ଏନ୍‌ଟିଜେ ସମେତ ୩ ଆତଙ୍କୀ ସଂଗଠନକୁ ବ୍ୟାନ୍‌କଲେ ସିରିସେନା


କଲମ୍ବୋ: ଗତ ମାସରେ ଶ୍ରୀଲଙ୍କା ରାଜଧାନୀ କଲମ୍ବୋ ସହରର ଏକାଧିକ ଚର୍ଚ୍ଚ ଓ ବିଳାସପୂର୍ଣ୍ଣ ହୋଟେଲ୍‌ରେ ସିରିଜ୍‌ ଆତ୍ମଘାତୀ ବିସ୍ଫୋରଣ ହେବା ଫଳରେ ୨୬୦ରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି। ଏହାଛଡ଼ା ପାଖାପାଖି ୫୦୦ ଲୋକ ଏବେ ବି ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ଇଷ୍ଟର୍‌ ସଣ୍ଡେରେ ଘଟିଥିବା ଏହି ସିରିଜ୍‌ ବିସ୍ଫୋରଣ ପାଇଁ ଇସଲାମୀୟ ଆତଙ୍କବାଦୀ ସଂଗଠନ ଆଇଏସ୍‌ ନିଜକୁ ଦାୟୀ କରିଥିଲେ ମଧ୍ୟ ଶ୍ରୀଲଙ୍କା ସରକାର ନ୍ୟାସନାଲ୍‌ ତୌହିଦ୍‌ ଜମାଥ୍ (ଏନ୍‌ଟିଜେ)କୁ ଦାୟୀ କରିଥିଲେ। ଏହି ବିସ୍ଫୋରଣ ଘଟଣାକୁ ୨୦ ଦିନରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ କଲମ୍ବୋ ସହରରେ ଏବେ ବି ପରିସ୍ଥିତି ସ୍ବାଭାବିକ ହୋଇପାରିନାହିଁ। ବରଂ ନିୟମିତ ହିଂସାକାଣ୍ଡ ଘଟୁଛି ଓ ନିରୀହ ଲୋକଙ୍କ ଜୀବନ ଯାଉଛି। ତେବେ ଦେଶରେ ଆତଙ୍କୀ ସଂଗଠନମାନଙ୍କୁ ରୋକିବା ସକାଶେ ରାଷ୍ଟ୍ରପତି ମୈତ୍ରୀପାଲ୍‌ ସିରିସେନା ଏନ୍‌ଟିଜେ ସମେତ ୩ଟି ଆତଙ୍କୀ ସଂଗଠନ ଉପରେ ବ୍ୟାନ୍‌ ଲଗାଇଛନ୍ତି।

ଏଥିସହ ପରବର୍ତ୍ତୀ ନିର୍ଦେଶ ପର୍ଯ୍ୟନ୍ତ ଦେଶରେ କୌଣସି ପ୍ରକାର ଡ୍ରୋନ୍‌ର ବ୍ୟବହାର ନ କରିବାକୁ ମଧ୍ୟ ବାରଣ କରାଯାଇଛି। ଏନେଇ ସିରିସେନା ଏକ ସ୍ବତନ୍ତ୍ର ଗେଜେଟ୍‌ ଜାରି କରିଛନ୍ତି। ବ୍ୟାନ୍‌ ଲାଗିଥିବା ଅନ୍ୟ ଦୁଇ ଆତଙ୍କୀ ସଂଗଠନ ହେଲା ଜମାଥେ ମିଲାଥେ ଇବ୍ରାହିମ୍‌ (ଜେଏମ୍‌ଆଇ) ଓ ୱିଲାୟାତ୍‌ ଆସ୍‌ ସିଲାନି (ଡବ୍‌ଲ୍ୟୁଏଏସ୍‌)। ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ୍‌ ୨୧ ତାରିଖରେ ଜଣେ ମହିଳା ସମେତ ୯ ଜଣ ଆତ୍ମଘାତୀ ବିସ୍ଫୋରଣକାରୀ ୩ଟି ଚର୍ଚ୍ଚ ଓ ସମାନ ସଂଖ୍ୟକ ବିଳାସପୂର୍ଣ୍ଣ ହୋଟେଲ୍‌ରେ ୮ଟି ସିରିଜ୍‌ ବିସ୍ଫୋରଣ ଘଟାଇବା ଫଳରେ  ୨୬୦ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪୪ ଜଣ ବିଦେଶୀ ରହିଥିଲେ। ଉକ୍ତ ବିଦେଶୀଙ୍କ ମଧ୍ୟରେ ୧୦ ଜଣ ଭାରତୀୟ ମଧ୍ୟ ରହିଥିଲେ। ଏହି ଘଟଣାରେ ଏକ ହଜାର ଲୋକଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କର ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ବୋମା ବିସ୍ଫୋରଣ ଘଟଣା ସହ ସମ୍ପୃକ୍ତି ରହିଥିବା ଶ୍ରୀଲଙ୍କା ପୋଲିସ୍ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।