ବଢୁଛି ଏଟିଏମ୍‌ ଆବଶ୍ୟକତା: କମୁଛି ସଂଖ୍ୟା


ଦେଶରେ କାର୍ଯ୍ୟ କରୁଥିବା ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ ଉପରେ ଉପଭୋକ୍ତାଙ୍କ ଚାହିଦା ବଢି ଚାଲିଥିଲା ବେଳେ ଏଟିଏମ୍‌ ସଂଖ୍ୟା କମିବାରେ ଲାଗିଛି। ବ୍ରିକ୍ସ ରାଷ୍ଟ୍ର ସମୂହ ମଧ୍ୟରେ ପ୍ରତି ୧ ଲକ୍ଷ ଲୋକଙ୍କ ପାଇଁ ଯେତିକି ଏଟିଏମ୍‌ର ଆବଶ୍ୟକତା ରହିଛି, ତାହା ତୁଳନାରେ ଆମ ଦେଶରେ ଏଟିଏମ୍‌ ସଂଖ୍ୟା କମ୍‌ ରହିଛି। ମାତ୍ର ବ୍ରିକ୍ସ ରାଷ୍ଟ୍ର ସମୂହର ଅନ୍ୟାନ୍ୟ ଦେଶରେ ଆମ ଦେଶ ତୂଳନାରେ ଲୋକସଂଖ୍ୟା ଅନୁପାତରେ ଅଧିକ ଏଟିଏମ୍‌ ରହିଥିବା ସ୍ପଷ୍ଟ ହୋଇଛି।

ତାହେଲେ ଆବଶ୍ୟକତା ଥିବା ସତ୍ତ୍ବେ କ’ଣ ପାଇଁ ଭାରତରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଏଟିଏମ୍‌ ସଂଖ୍ୟା ବୃଦ୍ଧି କରାଯାଉ ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇଛି। ଏଟିଏମ୍‌ ପରିଚାଳନା କରିବା ପାଇଁ ବ୍ୟୟବରାଦ ବଢ଼ିବା କାରଣରୁ ଏଟିଏମ୍‌ ସଂଖ୍ୟା ବୃଦ୍ଧି କରିବାରେ ସମ୍ପୃକ୍ତ ବ୍ୟାଙ୍କଗୁଡ଼ିକ ଅସୁବିଧାକୁ ସାମ୍ନା କରୁଛନ୍ତି। ପ୍ରଧାନମନ୍ତ୍ରୀ ଦେଶକୁ କ୍ୟାସ ଲେସ୍‌ କରିବା ପାଇଁ ଘୋଷଣା କରିବା ସହ ଡିଜିଟାଲ ବ୍ୟାଙ୍କିଂ ଉପରେ ଯେଉଁ ଗୁରୁତ୍ବ ଦେଉଥିଲେ, ତାହା ବାଧାପ୍ରାପ୍ତ ହୋଇଛି। ବିଗତ ୩ ବର୍ଷର ରେକର୍ଡକୁ ଦେଖିଲେ ଏବେ ବି ବଜାରରେ ନଗଦ ଟଙ୍କା ପୂର୍ବ ପରି ରାଜୁତି କରୁଛି। ଯାହା ପାଖରେ ନଗଦ ଟଙ୍କା ରହିଛି, ତାହାର କୌଣସି ଅସୁବିଧା ହେଉ ନାହିଁ। ପରନ୍ତୁ ଯେଉଁମାନେ କ୍ୟାସଲେସ୍‌ ଭାବେ ବଞ୍ଚିବା ପାଇଁ ଚାହୁଁଥିଲେ, ସେମାନଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?