ପୁଣି ପନ୍ତ୍‌-କାର୍ତ୍ତିକ ପ୍ରସଙ୍ଗ: ମୁହଁ ଖୋଲିଲେ କୋହଲି


ମୁମ୍ବାଇ: ଯୁବ ୱିକେଟ୍‌ କିପର ୠଷଭ ପନ୍ତ୍‌ଙ୍କୁ ଆସନ୍ତା ବିଶ୍ବକପ୍‌ ପାଇଁ ଦଳରେ ସାମିଲ କରା ନ ଯିବାକୁ ନେଇ ଗଣମାଧ୍ୟମ ଜରିଆରେ ଯାହାସବୁ ପ୍ରକାଶ ପାଉଛି, ସେହି ପରିପ୍ରେକ୍ଷୀରେ ଅଧିନାୟକ ବିରାଟ କୋହଲି ସ୍ପଷ୍ଟୀକରଣ ରଖିଛନ୍ତି। ମହେନ୍ଦ୍ର ସିଂହ ଧୋନି ଚୂଡ଼ାନ୍ତ ଏକାଦଶରେ ସାମିଲ ହେବା ସହ ୱିକେଟ୍‌ କିପିଂ କରିବେ। ଯଦି କୌଣସି ପରିସ୍ଥିତିରେ ଧୋନି ଖେଳିବା ପାଇଁ ଅସମର୍ଥ ହୁଅନ୍ତି, ତାହେଲେ ଆମେ ଦ୍ବିତୀୟ ୱିକେଟ କିପର ଭାବେ କାର୍ତ୍ତିକଙ୍କୁ ମ୍ୟାଚ୍‌ ଖେଳାଇବୁ। ପନ୍ତ୍‌ଙ୍କ ତୁଳନାରେ କାର୍ତ୍ତିକ ୱିକେଟ୍‌ ପଛରେ ଅଧିକ ଦକ୍ଷ। ଅବଶ୍ୟ ଧୋନିଙ୍କ ସହ ଆଉ କାହାକୁ ତୁଳନା କରା ଯାଇ ନ ପାରେ।

ଏଥିସହ ଅଧିନାୟକ କୋହଲି ମୁଖ୍ୟ କୋଚ୍‌ ଶାସ୍ତ୍ରୀଙ୍କ ସହ ନମ୍ବର-୪ ପୋଜିସନ୍‌ରେ କାହାକୁ ବ୍ୟାଟିଂ କରିବାର ସୁଯୋଗ ମିଳିବ, ତାହା ଉପରେ ମଧ୍ୟ ମତ ରଖିଛନ୍ତି। ଆମ ପାଖରେ ନମ୍ବର-୪ରେ ବ୍ୟାଟିଂ କରବା ପାଇଁ ଏକାଧିକ ବିକଳ୍ପ ରହିଛି ବୋଲି କୋହଲି କହିଛନ୍ତି। ଆମେ ନମ୍ବର-୪ ପୋଜିସନକୁ ନେଇ ଆଦୌ ଚିନ୍ତିତ ନାହୁଁ ବୋଲି କୋହଲି କହିଛନ୍ତି।

ଦଳଗତ ପ୍ରଦର୍ଶନ ଦୃଷ୍ଟିରୁ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସର୍ବଦା ଏକ ଶକ୍ତି ଭାବେ ବିଶ୍ବ କ୍ରକେଟରେ ସେମାନଙ୍କର ଦବ୍‌ଦବା ବଜାୟ ରଖିଛନ୍ତି। ତେଣୁ ପ୍ରତିଟି ଦଳକୁ ଆମେ ସମ୍ମାନ ଦେବା ସହ ସବୁ ମ୍ୟାଚ୍‌କୁ ଗୁରୁତର ସହ ନେଇ ଖେଳିବୁ ବୋଲି କୋହିଲି କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ