ସିକ୍କିମ୍‌ ଫ୍ଲାୱାର ଫେଷ୍ଟିଭାଲ୍‌ରେ ନିଜକୁ ମହକିତ କରନ୍ତୁ


ଯଦି ମେ’ ମାସରେ କୁଆଡ଼େ ବୁଲିଯିବାର ଯୋଜନା କରିଛନ୍ତି, ତେବେ ସିକ୍କିମ୍‌ ଆପଣଙ୍କ ପାଇଁ ଉପଯୁକ୍ତ ପର୍ଯ୍ୟଟନସ୍ଥଳୀ। ସୁନ୍ଦର ପ୍ରାକୃତିକ ପରିବେଶ ସହିତ ଏଠାରେ ଚାଲୁଥିବା ଇଣ୍ଟରନ୍ୟାସନାଲ ଫ୍ଲାୱାର ଫେଷ୍ଟିଭାଲର ମଜା ନେଇପାରିବେ। ୧ ମେ’ରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ ୩୧ ମେ’ ପର୍ଯ୍ୟନ୍ତ ଚାଲିବ। ପ୍ରକୃତିପ୍ରେମୀ ଓ ଫୁଲପ୍ରେମୀଙ୍କ ପାଇଁ ଏହା ଏକ ସୁନ୍ଦର ସୁଯୋଗ।

ଦେଖିବାକୁ ମିଳୁଛି ଅନେକ ପ୍ରକାରର ଫୁଲ

ଗ୍ୟାଙ୍ଗଟକରେ ଚାଲିଥିବା ଇଣ୍ଟରନ୍ୟାସନାଲ ଫ୍ଲାୱାର ଏଣ୍ଡ ଗାର୍ଡେନ୍‌ ଫେଷ୍ଟିଭାଲ ଏକ ବଡ଼ ମେହାତ୍ସବ ଅଟେ। ଏଠାରେ ଅବସ୍ଥିତ ହ୍ବାଇଟ୍‌ ହଲ୍‌ରେ ଏହାର ଆୟୋଜନ କରାଯାଏ। ଏହି ମହୋତ୍ସବରେ ୬୦୦ ପ୍ରକାରର ଅର୍ଚିଡ୍‌, ୨୪୦ ପ୍ରକାରର ଗଛ ଏବଂ ଫର୍ଣ୍ଣ, ୧୫୦ ପ୍ରକାରର ଗ୍ଲାଡିଓଲି,  ୪୬ ପ୍ରକାରର ରୋଡୋଡେଣ୍ଟ୍ରନସ୍‌ ଓ ଅନ୍ୟାନ୍ୟ ଫୁଲ ଦେଖିବାକୁ ପାଇବେ। ଏଥିସହିତ ଏହି ଫେଷ୍ଟିଭାଲରେ ଆପଣ ସ୍ବାଦିଷ୍ଟ ବ୍ୟଞ୍ଜନର ମଧ୍ୟ ମଜା ନେଇପାରିବେ। ଅର୍ଥାତ୍‌ ଏହି ଫେଷ୍ଟିଭାଲରେ କେବଳ ନେଚର ଲଭର୍ସଙ୍କ ପାଇଁ ନୁହେଁ, ଫୁଡ୍‌ ଲଭର୍ସଙ୍କ ପାଇଁ ମଧ୍ୟ ବହୁତ ଭଲ।

ହ୍ୟାଣ୍ଡିକ୍ରାଫ୍ଟ ସାମଗ୍ରୀ ବି ପାଇବେ

ଆପଣ ଏହି ଫେଷ୍ଟିଭାଲରେ ପାରମ୍ପରିକ ସିକ୍କିମ୍‌ ନୃତ୍ୟ ସହିତ ସ୍ଥାନୀୟ ସିନେମାକୁ ଉପଭୋଗ କରିପାରିବେ। ସ୍ଥାନୀୟ କଳା ଓ ଶିଳ୍ପ ପ୍ରଦର୍ଶନୀ ମଧ୍ୟ ଏଠାରେ ଲଗାଯାଇଥାଏ। ଏଠାରେ ଆପଣ ସିକ୍କିମ୍‌ ହ୍ୟାଣ୍ଡିକ୍ରାଫ୍ଟ ସାମଗ୍ରୀ ମଧ୍ୟ କିଣା କିଣି କରିପାରିବେ।

ରିଭର ରାଫ୍ଟିଙ୍ଗ
ଗରମ ଦିନେ ଲହରୀ ଭିତରେ ରିଭର ରାଫ୍ଟିଙ୍ଗ କରିବାକୁ କାହାରିକୁ ଭଲ ଲାଗେ ନାହିଁ! ଏହି ଦିନରେ ଅଧିକାଂଶ ଲୋକ ନଦୀ, ହ୍ରଦ ଓ ସମୁଦ୍ର ଥିବା ସ୍ଥାନକୁ ଯିବାକୁ ଅଧିକ ପସନ୍ଦ କରନ୍ତି। ବିଶେଷକରି ଯୁବପିଢ଼ି ଏହି ଋତୁରେ ରିଭର ରାଫ୍ଟିଙ୍ଗ କରିବାକୁ ଅଧିକ ପସନ୍ଦ କରିଥାନ୍ତି। ଆପଣ ମଧ୍ୟ ସିକ୍କିମ୍‌ର ତିସ୍ତା ନଦୀରେ ରିଭର ରାଫ୍ଟିଙ୍ଗର ମଜା ନେଇପାରିବେ।

ପ୍ରାକୃତିକ ସୌନ୍ଦର୍ଯ୍ୟ
ଏଠାରେ ଆପଣ ହିମାଳୟର ପ୍ରାଚୀନ ଓ ବହୁତ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ପାଇବେ। ଏହାବ୍ୟତୀତ ଆପଣ ଏଠାରେ ଜଳ ପ୍ରପାତ, ଜଙ୍ଗଲ, ତିବ୍‌ବତୀୟ ଷ୍ଟାଇଲ୍‌ର ବୌଦ୍ଧ ଗୁମ୍ଫା, ଉଚ୍ଚା ପାହାଡ଼ ଉପରେ ଅବସ୍ଥିତ ଘାସ ପଡ଼ିଆ ଦେଖିବାକୁ ପାଇବେ।

ପର୍ବତର ସୌନ୍ଦର୍ଯ୍ୟ

ସିକ୍କିମ୍‌ର ନୀଳମଣି ଓ କାଞ୍ଚନଜଙ୍ଘାର ଉଚ୍ଚ ଶୃଙ୍ଗରୁ ଆପଣ ସୂର୍ଯ୍ୟୋଦୟର ସୌନ୍ଦର୍ଯ୍ୟ ଦେଖିବାକୁ ପାଇପାରିବେ। କାଞ୍ଚନଜଙ୍ଘା ହେଉଛି ବିଶ୍ବର ତୃତୀୟ ସର୍ବୋଚ୍ଚ ଶୃଙ୍ଗ ଅଟେ। କେବଳ ସେତିକି ନୁହେଁ, ପାହାଡ଼ ଉପରକୁ ଗଲା ପରେ ଆପଣ ସୁନ୍ଦର ଓ ମନମୋହକ ହ୍ରଦ ଦେଖିବାକୁ ପାଇବେ।

ସିକ୍କିମ୍‌ରେ କିଣା କିଣି
ପାରମ୍ପରିକ କଳା ଓ ହସ୍ତଶିଳ୍ପ ପାଇଁ ସିକ୍କିମ୍‌ର ଭିନ୍ନ ଏକ ପରିଚୟ ରହିଛି, ଯାହା ଆପଣଙ୍କୁ କିଣା କିଣି କରିବାକୁ ବାଧ୍ୟ କରିଦେବ। ଏହାବ୍ୟତୀତ ସିକ୍କିମ୍‌ର ପ୍ରସିଦ୍ଧ ଉଲ୍‌ କାରପେଟ୍‌ସ ଓ ବ୍ଲାଙ୍କେଟ୍‌ କିଣି ଆପଣ ଘରର ଶୋଭା ବଢ଼ାଇପାରିବେ। ଏଥିସହିତ କଟନ୍‌ର କାନ୍‌ଭାସ୍‌ ଉପରେ ତିଆରି କରାଯାଇଥିବା ପାରମ୍ପରିକ ପେଣ୍ଟିଙ୍ଗସ୍‌ ମଧ୍ୟ କିଣିପାରିବେ।

ସିକ୍କିମ୍‌ର ଖାଦ୍ୟପେୟ
ଭାତ ସିକ୍କିମ୍‌ର ସବୁଠାରୁ ପାରମ୍ପରିକ ଖାଦ୍ୟ ଅଟେ, ତେଣୁ ଆପଣ ଏଠାରେ ବିଭିନ୍ନ ପ୍ରକାର ଡିଶ୍‌ ସହିତ ଭାତ ଖାଇପାରିବେ। ଏଠାରେ ଅନେକ ପ୍ରସିଦ୍ଧ ରେସ୍ତୋରାଁ ମଧ୍ୟ ରହିଛି, ଯେଉଁଠି ଆପଣ ତିବ୍‌ବତୀୟ, ନେପାଳୀ, ଚୀନୀ ଓ ଇଟାଲିଆନ୍‌ ଖାଦ୍ୟର ମଜା ନେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।