ମୋଦିଙ୍କ ଗଡ଼ରେ ପ୍ରିୟଙ୍କା


ବାରାଣସୀ: ମେ ୧୯ ଅନ୍ତିମ ପର୍ଯ୍ୟୟ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦ୍ବନ୍ଦ୍ବିତା କରୁଥିବା ବାରାଶସୀ ଆସନରେ ମତଦାନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ବାରାଣସୀ ଆସନରୁ ରେକର୍ଡ ବ୍ୟବଧାନରେ ବିଜୟୀ ହେବା ନେଇ ଆଶାବାଦୀ ଥିଲା ବେଳେ ବୁଧବାର ବିରୋଧୀଦଳଗୁଡ଼ିକ ପକ୍ଷରୁ ପୃଥକ୍‌ ପୃଥକ୍‌ ରୋଡ୍‌ ଶୋ’ ଓ ରାଲି ଆୟୋଜନ କରାଯାଇଛି। କଂଗ୍ରେସ ପ୍ରାର୍ଥୀ ଅଜୟ ରାଏଙ୍କ ପାଇଁ ପ୍ରିୟଙ୍କା ଗାନ୍ଧି ରୋଡ୍‌ ଶୋ’ କରି ଭୋଟ ମାଗିଛନ୍ତି। ବନାରସ ଡିନ୍ଦୁ ବିଶ୍ବବିଦ୍ୟାଳୟ ପରିସରରୁ ରୋଡ୍‌ ଶୋ ଆରମ୍ଭ କରି ଦୀର୍ଘ ଦୁଇ ଘଣ୍ଟା ପରେ କାଶୀ ବିଶ୍ବନାଥ ମନ୍ଦିର ସମ୍ମୁଖରେ ପ୍ରିୟଙ୍କା ରୋଡ୍‌ ଶୋ’ ଶେଷ କରିଥିଲେ। ପ୍ରିୟଙ୍କାଙ୍କ ସହ ପ୍ରାର୍ଥୀ ଅଜୟ ରାଏ ସାମିଲ ହୋଇଥିଲେ।

ଏହି ରୋଡ୍‌ ଶୋ’ କାଳରେ ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି କହିଥିଲେ ଯେ ସେ କ୍ଷମତାକୁ ଆସିବା ପରେ କେବଳ ବିଦେଶ ଭ୍ରମଣ କରିବାକୁ ପସନ୍ଦ କରିଛନ୍ତି। ସେ ଯେଉଁଭଳି ଭାବେ ବିଦେଶ ବୁଲିଛନ୍ତି, ସେହି ଅନୁପାତରେ ତାଙ୍କ ସଂସଦୀୟ କ୍ଷେତ୍ର ବାରାଣସୀ ଆସି ନାହାନ୍ତି, କିମ୍ବା ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ନାହାନ୍ତି। ବାରାକ ଓବାମାଙ୍କୁ ଆଲିଙ୍କନ କରିବା ପାର୍ଇ ମୋଦିଙ୍କ ପାଖରେ ସମୟ ଅଛି, ମାତ୍ର ବାରାଣସୀ ଲୋକଙ୍କ ପାଖକୁ ଆସିବାକୁ ସମୟ ପାଇ ନାହାନ୍ତି ବୋଲି ପ୍ରିୟଙ୍କା କହିଛନ୍ତି। ଏଥିସହ ପ୍ରିୟଙ୍କା ମୋଦିଙ୍କୁ ଜଣେ ଭଲ ଅଭିନେତା ବୋଲି କହି ବ୍ୟଙ୍ଗୋକ୍ତି କରିଛନ୍ତି।

ଅନ୍ୟପକ୍ଷରେ ଏସ୍‌ପି-ବିଏସ୍‌ପି ମେଣ୍ଟ ପ୍ରାର୍ଥୀ ଶାଳିନୀ ଯାଦବଙ୍କ ପାଇଁ ମାୟାବାତୀ ଓ ଅଖିଳେଶ ଯାଦବ ମଧ୍ୟ ଭୋଟ୍‌ ମାଗିଛନ୍ତି। ସାଧାରଣ ସଭା ଜରିଆରେ ମାୟବତୀ ଓ ଅଖିଳେଶ ଭୋଟରଙ୍କୁ ଅପିଲ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ