ପଶ୍ଚିମବଙ୍ଗରେ ଆଗୁଆ ନିର୍ବାଚନ ପ୍ରଚାର ଶେଷ ପାଇଁ ଇସିଙ୍କ ନିର୍ଦେଶ


ନୂଆଦିଲ୍ଲୀ: ମେ ୧୯ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡକୁ ନେଇ ନିର୍ବାଚନ କମିଶନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ନିର୍ବାଚନ କମିଶନ ତାଙ୍କ ସ୍ବତନ୍ତ୍ର କ୍ଷମତା ପ୍ରୟୋଗ କରି ୧୬ ତାରିଖ ରାତି ୧୦ଟା ସୁଦ୍ଧା ନିର୍ବାଚନ ପ୍ରଚାର ଶେଷ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ସାଧରଣତଃ ମତଦାନର ଗୋଟିଏ ଦିନର ପୂର୍ବ ସନ୍ଧ୍ୟା ସୁଦ୍ଧା ପ୍ରଚାର ଶେଷ କରିବା ପାଇଁ ନିୟମ ରହିଛି। ମାତ୍ର ପଶ୍ଚିମବଙ୍ଗରେ ହିଂସାକାଣ୍ଡକୁ ଦେଖି ନିର୍ବାଚନ କମିଶନ ସମ୍ବିଧାନର ଧାରା ୩୨୪ କ୍ଷମତା ବଳରେ ଏପରି ନିର୍ଦେଶ ଦେଇଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ କୋଲକାତା ରାଲି ବେଳେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ମହାନ ଜନନାୟକ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିକୁ କେତେକ ଦୁର୍ବୃତ୍ତ ଭାଙ୍ଗି ଦେଇଥିବାରୁ ନିର୍ବାଚନ କମିଶନ ଏଥିପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏଥିସହ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ସରକାରଙ୍କ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏଡିଜି (ସିଆଇଡି) ରାଜୀବ କୁମାର ଓ ଗୃହ ବିଭାଗର ପ୍ରମୁଖ ସଚିବ ଅଟ୍ରି ଭଟ୍ଟାଚାର୍ଯ୍ୟଙ୍କୁ ତୁରନ୍ତ ବଦଳି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ