୧୨ ଦିନ ପରେ ଶ୍ରୀମନ୍ଦିରରେ ଜଳିଲା ବିଜୁଳି ଆଲୁଅ


ପୁରୀ:୧୨ ଦିନ ପରେ ଶ୍ରୀମନ୍ଦିରରେ ଜଳିଲା ବିଜୁଳି ଆଲୁଅ। ଆଜି ସନ୍ଧ୍ୟା ସୁଦ୍ଧା ବଡ଼ଦାଣ୍ଡରେ ବିଦ୍ୟୁତ୍‌ ଆଲୋକ ଜଳିବା ସମ୍ଭାବନା ରହିଛି। ଶ୍ରୀମନ୍ଦିରରେ ବିଦ୍ୟୁତ୍‌ ସଂଯୋଗ ନେଇ ସେସୁର ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ବାତ୍ୟା ‘ଫୋନି’ ମାଡ଼ ହେବାର ୧୨ ଦିନ ପରେ ପୁରୀ ସହରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।

ଗତକାଲି ବିଳମ୍ବିତ ରାତିରେ ବାଲିଘାଟ ଗ୍ରୀଡ୍‌କୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଏହାପରେ ଆଜି ସକାଳେ ଶ୍ରୀରାମନଗର ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଆଜି ପ୍ରଥମେ ବଡ଼ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇଛି।

ମେ’ ୩ରେ ପୁରୀରେ ସାମୁଦ୍ରିକ ଝଡ଼ ‘ଫୋନି’ ଲ୍ୟାଣ୍ଡଫଲ୍ କରିଥିଲା। ବର୍ଷା ସାଙ୍ଗକୁ ୨୪୦ କିଲୋମିଟରରୁ ଅଧିକ ବେଗରେ ପବନ ବହିଥିଲା। ଫଳରେ ପୂରା ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡ଼ିଥିଲା। ଶହ ଶହ ସଂଖ୍ୟାର ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିପଡ଼ିବା ସହ ତାର ଛିଣ୍ଡି ଯାଇଥିଲା। ଏଥିଯୋଗୁ ପୁରୀରେ ବିଦ୍ୟୁତ୍ ସେବା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ