇ ମହାଶକ୍ତି ମଧ୍ୟରେ ସମ୍ପର୍କକୁ ସୁଧାରିବା ଲାଗି ଚାହାନ୍ତି। ପମ୍ପିଓ ପୁଣି କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ମତଭେଦ ନିଶ୍ଚିତ ରହିଛି। ପ୍ରତି ଦେଶ ନିଜ ଦେଶର ଜନସାଧାରଣ ଓ ଦେଶର ସ୍ବାର୍ଥ ଲାଗି ଯତ୍ନବାନ ହୋଇଥାଏ। ମାତ୍ର ଏହାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ପ୍ରସଙ୍ଗରେ ଆମର ନିଷ୍ପତ୍ତି ପ୍ରତିକୂଳ ହେବ। ଆମେରିକା-ରୁଷ ସମ୍ପର୍କରେ ନୂତନ ଅଧ୍ୟାୟ ଖୋଲିବାକୁ ରୁଷ ଚାହେଁ ବୋଲି ରୁଷ ବୈଦେଶିକ ମନ୍ତ୍ରୀ ସରଜେଇ ଲଭରୋବ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ