ବିଦ୍ୟାର୍ଥୀଙ୍କ ପାଇଁ ଏହି ପାଠ୍ୟକ୍ରମ ଅଧିକ ଆକର୍ଷଣୀୟ


ଇଣ୍ଟରନେଟ ଅଫ ଥିଙ୍ଗ୍ସ (ଆଇଓଟି) ମେସିନ ଲର୍ଣ୍ଣିଙ୍ଗ ବିଗ୍‌ ଡାଟା ଏବଂ ରୋବୋଟିକ୍ସ ଆଦି ହେଉଛି ଅତ୍ୟଧିକ ଚାହିଦା ରହିଥିବା ପ୍ରଯୁକ୍ତି ପ୍ରସଙ୍ଗ। ଆଗାମୀ ସମୟରେ ଶ୍ରମ ସମ୍ବଳର ଏକ ବଡ଼ଭାଗକୁ ମେସିନ/ଯନ୍ତ୍ରପାତି ନିଜ ନିୟନ୍ତ୍ରଣକୁ ନେଇଯିବ। ଏହି କାରଣରୁ ବର୍ତ୍ତମାନ ସମୟର ବିଦ୍ୟାର୍ଥୀମାନେ ଏହି ପାଠ୍ୟକ୍ରମ ଗୁଡ଼ିକ ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି। ଭାରତୀୟ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ଗୁଡ଼ିକରେ ଆଇଓଟି, ମେସିନ ଲର୍ଣ୍ଣିଙ୍ଗ, ବିଗ୍‌ଡାଟା ଆଦି ଅନ୍ତର୍ଭୁକ୍ତ ହୋଇଥିଲେ ହେଁ ଭାରତୀୟ ବିଦ୍ୟାର୍ଥୀମାନେ ବିଦେଶୀ ବିଶ୍ବବିଦ୍ୟାଳୟ ଗୁଡ଼ିକରୁ ଏଭଳି ଚାହିଦା ଥିବା ପାଠ୍ୟକ୍ରମ ପଢ଼ିବା ପାଇଁ ଆକର୍ଷିତ ହୋଇଥାନ୍ତି।

ଏହା ସମେତ ବିଜନେସ, ଫ୍ୟାଶନ, ଆର୍କିଟେକ୍‌ଚର, ଏରୋସ୍ପେସ, ବିଜନେସ ଆନାଲିଟିକ୍ସ ଭଳି ପାଠ୍ୟକ୍ରମ ଗୁଡ଼ିକ ପାଇଁ ସିଙ୍ଗାପୁର, ହଂକଂ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, କାନାଡ଼ା, ସୁଇଜରଲାଣ୍ଡ ଏବଂ ପୋଲାଣ୍ଡ ଭଳି ଦେଶର ବିଶ୍ବବିଦ୍ୟାଳୟ ପ୍ରସିଦ୍ଧି ଲାଭ କରିଛି। ବିଦେଶ ଶିକ୍ଷା ବିଶେଷଞମାନଙ୍କ କହିବା କଥା ୟୁଏସ ଏବଂ ୟୁକେର ବିଶ୍ବବିଦ୍ୟାଳୟ ଗୁଡ଼ିକ ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପସନ୍ଦର ସ୍ଥାନ ହୋଇ ସର୍ବଦା ରହିଆସିଛି। ଏହି ଦେଶର ସରକାରମାନେ ବିଦେଶ ଶିକ୍ଷାନୀତିକୁ ଛାତ୍ରଛାତ୍ରୀମାନଙ୍କ ପ୍ରତି ଅନୁକୁଳ ହୋଇ ରହିବା ଦିଗରେ ଧ୍ୟାନ ଦେଇ ତିଆରି କରିଥାନ୍ତି। ୟୁଜି, ପିଜି ଏବଂ ପିଏଚ୍‌ଡି ପାଇଁ ସାରା ବିଶ୍ବରୁ ଛାତ୍ରଛାତ୍ରୀମାନେ ଏହିସବୁ ଦେଶଗୁଡ଼ିକୁ ଆସିଥାନ୍ତି।

ଏହା ହେଉଛି କାରଣ
ବିଦେଶ ଶିକ୍ଷା ବିଶେଷଞ ଆୟୁଷ ଫେରିବାଲଙ୍କ କହିବା କଥା ହେଉଛି ଯେ ସିଙ୍ଗାପୁର ଏବଂ ହଂକଂ ଭଳି ଦେଶ ଗୁଡ଼ିକରେ ସରକାର ବିଦ୍ୟାର୍ଥୀମାନଙ୍କ ପାଇଁ ଉତ୍କୃଷ୍ଟ ନୀତି ଏବଂ ଯୋଜନା ତିଆରି କରିଥାନ୍ତି। ସେସବୁ ଦେଶରେ ସରକାର ବିଭିନ୍ନ ପାଠ୍ୟକ୍ରମ ପାଇଁ ବିପୁଳ ପାଣ୍ଠି ଯୋଗାଇ ଦେଇଥାନ୍ତି ଏବଂ ଚାହିଁଥାନ୍ତି କି ସାରା ବିଶ୍ବରୁ ସେମାନଙ୍କ ଦେଶକୁ ଉନ୍ନତ ମସ୍ତିଷ୍କଧାରୀ କିପରି ଆସିପାରିବେ। ଏହିସବୁ ଦେଶର ଶାନ୍ତ ପରିବେଶ ଅଭିଭାବକମାନଙ୍କ ଚିନ୍ତା ଦୂର କରିଥାଏ। ଫରେନ ଏଜୁକେସନ ଏକ୍ସପର୍ଟ ପବନ ସୋଲାଙ୍କିଙ୍କ କହିବା କଥା ସିଙ୍ଗାପୁର ଏବଂ ହଂକଂ ବ୍ୟତୀତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ କାନାଡ଼ା ପାଇଁ ଜୟପୁରରୁ ବିଦ୍ୟାର୍ଥୀମାନେ ବେଶି ସଂଖ୍ୟାରେ ଯାଇଥାନ୍ତି।

ଏହି ଦେଶଗୁଡ଼ିକରେ ସରକାରଙ୍କ ପକ୍ଷରୁ ଷ୍ଟେ ବ୍ୟାକ୍‌ ଭିସା ମିଳିଥାଏ। ଯାହାଫଳରେ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ ପରେ ବି ତିନିବର୍ଷ ପର୍ଯ୍ୟନ୍ତ ଏହି ଦେଶଗୁଡ଼ିକରେ ରହିପାରିଥାଏ। କିନ୍ତୁ ୟୁଏସ ଏବଂ ୟୁକେରେ ୪ ମାସ ମଧ୍ୟରେ ଚାକିରି କରିବା ଜରୁରୀ ଅଟେ। ଫରେନ ଏଜୁକେସନ ଏକ୍ସପର୍ଟ ନୀଲାକ୍ଷି ଚତୁର୍ବେଦୀଙ୍କ କହିବା କଥା ଷ୍ଟୁଡେଣ୍ଟସ ଇଣ୍ଟର୍ନସିପ ପାଇଁ ଏବେ ବିକାଶଶୀଳ ଦେଶଗୁଡ଼ିକରେ ଚାହିଦା ବଢ଼ିବାରେ ଲାଗିଛି। ଏହି ଦେଶଗୁଡ଼ିକରେ ଉନ୍ନତ ଶିକ୍ଷା ସହିତ ପାରିଶ୍ରମିକ ଯୁକ୍ତ ଶିକ୍ଷା ମିଳିଥାଏ। ଏଥିପାଇଁ ୟେଲ ୟୁନିଭରସିଟି ଶୀର୍ଷରେ ଥିବା ବେଳେ ପିସଟନ ୟୁନିଭରସିଟି, କଲମ୍ବିଆ ୟୁନିଭରସିଟି, କ୍ରାଉନ ୟୁନିଭରସିଟି ପଛକୁ ପଛ ରହିଛି। ୟୁଏସ, ୟୁକେ, ଜର୍ମାନୀ, ସୁଇଜରଲାଣ୍ଡ, ପୋଲାଣ୍ଡ ଓ ସିଙ୍ଗାପୁର ହେଉଛି ଭାରତୀୟ ବିଦ୍ୟାର୍ଥୀମାନଙ୍କ ପାଇଁ ଅନ୍ୟତମ ଆକର୍ଷଣୀୟ ସ୍ଥାନ। ଭାରତର ମେଟ୍ରୋ ଗୁଡ଼ିକରେ ରହୁଥିବା ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ଅନେକ ଅନ୍‌ଲାଇନରେ ବ୍ଲକଚେନ, କୋଡିଂ, ଆଲଗୋରିଦମର ଜଟିଳ ବିଷୟ ସହିତ ଅଭ୍ୟସ୍ତ ହୋଇ ଗୁଗଲ ଭଳି କମ୍ପାନୀଗୁଡ଼ିକରେ ମୋଟା ଅଙ୍କର ଦରମାରେ ନିୟୋଜିତ ହୋଇପାରୁଛନ୍ତି। ବିଦେଶୀ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ପଢ଼ିବା ପାଇଁ ଆଗ୍ରହ ଥିଲେ ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ବାବଦରେ ସୂଚନା ସଂଗ୍ରହ ସହିତ ଆବଶ୍ୟକୀୟ ପରୀକ୍ଷାରେ ସଫଳତା ହାସଲ କରିବା ଅପରିହାର୍ଯ୍ୟ ହୋଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।