ପୁରୀ ଜିଲ୍ଲା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‍ ଘୋଷଣା

ପରିବାର ପିଚ୍ଛା ୫୦ କେଜି ଚାଉଳ, ପ୍ରତି ୧୦ ଦିନରେ ଅଢ଼େଇ ଲିଟର କିରାସିନି

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଜିଲ୍ଲା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି ଫୋନି ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରି ଏହି ଘୋଷଣା କରିଛନ୍ତି। ପ୍ରତି ପରିବାରକୁ ପରିବାରକୁ ୫୦ କେଜି ଲେଖାଏଁ ଚାଉଳ ଓ ମାଗଣାରେ ପ୍ରତି ୧୦ ଦିନରେ ଥରେ ଅଢେଇ ଲିଟର କିରାସିନି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ଏହି କିରାସିନ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ରାସନ କାର୍ଡ଼ ନ ଥିବା ଲୋକଙ୍କୁ ମଧ୍ୟ ଏହି ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ୨ ମାସ ପାଇଁ ମଧ୍ୟ ମାଗଣାରେ ସାନିଟାରୀ ନାପ୍‌କିନ୍‌ ବଣ୍ଟନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଭାବିତ ଅଞ୍ଚଳରେ ୧୦ ଲକ୍ଷ ମହମବତୀ ମାଗଣାରେ ବଣ୍ଟନ ହେବ। ପୁରୀ ଜିଲ୍ଲାକୁ ବିଦ୍ୟୁତ୍‌ ଯୋଗାଣ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀକୁ ବିଦ୍ୟୁତ୍‌ ଯୋଗାଉଥିବା ସମସ୍ତ ୩ଟି ଗ୍ରୀଡ୍‌ ନଷ୍ଟ ହୋଇଥିଲା।ସେଥିମଧ୍ୟରୁ ବୁଧବାର ଗୋଟିଏ ଗ୍ରୀଡ୍‌କୁ ସମ୍ପୂର୍ଣ୍ଣ ଠିକ୍‍ କରି ଦିଆଯାଇଛି। ପୁରୀ, ନିମାପଡ଼ା, କୋଣାର୍କ ସହରକୁ ବୁଧବାର ରାତିରୁ ବିଜୁଳି ଯୋଗାଣ କରାଯିବ। ବିଦ୍ୟୁତ୍‍ ଯୋଗାଣ ପାଇଁ ପୁରୀ ଜିଲ୍ଲାରେ ୧୦ ହଜାର ଲୋକ କାର୍ଯ୍ୟ କରୁଛନ୍ତି। ଏଥିସହ ଯଥାଶୀଘ୍ର ସମ୍ଭବ ସାରା ଜିଲ୍ଲାକୁ ବିଦ୍ୟୁତ୍‌ ଯୋଗାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାତ୍ୟା ଫୋନି ଜନିତ କ୍ଷୟକ୍ଷତି ପାଇଁ ମୁଖ୍ୟମନ୍ତ୍ରୀ ଦୁଖ ପ୍ରକାଶ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ