ପ୍ରତିବର୍ଷ ୧.୫ କୋଟି ରୋଗୀଙ୍କୁ କେମୋଥେରାପି!


ବର୍ଷ ୨୦୪୦ ସୁଦ୍ଧା ପ୍ରତିବର୍ଷ ସାରା ବିଶ୍ବରେ ୧.୫ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ କ୍ୟାନ୍‌ସର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା କେମୋଥେରାପିର ଆବଶ୍ୟକତା ପଡ଼ିପାରେ। ନିମ୍ନ ଓ ମଧ୍ୟମ ରୋଜଗାର କରୁଥିବା ଦେଶରେ କ୍ୟାନ୍‌ସର ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏହାର ଚିକିତ୍ସା ପାଇଁ ପାଖାପାଖି ୧ ଲକ୍ଷ ଡାକ୍ତରଙ୍କ ଆବଶ୍ୟକତା ପଡ଼ିବ ବୋଲି ଏକ ନୂଆ ଗବେଷଣାର ଫଳାଫଳରେ ଦାବି କରାଯାଇଛି।

କେମୋଥେରାପି କରୁଥିବା ରୋଗୀଙ୍କ ସଂଖ୍ୟା ୫୩ ପ୍ରତିଶତ ବୃଦ୍ଧି

ପ୍ରତିଷ୍ଠିତ ପତ୍ରିକା ‘ଲାନ୍‌ସେଣ୍ଟ ଓଙ୍କୋଲୋଜି‌’ରେ ନିକଟରେ ପ୍ରକାଶିତ ହୋଇଥିବା ଏକ ଗବେଷଣା ଫଳାଫଳରେ କୁହାଯାଇଛି ଯେ ୨୦୧୮ରୁ ୨୦୪୦ ମଧ୍ୟରେ ସାରା ବିଶ୍ବରେ ପ୍ରତିବର୍ଷ କେମୋଥେରାପି କରୁଥିବା ରୋଗୀ ସଂଖ୍ୟା ୫୩ ପ୍ରତିଶତ ବୃଦ୍ଧି ହେବା ସହିତ ୯୮ ଲକ୍ଷରୁ ୧.୫ କୋଟିରେ ପହଞ୍ଚିଯିବ। ଜାତୀୟ. ଆଞ୍ଚଳିକ ଓ ବିଶ୍ବ ସ୍ତରରେ କେମୋଥେରାପି ଉପରେ ପ୍ରଥମ ଥର ହୋଇଥିବା ଗବେଷଣାରେ ଏହା ଅନୁମାନ କରାଯାଇଛି।

ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁଠାରୁ ବଡ଼ ସଙ୍କଟ କ୍ୟାନ୍‌ସର

ସିଡନୀରେ ୟୁନିଭର୍ସିଟି ଅଫ୍‌ ନ୍ୟୁ ସାଉଥ୍‌ ୱେଲ୍‌ସ(ୟୁଏନ୍‌ଏସ୍‌ଡବ୍ଲ୍ୟୁ), ଅଷ୍ଟ୍ରେଲିଆର ଇଙ୍ଗହମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଆପ୍ଲାଏଡ୍‌ ମେଡିକାଲ ରିସର୍ଚ୍ଚ, କିଙ୍ଗହର୍ଣ୍ଣ କ୍ୟାନ୍‌ସର ସେଣ୍ଟର, ଲିଭରପୁଲ୍‌ କ୍ୟାନ୍‌ସର ଥେରାପି ସେଣ୍ଟର ଓ ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍‌ ରିସର୍ଚ୍ଚ ଅନ୍‌ କ୍ୟାନ୍‌ସର ସେଣ୍ଟରର ଗବେଷକମାନେ ଏହି ଗବେଷଣା କରିଥିଲେ। ୟୁଏନ୍‌ଏସ୍‌ଡବ୍ଲ୍ୟୁର ଗବେଷକ ବ୍ରୁକ୍‌ ୱିଲ୍‌ସନ୍‌ଙ୍କ ମୁତାବକ ସାରା ବିଶ୍ବରେ କ୍ୟାନ୍‌ସରର ଆଶଙ୍କା ବଢ଼ିବାରେ ଲାଗିଛି। ତେଣୁ ନିଃସନ୍ଦେହରେ ବର୍ତ୍ତମାନ ସମୟରେ ଏହା ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁଠାରୁ ବଡ଼ ସଙ୍କଟ ଅଟେ। ବର୍ତ୍ତମାନ ଓ ଭବିଷ୍ୟତରେ ରୋଗୀଙ୍କ ସୁରକ୍ଷିତ ଉପଚାର ପାଇଁ ବିଶ୍ବ ସ୍ତରରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ତୁରନ୍ତ ରଣନୀତି ପ୍ରସ୍ତୁତ କରିବା ଉଚିତ ବୋଲି ବ୍ରୁକ୍‌ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।