ଷ୍ଟାଲିନଙ୍କ ଚ୍ୟାଲେଞ୍ଜ୍‌: ପ୍ରମାଣ ଦେଲେ ରାଜନୀତିରୁ ସନ୍ୟାସ ନେଇଯିବି


ଡିଏମ୍‌କେ ସଭାପତି ଏମ୍‌କେ ଷ୍ଟାଲିନ୍‌ କହିଛନ୍ତି ଯେ ମେ ୨୩ ଭୋଟ୍‌ ଗଣତି ପରେ ସେ ବିଜେପି ସହ ବୁଝାମଣା କରିବା ନେଇ କଥାବାର୍ତ୍ତା ଆରମ୍ଭ କରିଥିବା ନେଇ ଯାହା ପ୍ରକାଶ ପାଇଛି, ତାହା କେବଳ ଗୁଜବ। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ତାମିଲନାଡୁ ବିଜେପି ମୁଖ୍ୟ ତାମିଲସାଇ ସେ ବିଜେପି ସହ କଥାବର୍ତ୍ତା ଆରମ୍ଭ କରିଥିବା ପ୍ରମାଣ କରି ଦିଅନ୍ତି, ତାହେଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ। ଏଠାରେ ସୂଚନାଯୋଗ୍ୟ ଯେ ତାମିଲନାଡୁ ବିଜେପି ମୁଖ୍ୟ ତାମିଲସାଇ ଟୁଟୁକୋରିନ୍‌ରେହୋ ପ୍ରକାଶ କରିବାର କେଇ ଘଣ୍ଟା ମଧ୍ୟରେ ଷ୍ଟାଲିନ ଏପରି ଚ୍ୟାଲେଞ୍ଜ୍‌ ଦେଇଛନ୍ତି।

ଷ୍ଟାଲିନ ଆହୁରି କହିଛନ୍ତି ଯେ ଡିଏମ୍‌କେ ନେତାଙ୍କର ବିଜେପି ଓ ଏଆଇଏଡିଏମ୍‌କେ ନେତାଙ୍କ ପରି ପରଦା ପଛରେ ରହି କଥାବାର୍ତ୍ତା କରିବାର ଅଭ୍ୟାସ ନାହିଁ। ଡିଏମ୍‌କେ ସର୍ବଦା ସ୍ପଷ୍ଟ ମତ ରଖିବାରେ ପସନ୍ଦ କରେ। ସେ ଆରମ୍ଭରୁ ନରେନ୍ଦ୍ର ମୋଦିଙ୍କୁ ବିରୋଧ କରିଛନ୍ତି। କେବଳ ତାମିଲନାହଉ ନୁହେଁ ଦିଲ୍ଲୀ ଓ କୋଲକାତାରେ ମଧ୍ୟ ସେ ମୋଦିଙ୍କ ବିରୋଧରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ଭାବେ ଫେରନ୍ତୁ ଏହା ସେ ଚାହାନ୍ତି ନାହିଁ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୁଅନ୍ତୁ, ତାହା ସେ ପୂର୍ବରୁ ଘୋଷଣା କରି ସାରିଛନ୍ତି। ତେଣୁ ଡିଏମ୍‌କେ ମେ ୨୩ ରେଜଲ୍ଟ ପରେ ପଛକୁ ଫେରିରେ ପ୍ରଶ୍ନ ଉଠୁ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।