ତାତିରୁ ତ୍ବଚାକୁ ବଞ୍ଚାନ୍ତୁ, କରନ୍ତୁ ଏସବୁ ଉପାୟ


ଗରମ ଦିନେ ସାଧାରଣତଃ ଖରାରେ ବୁଲାବୁଲି କଲାପରେ ରଙ୍ଗ କଳା ପଡ଼ିଯାଏ। ପ୍ରଚଣ୍ଡ ସୂର୍ଯ୍ୟ କିରଣ ଆପଣଙ୍କ ତ୍ବଚା ଓ ଚେହେରାର ରଙ୍ଗକୁ କଳା କରିଦିଏ। କିନ୍ତୁ ଆପଣ ଯଦି ନିଜ ବ୍ୟସ୍ତ ଶିଡ୍ୟୁଲ୍‌ରୁ ୧୫ ମିନିଟ୍‌ ବାହାର କରି କେତେକ ଘରୋଇ ଉପାୟ ଅବଲମ୍ବନ କରୁଛନ୍ତି, ତେବେ ଆପଣଙ୍କର ତ୍ବଚାର ରଙ୍ଗ ପୁଣି ଥରେ ଫେରିପାରିବ। ଘରୋଇ ଉପାୟ ଅବଲମ୍ବନ କଲେ ମେକ୍‌ଅପ୍‌ ପ୍ରଡକ୍ଟ ଭଳି ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ରହିବ ନାହିଁ।

ଭୁଲନ୍ତୁନି ସନ୍‌ସ୍କ୍ରିନ୍‌
ଗରମ ଦିନେ ଘରୁ ବାହାରିବା ପୂର୍ବରୁ ଚେହେରା ସହିତ ଶରୀରର ଖୋଲା ରହୁଥିବା ସ୍ଥାନରେ ସନ୍‌ସ୍କ୍ରିନ୍‌ କିମ୍ବା ବ୍ରଡ୍‌ ସ୍ପେକ୍ଟ୍ରମ୍‌ କ୍ରିମ୍‌ ଲଗାଇବାକୁ ଭୁଲନ୍ତୁନି। ରାତିରେ ଚେହେରାକୁ ଭଲ ଭାବେ ସଫା କରି ମଏଶ୍ଚରାଇଜ କରି ଶୁଅନ୍ତୁ। ଏହାଫଳରେ ଚେହେରା ଶୁଷ୍କ ହେବ ନାହିଁ। ଗରମ ଦିନେ ସପ୍ତାହରେ ୩ରୁ ୪ ଥର ଚେହେରାକୁ ସ୍କ୍ରବ୍‌ ନିହାତି କରନ୍ତୁ ଓ ଯଥାସମ୍ଭବ ଲିକ୍ୟୁଡ୍‌ ଡାଏଟ୍‌ ସେବନ କରନ୍ତୁ।

କଞ୍ଚା କ୍ଷୀର ଓ ଗୋଲାପ ଜଳ
ତ୍ବଚାକୁ ସତେଜ ରଖିବା ଲାଗି କଞ୍ଚା କ୍ଷୀର ସହିତ ଅଳ୍ପ ଗୋଲାପ ଜଳ ଓ ପାଣି ମିଶାଇ ଚେହେରାରେ ଲଗାନ୍ତୁ। ଏହି ଦିନେ ତ୍ବଚାର ବିଶେଷ ଯତ୍ନ ନେବା ଉଚିତ। ତେଣୁ ବାହାରୁ ଘରକୁ ଫେରିବା ମାତ୍ରେ ପ୍ରଥମେ ଥଣ୍ଡା ପାଣି ମୁହଁରେ ଛାଟନ୍ତୁ। ପରେ ମୁହଁ ପୋଛି ଏଲୋଭେରା ଜେଲ୍‌ ଲଗାନ୍ତୁ। ଚେହେରାକୁ ଥଣ୍ଡା ମିଳିବ।

ସନ୍‌ ଟ୍ୟାନ୍‌ ଦୂର କରିବ ଚା’ ପାଣି
ଏକ କପ୍‌ ପାଣିରେ ଚା’ ପତି ଫୁଟାଇ ଛାଣନ୍ତୁ। ଏହାକୁ ଥଣ୍ଡା କରି ତ୍ବଚାରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାନ୍ତୁ। ଏହାଦ୍ବାରା ସନ୍‌ ଟ୍ୟାନ୍‌ ହୋଇ ନ ଥାଏ। ଆପଣ ଚାହିଲେ ଟି’ ବ୍ୟାଗ୍‌କୁ ଭିଜାଇ ଆଖି ଉପରେ ରଖିପାରିବେ। ଆଖି ପୋଡ଼ିବା ଦୂର ହୋଇଯିବ।

ଏଲୋଭେରା ତ୍ବଚା ପୋଡ଼ିବ ଦୂର କରେ

ତ୍ବଚା ଜଳାପୋଡ଼ାକୁ ଏଲୋଭେରା ଦୂର କରିଥାଏ। ଏଥିସହିତ ସନ୍‌ ବର୍ଣ୍ଣରୁ ମଧ୍ୟ ଆରାମ ଦେଇଥାଏ। ଏଲୋଭେରାର ତାଜା ପତ୍ରକୁ କାଟି ଜେଲ୍‌ ବାହାର କରନ୍ତୁ। ଏହାକୁ ୧୦ରୁ ୧୫ ମିନିଟ୍‌ ଯାଏ ଫ୍ରିଜ୍‌ରେ ରଖନ୍ତୁ। ଏହାପରେ ଏଲୋଭେରା ଜେଲ୍‌କୁ ଚେହେରାରେ ଲଗାନ୍ତୁ। ଅଧଘଣ୍ଟା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ସନ୍‌ବର୍ଣ୍ଣ ଦୂର କରିବ ଲେମ୍ବୁ ଓ କ୍ରିମ୍‌

ସନ୍‌ବର୍ଣ୍ଣରୁ ରକ୍ଷା ପାଇବା ପାଇଁ ଦିନରେ ଥରେ ତାଜା କ୍ରିମ୍‌ରେ କିଛି ବୁନ୍ଦା ଲେମ୍ବୁ ମିଶାଇ ଚେହେରାରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ସାଦା ପାଣିରେ ଧୋଇ ଦିଅନ୍ତୁ। ଏହି ଘରୋଇ ଉପାୟ ରଙ୍ଗ ଗୋରା କରିବା ସହିତ ଝାଉଁଳି ଯାଇଥିବା ତ୍ବଚାକୁ ଥଣ୍ଡା ଓ ସତେଜତା ଦେଇଥାଏ।

କଞ୍ଚା ଆଳୁ ରଙ୍ଗ ଚମକାଏ
ସନ୍‌ବର୍ଣ୍ଣରୁ ରକ୍ଷା ପାଇବା ପାଇଁ ଆପଣ ଆଳୁ ମଧ୍ୟ ବ୍ୟବହାର କରିପାରିବେ। ଏଥିପାଇଁ କଞ୍ଚା ଆଳୁକୁ ଗ୍ରେଟେଡ୍‌ କରି ରସ ବାହାର କରନ୍ତୁ। ଏଥିରେ ମହୁ ମିଶାଇ ତ୍ବଚାରେ ଲଗାନ୍ତୁ। ଶୁଖିଗଲା ପରେ ପାଣିରେ ଧୋଇ ହୋଇଯାଆନ୍ତୁ। ଟ୍ୟାନିଙ୍ଗ ଦୂର କରିବା ଲାଗି ମୁଲତାନି ମାଟିରେ କାକୁଡ଼ି ରସ ଓ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ସପ୍ତାହରେ ୨ ଥର ଚେହେରାରେ ଲଗାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।