ବିରଳ: ବୈଶାଖ ଦେଖୁଛି ବାତ୍ୟା ଓ ବନ୍ୟା

ଓଡ଼ିଶାକୁ ନାଲିଆଖି ଦେଖାଉଛି ‘ଫୋନି’

ଏବେ ଆଉ ଖରାଦିନେ ଖରା ଓ ବର୍ଷା ଦିନେ ବର୍ଷା ସୀମିତ ହୋଇରହିନାହିଁ। ଜଳବାୟୁ ପରିବର୍ତ୍ତନର ଜ୍ବାଳା କାରଣରୁ ଧରିତ୍ରୀକୁ ଏଭଳି ପରିସ୍ଥିତିରର ସାମ୍ନା କରିବାଉ ପଡୁଛି। ସାରା ରାଜ୍ୟବାସୀ ପ୍ରବଳ ଗ୍ରୀଷ୍ମ ଓ ଗୁଳିଗୁଳିରେ ଛଟପଟ ହେଉଥିବା ବେଳେ ସାମୁଦ୍ରିକ ମହାବାତ୍ୟାର ଆଗମନ ଚିନ୍ତା ବଢ଼ାଇଦେଇଛି। ମୁଖ୍ୟତଃ ରାଜ୍ୟରେ ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ବାତ୍ୟା ହେଉଥିବା ବେଳେ ଦୀର୍ଘ ୩୦ ବର୍ଷ ପରେ ଓଡିଶା ଉପକୂଳକୁ ମେ ମାସରେ ବାତ୍ୟା ଆଶଙ୍କା ଘାରିଛି। ୧୯୮୯ ମେ ମାସରେ ଓଡିଶା ଉପକୂଳରେ ବାତ୍ୟା ହୋଇଥିଲା। ଏହା ପୂର୍ବରୁ ୧୮୯୭, ୧୯୧୪, ୧୯୧୭ ଓ ୧୯୮୨ରେ ମେ ମାସରେ ବାତ୍ୟାର ପ୍ରକୋପକୁ ଓଡିଶା ଭୋଗିଥିଲା। ତେବେ ଦୀର୍ଘ ୩୦ ବର୍ଷ ମଧ୍ୟରେ ମେ ମାସରେ ବାତ୍ୟା ଦେଖାଯାଇ ନ ଥିଲା। ଏପ୍ରିଲ ମାସରେ ସାମୁଦ୍ରିକ ବାତ୍ୟା ‘ଫୋନି’ ମାଡିଆସୁଥିବା ଜଣାଯାଇଛି।

ଭେରି ସିଭିୟର ସାଇକ୍ଲୋନର ରୂପ ନେଇସାରିଛି ସାମୁଦ୍ରିକ ଝଡ ଫୋନି। ୩୦ ତାରିଖ ମଙ୍ଗଳବାର ଅପରାହ୍ନ ୧୨.୩୦ ସୁଧା ଫୋନି ପୁରୀ ଠାରୁ ୮୩୦ କିମି ଦୂରରେ ଅଛି। ଭାରତୀୟ ପାଣିପାଗ ସଂସ୍ଥା ୩ ତାରିଖ ସୁଦ୍ଧା ଓଡିଶା ଉପକୂଳ ପୁରୀ ଠାରେ ଏହା କୁଳ ଛୁଇଁବ ବୋଲି ପୂର୍ବାନୁମାନ କରିଥିବା ବେଳେ ଆମେରିକାନ ନେଭି ଓଡିଶା ଉପକୂଳରେ ଫୋନି କୁଳ ଛୁଇଁବ ନାହିଁ ବୋଲି କହିଛି। କିନ୍ତୁ ଏପଟେ ପୁରୀ ଜିଲା ପ୍ରଶାସନ ଡାକବାଜି ଯନ୍ତ୍ର ଦ୍ୱାରା ବାତ୍ୟାର ସୂଚନା ସହ ଉଚ୍ଚ ସ୍ଥାନକୁ ଛାଡି ଚାଲିଯିବାକୁ କହୁଛନ୍ତି। ସଚିବାଳୟରେ ଉଚ୍ଚ ସ୍ତରୀୟ ସମୀକ୍ଷା ହୋଇଥିବା ବେଳେ ସେପଟେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିବା ଜଣାଯାଇଛି। ସମୁଦ୍ର ମଧ୍ୟରେ ରହି ଶକ୍ତି ସଂଗ୍ରହ କରୁଥିବା ଫୋନି ବର୍ତ୍ତମାନ ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ପୁରୀ ଠାରୁ ୮୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ମେ ୨ ତାରିଖ ବେଳକୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଉପକୂଳରେ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି। ୩ ତାରିଖ ଦିନ ଏହା ଓଡିଶା ଉପକୂଳରେ ପହଞ୍ଚିବ ଓ ୪ ତାରିଖ ବେଳକୁ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୨ ତାରିଖ ଅପରାହ୍ନରୁ ୩ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। ୬ଟି ଜିଲ୍ଲା- ଗଞ୍ଜାମ, ପୁରୀ, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ ମୟୁରଭଞ୍ଜରେ ଏହାର ପ୍ରଭାବ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ଆଇଏମଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଫୋନି ଘନୀଭୂତ ହୋଇ ଅତି ଭୟଙ୍କର ଘୂର୍ଣ୍ଣିବାତ୍ୟାର ରୂପ ନେଇଛି। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୮୦ରୁ ୧୯୦ କିମି ରହିବ। ପବନ ସହିତ ବର୍ଷାର ମାତ୍ରା ବଢ଼ିବ ବୋଲି ପାଣିପାଗ ବିଶେଷଞ ଶରତ ସାହୁ କହିଛନ୍ତି। ଓଡିଶା ଭିତରେ କିଛି ଅଞ୍ଚଳ ଦେଇ ଏହି ବାତ୍ୟା ଅତିକ୍ରମ କରିବ। ୩ ତାରିଖ ରାତିସାରା ବର୍ଷା ଓ ପବନର ପ୍ରଭାବ ରହିବ। ତେବେ ଅସମୟରେ ଏପରି ସାମୁଦ୍ରିକ ମହାବାତ୍ୟାକୁ ନେଇ ଉପକୂଳ ଓଡ଼ିଶାରେ ଆଶଙ୍କା ବହୁଗୁଣିତ ହୋଇଛି। ବିଗତ ୪ ଦିନ ହେବ ଏହା କେଉଁଠି କୁଳ ଛୁଇଁବ ତାକୁ ନେଇ ନାନାକଥା ଶୁଣାଯାଉଥିଲା। ଭାରତୀୟ ପାଣିପାଗ ସଂସ୍ଥା ଗୋଟିଏ କଥା କହୁଥିବା ବେଳେ ୟୁଏସ ନେଭି ଆଉ ଗୋଟିଏ ଆକଳନ କରିବା ଲୋକଙ୍କୁ ଆଶଙ୍କା ଭିତରକୁ ଠେଲିଦେଇଥିଲା। ଏପ୍ରିଲ ୩୦ ସକାଳ ସୁଦ୍ଧା ଓଡିଶାକୁ ସାଇକ୍ଲୋନ ୱାଚରେ ରଖାଯାଇଛି। ବନ୍ଦର ଗୁଡିକରେ ୨ ନମ୍ବର ସତର୍କ ସୂଚନା ଦିଆଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ସତର୍କ ସଂକେତ ଦିଆଯିବ। ଭାରତୀୟ ପାଣିପାଗ ସଂସ୍ଥା ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। କେନ୍ଦ୍ର କ୍ୟାବିନେଟ ସଚିବ ପି.କେ. ସିନନା ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଓଡ଼ିଶାର ମୁଖ୍ୟ ଶାସନସଚିବମାନଙ୍କ ସହିତ ଭିଡିଓ କନଫେରନ୍‌ସିଂ ଜରିଆରେ ଆଲୋଚନା କରିଛନ୍ତି। ଉପକୂଳ ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

ସାମୁଦ୍ରିକ ଝଡବାତ୍ୟା ‘ଫୋନି’ ପାଇଁ କେନ୍ଦ୍ର ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୪ ରାଜ୍ୟକୁ ଆଗୁଆ ସହାୟତା ରାଶି ପ୍ରଦାନ କରିଛନ୍ତି। ଆନ୍ଧ୍ରପ୍ରଦେଶ, ଓଡିଶା, ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ଏହି ସହାୟତା ରାଶି ଆଗୁଆ ଭାବେ ଦିଆଯାଇଛି। ଏହି କ୍ରମରେ ଆନ୍ଧ୍ରପ୍ରଦେଶକୁ ୨୦୦ କୋଟି, ଓଡିଶାକୁ ୩୪୦ କୋଟି, ତାମିଲନାଡୁକୁ ୩୦୯ କୋଟି ଓ ପଶ୍ଚିମବଙ୍ଗକୁ ୨୩୫ କୋଟିର ଅର୍ଥ ପ୍ରଦାନ କରାଯାଇଛି। ପ୍ରତ୍ୟେକ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଣ୍ଠିକୁ ଏହି ଅର୍ଥ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି। ତେବେ ଏହି ଅର୍ଥରାଶି କେବଳ ସାମୁଦ୍ରିକ ବାତ୍ୟା ଫୋନିର ପୁନର୍ବାସ ଓ ଥଇଥାନ ସହ ରିଲିଫ୍‌ରେ ଖର୍ଚ୍ଚ ହେବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ବାତ୍ୟା ମୁକାବିଲା ନେଇ ସଚିବାଳୟରେ ସମୀକ୍ଷା ବୈଠକ ବସିଛି। ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ବି ଉପସ୍ଥିତି ଥିଲେ। ବାତ୍ୟା ନେଇ ରାଜ୍ୟ ସରକାର ସତର୍କ ଥିବା କହିଛନ୍ତି ଏସ୍‌ଆରସି ବିଷ୍ଣୁପଦ ସେଠୀ। ସମସ୍ତ ଉପକୂଳବର୍ତ୍ତିୀ ଅଞ୍ଚଳର ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇ ଦିଆଯାଇଛି। ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଆସନ୍ତା ୨ ତାରିଖରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ସତର୍କ କରାଯିବ। ରିଲିଫ ସାମଗ୍ରୀ ଓ ଖାଦ୍ୟ ପ୍ରସ୍ତୁତ ରଖାଯାଇଛି। ପୂର୍ବାନୁମାନ ଅନୁସାରେ ୩ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବ (ଲ୍ୟାଣ୍ଡଫଲ) ବୋଲି ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି। ସମ୍ଭାବ୍ୟ ବାତ୍ୟା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭାରତୀୟ ଜଳ ବାହିନୀ। ନିଜର ସମସ୍ତ ଜଳ ଜାହାଜ ଓ ଏୟାରକ୍ରାଫ୍ଟକୁ ସମ୍ପୂର୍ଣ୍ଣ ରୂପେ ଜାଗତିଆର ରଖାଯାଇଛି। ସମସ୍ତ ପ୍ରକାର ଜରୁରୀକାଳୀନ ପରିସ୍ଥିତି ପାଇଁ ସହାୟତା ଯୋଗାଇଦେବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ ନୌସେନା। ସମସ୍ତ ପ୍ରକାର ଖାଦ୍ୟ ଓ ରିଲିଫ ସାମଗ୍ରୀ, ଅତିରିକ୍ତ ଡାକ୍ତର, ରେବର ବୋର୍ଟ ଏବଂ ଡ୍ରାଇଭରଙ୍କୁ ନେଇ ଟିମ୍‌ ପ୍ରସ୍ତୁତ ଅଛି। ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଏୟାର ଷ୍ଟେସନରେ ନିଜର ସମସ୍ତ ଏୟାରକ୍ରାଫ୍ଟକୁ ସଜାଗ ରଖାଯାଇଛି। ଆବଶ୍ୟକ ପଡିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରର କରାଯିବା ସହ ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।