ଆମେରିକାକୁ ଚୀନର ଚେତାବନୀ: ଶେଷ ପର୍ଯ୍ୟନ୍ତ ଲଢ଼ିବୁ ବାଣିଜ୍ୟ ଲଢ଼େଇ


ବାଣିଜ୍ୟ ଲଢ଼େଇରେ ଆମେରିକାକୁ ଚେତାବନୀ ଦେଇଛି ଚୀନ। ଚୀନ ପକ୍ଷରୁ କୁହାଯାଇଛି ଯେ ବାଣିଜ୍ୟ ଲଢ଼େଇରେ ଚୀନକୁ କେହି ଦୁର୍ବଳ ମନେକରନ୍ତୁନି। କାରଣ ଆମେରିକା ସହିତ ଶେଷ ପର୍ଯ୍ୟନ୍ତ ବାଣିଜ୍ୟ ଯୁଦ୍ଧ ଲଢ଼ିବାକୁ ଚୀନ ସକ୍ଷମ। ଚୀନରୁ ଆସୁଥିବା ୨୦୦ ବିଲିଅନ ଡଲାରର ସାମଗ୍ରୀ ଉପରେ ବସାଯାଉଥିବା ଶୁଳ୍‌କ ୧୦ ପ୍ରତିଶତରୁ ବଢ଼ାଇ ୨୫ ପ୍ରତିଶତ କରିଛି ଆମେରିକା। ଏହି ପରିପ୍ରେକ୍ଷୀରେ ଚୀନ ଆମେରିକାକୁ ସତର୍କ କରାଇ ଏପରି ବୟାନ ଦେଇଛି। ଚୀନରୁ ଆମଦାନୀ ହେଉଥିବା ଅବଶିଷ୍ଟ ସାମଗ୍ରୀ ଉପରେ ମଧ୍ୟ ଟ୍ରମ୍ପ ଶୁଳ୍‌କ ବଢ଼ାଇବେ ବୋଲି ଧମକ ଦେଇଛନ୍ତି।

ଏହାର ଜବାବରେ ୫୦ ବିଲିଅନ ଡଲାରର ଆମେରିକୀୟ ସାମଗ୍ରୀ ଉପରେ ଚୀନ ମଧ୍ୟ ଶୁଳ୍‌କ ବଢ଼ାଇଛି। ଗତବର୍ଷ ଆମେରିକା ଚୀନରୁ ୫୩୯ ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନି କରିଥିବା ବେଳେ ଚୀନ ଆମେରିକାରୁ ୧୨୦ ବିଲିଅନ ଡଲାର ସାମଗ୍ରୀ ଆମଦାନି କରିଥିଲା। ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଧମକ ପରେ ଚୀନର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଜେଙ୍ଗ ସୁଆଙ୍ଗ ମଙ୍ଗଳବାର କହିଛନ୍ତି ଯେ ଚୀନ ବାରମ୍ବାର କହିଆସୁଛି ଯେ ଶୁଳ୍‌କ ବଢ଼ାଇଦେଲେ ସମସ୍ୟା ସମାଧାନ ହେବ ନାହିଁ। ବରଂ ବାଣିଜ୍ୟ ଯୁଦ୍ଧ ଆରମ୍ଭ କଲେ ଦୁଇ ଦେଶର କ୍ଷତି ହିଁ ହେବା ସାର ହେବ। ସେ କହିଛନ୍ତି ଯେ ଶେଷ ପର୍ଯ୍ୟନ୍ତ ଚୀନ ଡରିଯିବ ନାହିଁ, ବରଂ ଆମେରିକା ସହିତ ବାଣିଜ୍ୟ ଲଢ଼େଇ ଜାରି ରଖିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?