ମୋଦିଙ୍କୁ ‘କାୟର୍‌’ କହିଲେ ଆୟର୍‌: ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର


ନୂଆଦିଲ୍ଲୀ: ନିକଟରେ ଏକ ସ୍ତମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ନୀଚ୍ଚ ଆଦ୍‌ମୀ’ ବୋଲି ଉଲ୍ଲେଖ କରି ବିବାଦରେ ଥିବା କଂଗ୍ରେସର ବରିଷ୍ଠ ନେତା ମଣି ଶଙ୍କର ଆୟର୍‌ ମଙ୍ଗଳବାର ସାମ୍ବାଦିକମାନଙ୍କୁ ଗାଳି କରି ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ମଙ୍ଗଳବାର ସେ ପୁନର୍ବାର ମୋଦିଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଛନ୍ତି। ଅଧିକନ୍ତୁ ତାଙ୍କୁ ମୋଦିଙ୍କୁ ନୀଚ୍ଚ ବୋଲି ସମ୍ବୋଧନ କରିବା ସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବା ବେଳେ ଆୟର୍‌ ଯେପରି ଭାବେ ହିଂସ୍ର ହୋଇଉଠିଥିଲେ, ତାହା ସମସ୍ତଙ୍କୁ ଆଚମ୍ବିତ କରିଥିଲା। ସାମ୍ବାଦିକମାନଙ୍କ ଉପରେ ଉତ୍‌କ୍ଷିପ୍ତ ହୋଇ ଆୟର୍‌ ବୁମ୍‌ ଫିଙ୍ଗିବା ସହ ସେମାନଙ୍କୁ ଗାଳି କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ଏହାଛଡ଼ା ଆୟର୍‌ ସାମ୍ବାଦିକମାନଙ୍କୁ ମଧ୍ୟ ଖରାପ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି।

ପଞ୍ଜାବ ଗେଷ୍ଟ୍‌ ହାଉସ୍‌ରେ ସାମ୍ବାଦିକମାନେ ଆୟର୍‌ଙ୍କୁ ପ୍ରଶ୍ନ କରିବା ବେଳେ ତାଙ୍କୁ ପ୍ରଶ୍ନ ନ କରି ସେମାନେ ମୋଦିଙ୍କୁ ପ୍ରଶ୍ନ କରିବା ଉଚିତ ବୋଲି ଉଚ୍ଚ ଗଳାରେ କହିଥିଲେ। ସେ କହିଥିଲେ, ଭାରତରେ ଜଣେ ବ୍ୟକ୍ତି ଅଛି, ଯାହାର ନାମ ନରେନ୍ଦ୍ର ମୋଦି। ସେ କିପରି ଭାବେ ଉଗ୍ର ହୋଇ ଆକ୍ରମଣ କରେ, ତାହା ତୁମେ ଶୁଣିନ ବୋଲି ଆୟର୍‌ ପ୍ରଶ୍ନ କରିବା ସହ ତୁମେମାନେ ତାକୁ ଯାଇ ପ୍ରଶ୍ନ କର ବୋଲି ଚିତ୍କାର କରିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ମୁଁ ଜାଣେ ସେ ତୁମମାନଙ୍କ ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ। କାରଣ ସେ ଜଣେ କାୟର୍‌ ବା ଭୀରୁ। ତା’ର ସାମ୍ବାଦିକମାନଙ୍କୁ ସାମ୍‌ନା କରିବାର ସାହସ ନାହିଁ ବୋଲି ଆୟର୍‌ କହିଥିଲେ। ଏହାପରେ ସେ ମୋଦିଙ୍କ ଷ୍ଟାଇଲ୍‌ର ନକଲ କରି ସାମ୍ବାଦିକମାନଙ୍କୁ ଛିଗୁଲାଇବାକୁ ଉଦ୍ୟମ କରିଥିଲେ। ନିଜ ଉପରୁ ନିୟନ୍ତ୍ରଣ ହରାଇ ଆୟର୍‌ ସାମ୍ବାଦିକମାନଙ୍କ ଉପରକୁ ମୁଥ ଉଠାଇଥିଲେ ଓ ସେମାନଙ୍କ ମଧ୍ୟରୁ ଜଣକୁ ତୁମେ ମୋତେ କୌଣସି ପ୍ରକାର ପ୍ରଶ୍ନ କରିପାରିବ ନାହିଁ ଚେତାବନୀ ଦେଇଥିଲେ। ଏହାପରେ ସେ ଅପଶବ୍ଦ ବ୍ୟବହାର କରି ସେଠାରୁ ସାମ୍ବାଦିକମାନଙ୍କୁ ଘଉଡ଼ାଇ ଦେଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ