ଲାଇଫ୍‌ରେ ପୂର୍ବତନ ସାଥୀଙ୍କୁ ରିଏଣ୍ଟ୍ରି ଦେବା ପୂର୍ବରୁ ଧ୍ୟାନ ଦିଅନ୍ତୁ


ବିଶ୍ବାସ, ଭରସା ଓ ବୁଝାମଣାର ସହ ଗଢ଼ି ଉଠିଥିବା ସମ୍ପର୍କ ସୁନ୍ଦର ଓ ଗଭୀର ହୋଇଥାଏ। ଅନେକ ସମୟରେ ଛୋଟ ଛୋଟ ଭୁଲ୍‌ ବୁଝାମଣା କାରଣରୁ ବର୍ଷ ବର୍ଷର ପୁରୁଣା ସମ୍ପର୍କ ଭାଙ୍ଗି ଯାଇଥାଏ। ଯାହାଫଳରେ ଲୋକେ ଭାବନ୍ତି, ଉକ୍ତ ବ୍ୟକ୍ତିଙ୍କ ସହିତ ସାରା ଜୀବନ କାଟିବା ସମ୍ଭବ ନୁହେଁ। ଏହି ସମୟରେ ଲୋକେ ଭାବି ପାରି ନ ଥାନ୍ତି ଯେ ଯେଉଁ ଭୁଲ୍‌ ବୁଝାମଣା ହୋଇଛି, ତାହାର ସମାଧାନ କରି ସମ୍ପର୍କକୁ ଆଗକୁ ବଢ଼ାଇବେ ନା ସମ୍ପର୍କକୁ ସେଇଠି ଭାଙ୍ଗିଦେବେ! ନିଜ ପୂର୍ବତନ ସାଥୀଙ୍କ ପାଖକୁ ଫେରିବା ଉଚିତ କି ନୁହେଁ, ତାହା ବୁଝି ପାରି ନ ଥାନ୍ତି। ଆପଣ ବି ଏଭଳି ସନ୍ଦେହରେ ରହିଥିଲେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

ନିଜ ପୂର୍ବତନ ସାଥୀଙ୍କୁ ସମୟ ଦିଅନ୍ତୁ

ବ୍ରେକ୍‌ଅପ୍‌ ପରେ ପୁଣିଥରେ ପୂର୍ବତନ ସାଥୀଙ୍କ ସହ ନିଜ ସମ୍ପର୍କକୁ ଆଗକୁ ବଢ଼ାଇବା ପୂର୍ବରୁ ଅତିକମ୍‌ରେ ମାସେ ସମୟ ଦିଅନ୍ତୁ। ତାଙ୍କ ସହିତ କଥା ହୁଅନ୍ତୁ ନାହିଁ। ଯାହାଫଳରେ ଆପଣଙ୍କ ଗୁରୁତ୍ବ ସେ ବୁଝି ପାରିବେ। ଏହାବ୍ୟତୀତ ବ୍ରେକ୍‌ଅପ୍‌ ପାଇଁ ଆପଣଙ୍କ ସମ୍ପର୍କରେ ଯେଉଁ ଖଟାପଣ ଆସିଥାଏ, ତାହା ମଧ୍ୟ ଦୂର ହୋଇଯିବ। ମାସ ମାସ ବିତିଯିବା ପରେ ଯଦି ଆପଣ ଆପଣଙ୍କ ପୂର୍ବତନ ସାଥୀଙ୍କୁ ଭୁଲି ପାରୁ ନାହାନ୍ତି, ତେବେ ଆପଣ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରନ୍ତୁ।

ଘର ଲୋକଙ୍କ ଅନୁମତି ନିଅନ୍ତୁ

ଯେତେବେଳେ ଜଣେ ବ୍ୟକ୍ତି ପ୍ରେମରେ ପଡ଼ିଥାନ୍ତି, ସେତେବେଳେ ସାମ୍ନାବାଲା ବ୍ୟକ୍ତିଙ୍କ ପ୍ରତ୍ୟେକ ଭୁଲ୍‌ ବି ଠିକ୍‌ ଲାଗିଥାଏ। କିନ୍ତୁ ଆପଣଙ୍କ ନିଜ ଲୋକ କେବେ ବି ଆପଣଙ୍କ ଖରାପ ଚାହିବେ ନାହିଁ। ତେଣୁ ଆପଣ କେବେ ବି କୌଣସି ଭୁଲ୍‌ ସମ୍ପର୍କରେ ଛନ୍ଦି ହୋଇ ଯାଆନ୍ତୁ ବୋଲି ସେମାନେ ଚାହିବେ ନାହିଁ। ଭାଙ୍ଗି ଯାଇଥିବା ସମ୍ପର୍କକୁ ପୁଣିଥରେ ଯୋଡ଼ିବା ପୂର୍ବରୁ ପରିବାର ଲୋକଙ୍କ ରାୟ ଜରୁର ନିଅନ୍ତୁ।

ପ୍ରେମ ଜୀବନ୍ତ ଅଛି କି ନାହିଁ ଜାଣନ୍ତୁ
ସାଧାରଣତଃ ଲୋକମାନେ ଯେତେବେଳେ ନିଜ ଅତୀତକୁ ଯିବାକୁ ଚେଷ୍ଟା କରନ୍ତି, ସେମାନେ ଏକା ସହିତ ବିତାଇଥିବା ସୁନ୍ଦର ମୁହୂର୍ତ୍ତକୁ ମନେ ପକାଇଥାନ୍ତି। ଯେଉଁ କାରଣ ପାଇଁ ସେମାନଙ୍କ ବ୍ରେକ୍‌ଅପ୍‌ ହୋଇଥିଲା, ତାହା ମନେ ପକାଇବା ମାତ୍ରେ ସେମାନେ ସବୁକିଛି ଭୁଲି ଯାଆନ୍ତି। ଯଦି ବ୍ରେକ୍‌ଅପ୍‌ ପରେ ମଧ୍ୟ ଆପଣ ପରସ୍ପରଙ୍କ ପାଇଁ ଜନ୍ମ ହୋଇଛନ୍ତି ବୋଲି ଭାବୁଛନ୍ତି ତେବେ ନିଜକୁ କେତେକ ପ୍ରଶ୍ନ କରନ୍ତୁ। ଆପଣଙ୍କ ପୂର୍ବତନ ସାଥୀ ଆପଣଙ୍କୁ ଏବେ ବି ସେହି ପ୍ରେମ ଓ ସମ୍ମାନ କରୁଛନ୍ତି କି ନାହିଁ, ଆପଣଙ୍କଠାରୁ ଦୂରେଇବା ପରେ ସେ ଅନୁତପ୍ତ କି ନୁହନ୍ତି ଓ ଆପଣ ତାଙ୍କୁ ଏବେ ବି ସେତିକି ପ୍ରେମ କରୁଛନ୍ତି କି ନାହିଁ ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି ଏହି ସବୁ ପ୍ରଶ୍ନର ଉତ୍ତର ‘ହଁ’ରେ ମିଳେ, ତେବେ ଆପଣ ନିଜ ପୂର୍ବତନ ସାଥୀଙ୍କ ପାଖକୁ ଫେରିବାରେ କୌଣସି ଅସୁବିଧା ନାହିଁ।

ସାଥୀଙ୍କ ଭୁଲ୍‌କୁ କ୍ଷମା କରିପାରିବେ କି?
ଯେ କୌଣସି ବ୍ରେକ୍‌ଅପ୍‌ ଭଲ ଫିଲିଙ୍ଗସ୍‌ ସହିତ ହୋଇ ନ ଥାଏ। ଆପଣ ସମ୍ପର୍କ ଭାଙ୍ଗିବାବେଳେ କେବଳ କଠୋର ଶବ୍ଦ ବ୍ୟବହାର କରି ସାଥୀଙ୍କୁ ନୁହେଁ, ନିଜ ହୃଦୟକୁ ମଧ୍ୟ କଷ୍ଟ ଦେଇଥାନ୍ତି। ତେଣୁ ଏପରିସ୍ଥଳେ ତାଙ୍କ ପାଖକୁ ପୁଣିଥରେ ଫେରିବା ପୂର୍ବରୁ ଭାବନ୍ତୁ ଆପଣ ତାଙ୍କ ଭୁଲ୍‌କୁ କ୍ଷମା କରିପାରିବେ କି ନାହିଁ। ଆପଣ ସାଥୀ କହିଥିବା ସମସ୍ତ କଠୋର ଶବ୍ଦକୁ ଭୁଲି ପାରିବେ କି? ଆପଣଙ୍କୁ ନିଜ ଭବିଷ୍ୟତକୁ ଭଲ କରିବା ଲାଗି ଅତୀତରେ ଘଟିଥିବା ସମସ୍ତ କଷ୍ଟଦାୟକ ସ୍ମୃତିକୁ ଭୁଲିବାକୁ ପଡ଼ିବ।

ଆପଣ ତାଙ୍କ ସହିତ ଭବିଷ୍ୟତରେ ରହିପାରିବେ କି?

ଆପଣ ନିଜ ପୂର୍ବତନ ସାଥୀଙ୍କ ସହିତ ଭବିଷ୍ୟତରେ ରହିପାରିବେ କି ନାହିଁ ନିଜକୁ ପ୍ରଶ୍ନ କରନ୍ତୁ। ଏହି ପ୍ରଶ୍ନର ଉତ୍ତର ମିଳିଯିବା ପରେ ଆପଣଙ୍କୁ ନିଷ୍ପତ୍ତି ନେବା ସହଜ ହୋଇଯିବ। ସବୁ ପ୍ରଶ୍ନର ଉତ୍ତର ମିଳିଯିବା ପରେ ନିଜ ହୃଦୟକୁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ କରନ୍ତୁ ଯେ ବାସ୍ତବରେ ଏବେ ବି ଆପଣଙ୍କ ମନରେ ନିଜ ପୂର୍ବତନ ସାଥୀଙ୍କ ପାଇଁ ସେହି ପ୍ରେମ ଓ ସମ୍ମାନ ଅଛି ନା କେବଳ ଏକୁଟିଆ ରହିବା ଡରରେ ପୁଣିଥରେ ତାଙ୍କ ପାଖକୁ ଫେରୁଛନ୍ତି, ନିଜକୁ ପଚାରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।