ପୁଣି ରିଲ୍‌ରେ ରିଅଲ ଯୋଡ଼ିଙ୍କ ରୋମାନ୍ସ


ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଏହି ଯୋଡ଼ି ବିବାହ ପରେ ପୁଣିଥରେ ରୁପେଲି ପରଦାରେ ଏକାଠି ନଜର ଆସିବାକୁ ଯାଉଛନ୍ତି। ଗୋଲିୟୋଁ କୀ ରାସଲୀଲା ରାମଲୀଳା, ବାଜିରାଓ ମସ୍ତାନୀ, ପଦ୍ମାବତ୍‌ ଭଳି ସିନେମାରେ ଅଭିନୟ କରି ଏହି ଯୋଡ଼ି ବକ୍ସ ଅଫିସ୍‌ରେ ଧମାଲ କରି ସାରିଛନ୍ତି। ପୁଣିଥରେ ଏହି ଯୋଡ଼ି ସେମାନଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବାକୁ ପ୍ରସ୍ତୁତ ହେଉଛନ୍ତି।

ତେବେ ଏହି ଯୋଡ଼ି ଏସବୁ ବଡ଼ ଫିଲ୍ମ ବ୍ୟତୀତ ଦୀପିକା-ରଣବୀର ‘ଫାଇଣ୍ଡିଙ୍ଗ ଫନି’ ଫିଲ୍ମରେ କାମିଓ (ସ୍ବଳ୍ପ ଅଭିନୟ) କରି ଦର୍ଶକଙ୍କୁ ଚକିତ କରି ଦେଇଥିଲେ। ମିଡ଼ିଆ ରିପୋର୍ଟ ମୁତାବକ ରଣବୀରଙ୍କ ଅଭିନୀତ ସିନେମା ‘୮୩’ ସିନେମାରେ ଦୀପିକା ନଜର ଆସିପାରନ୍ତି। କୁହାଯାଉଛି କବୀର ଖାନଙ୍କ ଏହି ସିନେମାରେ ଦୀପିକାଙ୍କ ଏଣ୍ଟ୍ରି ଏକରକମ ପକ୍କା ହୋଇଯାଇଛି। ‘୮୩’ ସିନେମାରେ ରଣବୀରଙ୍କ ପତ୍ନୀ ଭୂମିକାରେ ଦୀପିକା ଅଭିନୟ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଏହି ସିନେମାରେ ରଣବୀର ସିଂ ପୂର୍ବତନ କ୍ରିକେଟ ଖେଳାଳି କପିଲ ଦେବଙ୍କ ଭୂମିକାରେ ଅଭିନୟ କରୁଥିବାରୁ ଦୀପିକା ତାଙ୍କ ପତ୍ନୀ ରୋମି ଭାଟିଆଙ୍କ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡ଼ିଛି। ତେଣୁ ରଣବୀର ଓ ଦୀପିକାଙ୍କ ମଧ୍ୟରେ ଫିଲ୍ମରେ ମଧ୍ୟ ପତି-ପତ୍ନୀ ସମ୍ପର୍କ ଓ ରୋମାଣ୍ଟିକ୍‌ ଲଭ୍‌ଷ୍ଟୋରୀ ଦେଖିବାକୁ ମିଳିବ।

ସୂଚନାଯୋଗ୍ୟ ଯେ ‘୮୩’ ସିନେମା ପାଇଁ ରଣବୀର ଜୋର୍‌ଦାର ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି। ‘ପଦ୍ମାବତ୍‌’ ସିନେମାରେ ଆଲ୍ଲାଉଦ୍ଦିନ ଖିଲିଜ୍‌ଙ୍କ ଚରିତ୍ର ହେଉ ବା ‘ଗଲିବୟ’ର ମୁରାଦ, ପ୍ରତ୍ୟେକ ଚରିତ୍ରରେ ରଣବୀର ନିଜକୁ ସମ୍ପୂର୍ଣ୍ଣ ଭାବେ ନିଜକୁ ଢାଳି ଦେଇଥାନ୍ତି। ‘୮୩’ ସିନେମା ପାଇଁ ମଧ୍ୟ ରଣବୀର ଠିକ୍‌ ସେହିଭଳି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏହି ଫିଲ୍ମଟି ୧୯୮୩ରେ ଭାରତ ଜିତିଥିବା କ୍ରିକେଟ୍‌ ବିଶ୍ବକପ୍‌ ଉପରେ ଆଧାରିତ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ