ପାଟକୁରାରେ ଜିଲ୍ଲାପାଳଙ୍କ ସହଯୋଗରେ ରିଲିଫ ସାମଗ୍ରୀରେ ରହୁଛି ଶଙ୍ଖ ଚିହ୍ନ: ବିଜେପି


କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ବଣ୍ଟନ କରାଯାଉଥିବା ସରକାରୀ ରିଲିଫ ସାମଗ୍ରୀରେ ବିଜେଡିର ଦଳୀୟ ଚିହ୍ନ ଶଙ୍ଖ ଲଗାଯାଉଛି। ଆଉ ସ୍ଥାନୀୟ ଜିଲ୍ଲାପାଳ ପ୍ରେମଚାନ୍ଦ ଚୌଧୁରୀଙ୍କ ସହଯୋଗରେ ଏସବୁ ଚାଲିଛି ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ପ୍ରତିନିଧି ଦଳ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜିଲ୍ଲାପାଳ ଚୌଧୁରୀଙ୍କ ସହଯୋଗରେ ବିଜେଡି ଚିହ୍ନ ଲଗାଇ ସରକାରୀ ରିଲିଫ ସାମଗ୍ରୀ ବଣ୍ଟନ କରାଯିବା ଉପରେ ତୁରନ୍ତ କଟକଣା ଜାରି ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ସରକାରଙ୍କର ରିଲିଫକୁ ବିଜେଡି ନାଁରେ ବାଣ୍ଟିବା ଖୋଲାଖୋଲି ଭାବେ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରୁଛି। ସରକାରୀ ଅର୍ଥରେ ବିଜେଡି ନିଜର ପ୍ରଚାର କରୁଥିବାରୁ ଏହା ଏକ ଅପରାଧ ମଧ୍ୟ।

ସେହିପରି ଯେଉଁମାନେ ଶାସକ ବିଜେଡିକୁ ଭୋଟ ଦେଇନାହାନ୍ତି, ସେମାନଙ୍କୁ ରିଲିଫ୍ ସାମଗ୍ରୀ ମିଳୁନାହିଁ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଜେପି କର୍ମୀମାନେ ବିଜେପିକୁ ଭୋଟ ଦେଇଥିବାରୁ ସେମାନଙ୍କୁ ରିଲିଫ ମିଳୁନାହିଁ। ସମସ୍ତ ରିଲିଫ ବଣ୍ଟନ ପ୍ରକିୟା ଏବେ ଶାସକ ବିଜେଡିର ନେତାମାନଙ୍କ ନିୟନ୍ତ୍ରଣରେ କରାଯାଉଛି। ବିଜେପି କର୍ମକର୍ତ୍ତାମାନେ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ରାଜ୍ୟ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନି। ସରକାରୀ ରିଲିଫକୁ ବିଜେଡି ଦଳର ନେତାମାନେ ନିଜର ଦଳୀୟ ଚିହ୍ନ ଲଗାଇ ବାଣ୍ଟୁଛନ୍ତି। ରିଲିଫ୍ ବଣ୍ଟନ ପକ୍ରିୟାରେ ନିରପେକ୍ଷତା ଏବଂ ସମାନତା ରକ୍ଷା କରିବା ସହ ପାଟକୁରାରେ ବିଧାନସଭା ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ କରିବାକୁ ବିଜେପି ଦାବି କରିଛି।

ବିଜେପି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚୌଧୁରୀ ପାଟକୁରା ନିର୍ବାଚନରେ ବିଜେଡି ପାଇଁ କାମ କରିବାର ଆଶଙ୍କା ରହିଛି। ପୂର୍ବରୁ ସେ ବିଜୁ ଯୁବ ବାହିନୀର ସିଇଓ ଦାୟିତ୍ୱରେ ଥିବାବେଳେ ବିଜେଡି ପାଇଁ ଭୋଟ ମାଗିବା, ଗୁଣ୍ଡାଗର୍ଦ୍ଦି କରିବା ଏବଂ ବେଆଇନଭାବେ ମୋବାଇଲ୍ ବଣ୍ଟନ କାର୍ଯ୍ୟ କରିଥିବାର ଅଭିଯୋଗ ତାଙ୍କ ନାଁରେ ଅଛି। ଶ୍ରୀ ଚୌଧୁରୀ ଏଠାରେ ବେଆଇନ ଭାବେ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରି ଶାସକ ବିଜେଡି ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି। ଚୌଧୁରୀଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରାଯାଇଥିଲେ ମଧ୍ୟ ଏଥିରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି।

ବିଜେପିର ଏହି ପ୍ରତିନିଧି ଦଳରେ ବିଜେପି ନେତା ପ୍ରକାଶ ମିଶ୍ର, ଇରାଶିଷ ଆଚାର୍ଯ୍ୟ, ଦିଲ୍ଲୀପ ମଲ୍ଲିକ, ସୁରଥ ବିଶ୍ୱାଳ, ଉମାକାନ୍ତ ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।