ସରିଲା କେନ୍ଦ୍ରୀୟ ଟିମ୍‌ର ‘ଫୋନି’ କ୍ଷୟକ୍ଷତି ଅନୁଧ୍ୟାନ: ୧୨ ହଜାର କୋଟିର କ୍ଷୟକ୍ଷତି ଆକଳନ


ଭୁବନେଶ୍ବର: ‘ଫୋନି’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ ବୁଧବାର ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍‌। ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତ ଓଡ଼ିଶାକୁ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ସବୁପ୍ରକାରର ସହାୟତା ଯୋଗାଇ ଦେବାକୁ କେନ୍ଦ୍ରୀୟ ଟିମ୍ ପ୍ରତିଶ୍ରୁତି ଦେଇଛି। ଏହାସହିତ ଓଡ଼ିଶା ସରକାରଙ୍କ ବାତ୍ୟା ‘ଫୋନି’ ପାଇଁ ପୂର୍ବ ପ୍ରସ୍ତୁତି ଓ ପରବର୍ତ୍ତୀ ପରିଚାଳନାକୁ କେନ୍ଦ୍ରୀୟ ଟିମ୍ ପ୍ରଶଂସା କରିଛି। ବାତ୍ୟା ‘ଫୋନି’ ରାଜ୍ୟରେ ୧୧ ହଜାର ୯୪୨ କୋଟି ୬୮ ଲକ୍ଷ ଟଙ୍କାର କ୍ଷୟକ୍ଷତି କରିଛି। ଏଭଳି ଆକଳନ କରିଛି ‘ଫୋନି’ କ୍ଷୟକ୍ଷତି ଅନୁଧ୍ୟାନ କରିଥିବା କେନ୍ଦ୍ରୀୟ ଟିମ୍‌। କଟକ  ପୁରୀ ଖୋର୍ଦ୍ଧା ବୁଲି ଦେଖିବା ପରେ କେନ୍ଦ୍ରୀୟ ଟିମ୍‌ ବୁଧବାର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲା । ପୂର୍ବରୁ ରାଜ୍ୟ ସରକାର ଫୋନି ଯୋଗୁଁ ୧୭ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରିଥିଲେ। ଆଉ କେନ୍ଦ୍ର ମଧ୍ୟ ତ୍ବରିତ ପଦକ୍ଷେପ ନେଇଥିବା ଜଣାଇଛନ୍ତି। ଫୋନି ଯୋଗୁ ପୁରୀ ଜିଲ୍ଳାରେ ଅଧିକ କ୍ଷୟକ୍ଷତି ହୋଇଥିବା ବେଳେ ବାକି ଅଞ୍ଚଳ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ସ୍ବିକାର କରିଛି କେନ୍ଦ୍ରୀୟ ଟିମ୍‌।

କେନ୍ଦ୍ର ଗୃହ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିବେକ୍‌ ଭରଦ୍ବାଜଙ୍କ ନେତୃତ୍ବରେ ଆସିଥିବା ୧୧ ଜଣିଆ ଟିମ୍ ୩ ଦିନ ଧରି ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର ବାତ୍ୟାଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ବିପନ୍ନଙ୍କୁ ଭେଟି ଆଲୋଚନା କରିଥିଲେ। ବୁଧବାର ଶେଷ ଦିନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବାତ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ କେନ୍ଦ୍ରୀୟ ଟିମ୍। ପ୍ରଥମେ କଳିଙ୍ଗ ଷ୍ଟାଡିୟମ ଯାଇ କ୍ଷୟକ୍ଷତିର ଆକଳନ କରିଥିଲେ। ଏହାପୂର୍ବରୁ କଟକ ଜିଲ୍ଲାରେ ବିଭିନ୍ନ ଅଞ୍ଚଳ ଓ କଣ୍ଟାପଡ଼ା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଥିଲେ କେନ୍ଦ୍ରୀୟ ଟିମ୍‌ । ନିଆଳି ଓ ବେଗୁନିଆରେ ବି କ୍ଷୟକ୍ଷତିର ଆକଳନ କରିଥିଲା ଟିମ୍‌। ପ୍ରଥମ ଦିନରେ କେନ୍ଦ୍ରୀୟ ଟିମ୍ ଖୋର୍ଦ୍ଧା ଓ ପୁରୀରେ କ୍ଷୟକ୍ଷତି ଆକଳନ କରିଥିଲେ। ଏହାପରେ ସଚିବାଳୟରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବାତ୍ୟା କ୍ଷୟକ୍ଷତି ସ୍ଥିତି ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ। ଚଳିତ ମାସ ଶେଷ ସୁଦ୍ଧା କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ କେନ୍ଦ୍ରକୁ ଦିଆଯିବ। ଯେଉଁଥିରେ କ୍ଷୟକ୍ଷତିର ପରିମାଣ ବଢ଼ିପାରେ। ତେବେ ହାଇ ପାଓ୍ବାର ଟ୍ରାନ୍ସମିଶନ ଲାଇନ୍‌ କ୍ଷତିଗ୍ରସ୍ତ ହୋଇଥିବାରୁ  ବିଦ୍ୟୁତ୍‌ ସେବା କ୍ଷେତ୍ରରେ କିଛି ନିୟମ ପରିବର୍ତ୍ତନ କରିବାକୁ କେନ୍ଦ୍ରକୁ ସୁପାରିସ କରାଯାଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ଫୋନି ବାତ୍ୟାର ପରବର୍ତ୍ତୀ ମୁକାବିଲା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ୍ଣ ସହାୟତା କରିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଅଧିକାରୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।