ଇସିଙ୍କୁ ଟାର୍ଗେଟ୍‌ କଲେ ମମତା


କୋଲକାତା: ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗକୁ ନେଇ ରାଜନୈତିକ ଦୃଶ୍ୟପଟ୍ଟରେ ସବୁଠାରୁ ବେଶୀ ହଟଚମଟ୍ଟ ସୃଷ୍ଟି ହେବାରେ ଲାଗିଛି। ନିର୍ବାଚନ କମିଶନ ତାଙ୍କ ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରି ଗୁରୁବାର ରାତି ୧୦ଟା ସୁଦ୍ଧା ପଶ୍ଚିମବଙ୍ଗରେ ନିର୍ବାଚନ ଶେଷ କରିବା ପାଇଁ ନିର୍ଦେଶ ଦେବା ପରେ ମମତା କ୍ଷୁବ୍ଧ ହୋଇଛନ୍ତି। ନିର୍ବାଚନ କମିଶନ ବିଜେପି ଦ୍ବାରା ପରିଚାଳିତ ହେଉଛନ୍ତି। ଯଦି ହିଂସାକାଣ୍ଡ ପାଇଁ ଆଗୁଆ ନିର୍ବାଚନ ପ୍ରଚାର ବନ୍ଦ କରିବାର ଥିଲା, ତାହେଲେ କ’ଣ ପାଇଁ ଆଜି ପ୍ରଚାର ବନ୍ଦ କରାଗଲା ନାହିଁ ବୋଲି ମମତା ପ୍ରଶ୍ନ କରିଛନ୍ତି।

ମମତାଙ୍କ କହିବା କଥା ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନ ପ୍ରଚାରକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଆଜି ପ୍ରଚାର ଶେଷ କରିବା ପାଇଁ ନିର୍ଦେଶ ନ ଦେଇ ଗୁରୁବାର ରାତି ୧୦ଟାକୁ ଡେଡ୍‌ଲାଇନ୍‌ ଧାର୍ଯ୍ୟ କରିଛନ୍ତି। ଅମିତ ଶାହଙ୍କ ରାଲିରେ ୧୫ରୁ ୨୦ କୋଟି ଟଙ୍କା ବ୍ୟୟ ହୋଇଛି। ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନରୁ ବିଜେପି ଗୁଣ୍ଡାମାନଙ୍କୁ ଆଣି ରୋଡ୍‌ ଶୋ’ କରିବା ସହ କୋଲକାତାରେ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି କଲେ ବୋଲି ମମତା ଅଭିଯୋଗ ଆଣିଛନ୍ତି। ମୋଦି ମୋ ସହ ରାଜନୈତିକ ଲଢେଇ ଲଢି ପାରିବେ ନାହିଁ। କେନ୍ଦ୍ରୀୟ ବଳ ମୁତୟନ କରି ମୋଦି କୋଲକାତାରେ ହିଂସାକାଣ୍ଡ ସୃଷ୍ଟି କରୁଛନ୍ତି ବୋଲି ମମତା ଗୁରୁତର ଅଭିଯୋଗ ଆଣିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ