ପ୍ରତିଦିନ କରନ୍ତୁ ଦେଶୀ ବ୍ରେକ୍‌ଫାଷ୍ଟ, ମିଳିବ ଅନେକ ଫାଇଦା


ଭାରତରେ ଦେଶୀ ବ୍ରେକ୍‌ଫାଷ୍ଟକୁ ନେଇ ଚିନ୍ତାଧାରା ବଦଳିବାରେ ଲାଗିଛି। ଅଧିକାଂଶ ଲୋକ ମାନନ୍ତି ପରଠା, ଚକୁଳି ଭଳି ଭାରତୀୟ ବ୍ରେକ୍‌ଫାଷ୍ଟ ଓଜନ ବୃଦ୍ଧି କରିଥାଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ ନୁହେଁ। ଯଦି ଏହାକୁ ଉପଯୁକ୍ତ ଢଙ୍ଗରେ ସେବନ କରାଯାଏ, ତେବେ ଭାରତୀୟ ବ୍ରେକ୍‌ଫାଷ୍ଟ ଓଜନ ବଢ଼ାଇବା ବଦଳରେ ହ୍ରାସ କରିଥାଏ। ଯଦି ଆପଣ ଅଧିକ ପ୍ରୋଟିନ୍‌ ଓ କାର୍ବୋହାଇଡ୍ରେଟ୍‌ସ ଯୁକ୍ତ ବ୍ରେକ୍‌ଫାଷ୍ଟ କରୁଛନ୍ତି, ତେବେ ପେଟ ଅଧିକ ସମୟ ପୂରିଲା ଭଳି ରହିଥାଏ। ଏହା ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ପନୀର ପରଠା
ପନୀରରେ ଅଧିକ ମାତ୍ରାରେ ପ୍ରୋଟିନ୍‌ ରହିଛି। ତେଣୁ ସକାଳୁ ପନୀର ପରଠା ତିଆର କରନ୍ତୁ ଓ ଗରମ ଗରମ ପରଷନ୍ତୁ। ଏହା ସହିତ ଆପଣ ଚଟଣୀ କିମ୍ବା ଦହି ଖାଇପାରିବେ। ଏହି ସମୟରେ ଧ୍ୟାନ ରଖନ୍ତୁ, ଯେପରି ପନୀରରେ ଅଧିକ ତେଲ, ବଟର କିମ୍ବା ଘିଅ ବ୍ୟବହାର କରନ୍ତୁ ନାହିଁ। ନଚେତ୍‌ ଓଜନ ବଢ଼ିବାର ସମ୍ଭାବନା ରହିଛି।

ଢୋକଲା
ବେସନରେ ତିଆର କରାଯାଉଥିବା ଢୋକଲା କେବଳ ହାଲୁକା ଖାଦ୍ୟ ନୁହେଁ, ହଜମ କରିବାକୁ ମଧ୍ୟ ସହଜ ହୋଇଥାଏ। ଯଦି ଆପଣ କ୍ୟାଲୋରୀ କମ୍‌ କରିବାକୁ ଚାହୁଛନ୍ତି, ତେବେ ଏହି ଦେଶୀ ବ୍ରେକ୍‌ଫାଷ୍ଟ ଆପଣଙ୍କ ପାଇଁ ଉପଯୁକ୍ତ।

ଯବ ପରଠା

ସ୍ବାସ୍ଥ୍ୟକର ବ୍ରେକ୍‌ଫାଷ୍ଟ ମଧ୍ୟରେ ଯବ ପରଠା ଅନ୍ୟତମ। ପରଠା ତିଆରି କରିବା ଲାଗି ଯବ ସହିତ ଚଣା ଡାଲି ପାଉଡର, ଆମଚୁର ଓ ଜୁଆଣି ମିଶାନ୍ତୁ। ଏହାଦ୍ବାରା ପରାଠା ଆହୁରି ସ୍ବାଦିଷ୍ଟ ଲାଗିବ। ଏହି ପରଠା ଖାଇବା ଦ୍ବାରା ପେଟ ଅଧିକ ସମୟ ପୂରିଲା ଭଳି ରହିବ।

ମୁଗ ଡାଲି ଚିଲା
ମୁଗ ଡାଲି ଚିଲା ଆହୁରି ଏକ ଦେଶୀ ବ୍ରେକ୍‌ଫାଷ୍ଟ, ଯାହା ବହୁତ ସ୍ବାସ୍ଥ୍ୟକର ହୋଇଥାଏ। ଚିଲାରେ ଆପଣ ଚାହିଲେ ପରିବା ମଧ୍ୟ ମିଶାଇ ପାରିବେ, ଯାହାଫଳରେ ଏହା ଅଧିକ ସ୍ବାସ୍ଥ୍ୟକର ହୋଇଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।