ଅନନ୍ୟାଙ୍କଠାରୁ ନିଅନ୍ତୁ ଫ୍ୟାଶନ୍‌ ସମର ଫ୍ୟାଶନ୍‌ ଟିପ୍ସ


କରନ ଜୋହରଙ୍କ ସିନେମା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର ୨’ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେ। ଯଦିଓ ଫିଲ୍ମ ଦୁନିଆରେ ଅନନ୍ୟା ପ୍ରଥମ ଥର ପାଦ ରଖିବାକୁ ଯାଉଛନ୍ତି, ଫ୍ୟାଶନ୍‌, ଷ୍ଟାଇଲ୍‌, ଡ୍ରେସିଂ ସେନ୍ସକୁ ନେଇ ସେ ଫିଲ୍ମକୁ ଆସିବା ପୂର୍ବରୁ ଚର୍ଚ୍ଚାରେ ରହିଛନ୍ତି। ଯଦି ଆପଣ ମଧ୍ୟ ନିଜର ସମର ଡ୍ରେସିଂକୁ ନେଇ ଦ୍ବିଧାରେ ଅଛନ୍ତି ଓ କେଉଁ ରଙ୍ଗର ତଥା କିପରି ପୋଷାକ ପିନ୍ଧିବାକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଅନନ୍ୟାଙ୍କଠାରୁ ସମର ଫ୍ୟାଶନ୍‌ ଟିପ୍ସ ନେଇପାରିବେ।

ଶର୍ଟସ ଓ ବ୍ଲେଜର

ନିଜ ଫିଲ୍ମର କୋ-ଷ୍ଟାର୍‌ଙ୍କ ସହ ଅନନ୍ୟା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର ୨’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏକ କାର୍ଯ୍ୟକ୍ରମ ଅବସରରେ ଅନନ୍ୟାଙ୍କୁ ଶର୍ଟସ୍‌ ସହିତ ବ୍ଲେଜର ଲୁକ୍‌ରେ ଦେଖିବାକୁ ମିଳିଥିଲା। ଫର୍ମାଲ ଡ୍ରେସିଂ ପାଇଁ ଅନେକ ପ୍ୟାଣ୍ଟ ସୁଟ୍‌କୁ ପସନ୍ଦ କରିଥାନ୍ତି। କିନ୍ତୁ ଖରା ଦିନକୁ ଧ୍ୟାନରେ ରଖି ଟ୍ୟୁବ୍‌ ଟପ୍‌ ସହିତ ବ୍ଲେଜର ସହ ମ୍ୟାଚିଂ କରି ଅନନ୍ୟା ଶର୍ଟସ୍‌ ପିନ୍ଧିଥିବାର ଦେଖିବାକୁ ମିଳିଥିଲା।

ବ୍ଲାକ୍‌ ଏଣ୍ଡ ହ୍ବାଇଟ୍‌ ପୋଲ୍କା ଡଟ୍‌ସ

ଏବେ ବି ପୋଲ୍କା ଡଟ୍‌ସ୍‌ ଟ୍ରେଣ୍ଡରେ ରହିଛି। ଯଦି ଆପଣଙ୍କର ଏହି ପ୍ରିଣ୍ଟର ପୋଷାକ ନାହିଁ, ତେବେ ଆପଣ ଅନନ୍ୟାଙ୍କଠାରୁ ଟିପ୍ସ ନେଇ ବ୍ଲାକ୍‌ ଏଣ୍ଡ ହ୍ବାଇଟ୍‌ ପୋଲ୍କା ଡଟ୍‌ସ ଯୁକ୍ତ ଅଫ୍‌ ଶୋଲ୍ଡର କ୍ରପ୍‌ ଟପ୍‌ ସ ମ୍ୟାଚିଂ ସ୍କର୍ଟ ଡ୍ରେସ୍‌ ପିନ୍ଧି ପାରିବେ।

ଷ୍ଟାଇଲିଶ୍‌ ଫ୍ରିଲ୍‌ ଫ୍ରକ୍‌

ଅନନ୍ୟା ଷ୍ଟାଇଲିଶ୍‌ ହେବା ସହିତ ବହୁତ କ୍ୟୁଟ୍‌ ମଧ୍ୟ। ଅନନ୍ୟାଙ୍କୁ ରୟାଲ ବ୍ଲୁ ରଙ୍ଗର ଫ୍ରିଲ୍‌ ଯୁକ୍ତ ସିମ୍ପଲ ଓ ଶର୍ଟ ଫ୍ରକ୍‌ରେ ଦେଖିବାକୁ ମିଳିଥିଲା। ଏହି ଲୁକ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ। ସମର ସିଜିନ୍‌ ପାଇଁ ଏହି ଡ୍ରେସ୍‌ ମଧ୍ୟ ପରଫେକ୍ଟ।

ଗରମ ଦିନେ ଧଳା ପୋଷାକ
ଗରମ ଦିନେ ପିନ୍ଧିବା ଲାଗି ସବୁଠାରୁ ଉତ୍ତମ ରଙ୍ଗ ହେଉଛି ଧଳା। ଅନନ୍ୟା ବି ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଏକ କାର୍ଯ୍ୟକ୍ରମରେ ତାଙ୍କୁ ଧଳା ରଙ୍ଗର ଅଫ୍‌ ଶୋଲ୍ଡର କ୍ରପ୍‌ ଟପ୍‌କୁ ବେବି ପିଙ୍କ୍‌ ରଙ୍ଗା ଥାଇ ହାଇ ସ୍ଲିଟ୍‌ ସ୍କର୍ଟ ଓ ହ୍ବାଇଟ୍‌ ସ୍ନିକର୍ସ ସହ ଟିମ୍‌ ଅପ୍‌ କରି ପିନ୍ଧିଥିବା ଦେଖିବାକୁ ମିଳିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?