କୋଲକାତା ହିଂସାକାଣ୍ଡକୁ ନେଇ ମୋଦି-ମମତା ମୁହାଁମୁହିଁ


କୋଲକାତା: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କୋଲକାତାରେ ରୋଡ ଶୋ’ କରିବା ବେଳେ ଦେଖା ଦେଇଥିବା ହିଂସାକାଣ୍ଡକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହାଁମୁହିଁ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପ୍ରଚାର ଅବସରରେ ମମତାଙ୍କୁ ସିଧାସଳଖ ଟାର୍ଗେଟ୍‌ କରି କହିଛନ୍ତି ଯେ ସେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି। ଅନ୍ୟପକ୍ଷରେ ଟିଏମ୍‌ସି ପକ୍ଷରୁ ମଧ୍ୟ ବିଜେପି କର୍ମୀଙ୍କ ଗୁଣ୍ଡାରାଜର ଭିଡିଓ ଫୁଟେଜ୍‌ ପ୍ରମାଣ ସ୍ବରୁପ ନିର୍ବାଚନ କମିଶନଙ୍କୁ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅବସରରେ କହିଛନ୍ତି ଯେ ଦିଦିଙ୍କ ଗୁଣ୍ଡାମାନେ ବନ୍ଧୁକ ଓ ବୋମା ଧରି ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ପଶ୍ଚିମବଙ୍ଗ  ଲୋକେ ରାଜ୍ୟରେ ଶାସନ ବଦଳାଇ ଦିଦିଙ୍କୁ କ୍ଷମତାକୁ ଆଣିଥିଲେ। ମାତ୍ର ଦିଦି ଲୋକଙ୍କ ଆଶାରେ ପାଣି ଭରିବା ସହ ଦମନମୂଳକ ଶାସନ ଜରିଆରେ ଲୋକମତକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଲୋକେ ଆସନ୍ତା ନିର୍ବାଚନରେ ନିଶ୍ଚୟ ଜାବାବ ଦେବେ। ବିଜେପିର ଉତ୍‌ଥାନରେ ଦିଦି ଡରି ଯାଇଛନ୍ତି।

ଅନ୍ୟପକ୍ଷରେ ଟିଏମ୍‌ସି ପକ୍ଷରୁ ଜନନାୟକ ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତ ଭାଙ୍ଗିବା ନେଇ ଏକାଧିକ ଭିଡିଓ ଚିତ୍ର ସମ୍ବଳିତ ତଥ୍ୟ ନିର୍ବାଚନ କମିଶନକୁ ଦିଆଯାଇଛି। ସାଂସଦ ଡେରେକ ଓ’ ବ୍ରାଏନଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କୁ ଭେଟିବା ସହ ସମସ୍ତ ହିଂସାକାଣ୍ଡ ପାଇଁ ବିଜେପି ଦାୟୀ ବୋଲି ଅଭିଯୋଗ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।