ଏଠି ସାଉଁଟନ୍ତୁ ସର୍ଫିଙ୍ଗର ନିଆରା ଅନୁଭୂତି


ଭାରତରେ ସର୍ଫିଙ୍ଗର କ୍ରେଜ୍‌ ରିଭର ରାଫ୍ଟିଂ, ସ୍କୁବା ଡାଇଭିଂ ଓ ବଞ୍ଜି ଜମ୍ପିଂ ଭଳି ନାହିଁ, କିନ୍ତୁ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଏହି ଆଡଭେଞ୍ଚର ସ୍ପୋର୍ଟ୍ସ ବହୁତ ଲୋକପ୍ରିୟ। ଏବେ ଧିରେ ଧିରେ ଭାରତରେ ମଧ୍ୟ ଲୋକେ ଏହି ଆଡଭେଞ୍ଚର ସ୍ପୋର୍ଟ୍ସକୁ କେବଳ ଟ୍ରାଏ କରୁ ନାହାନ୍ତି, ଏହାର ଭରପୂର ମଜା ମଧ୍ୟ ନେଉଛନ୍ତି। ଚାଲନ୍ତୁ ଜାଣିବା ଏହି ଆଡଭେଞ୍ଚର ସ୍ପୋର୍ଟ୍ସର ନିଆରା ଅନୁଭୂତି ନେବା ପାଇଁ ଭାରତରେ କେଉଁଠି ଉପଯୁକ୍ତ ସ୍ଥାନ ରହିଛି।

ପାରାଦ୍ବୀପ, ଓଡ଼ିଶା
ଓଡ଼ିଶାର ପାରାଦ୍ବୀପରେ ଥିବା ସମୁଦ୍ର ଲହରୀରେ ୧ କିମି ପର୍ଯ୍ୟନ୍ତ ଆପଣ ଆରାମରେ ସର୍ଫିଙ୍ଗ କରିପାରିବେ। କାରଣ ଏଠାରେ ସମୁଦ୍ରର ଲହରୀ ଶାନ୍ତ ହୋଇଥାଏ। ଯଦି ଆପଣଙ୍କୁ ୫ରୁ ୬ ଫୁଟ୍‌ ଉଚ୍ଚା ଲହରୀରେ ସର୍ଫିଙ୍ଗ କରିବାର ଇଚ୍ଛା ରହିଛି, ତେବେ ଆପଣ ଜଗନ୍ନାଥ ଧାମ ଭାବେ ଜଣାଶୁଣା ପୁରୀ ଯାଇପାରିବେ।

କୋଭଲମ, କେରଳ
କେରଳର ଲୋକପ୍ରିୟ ସମୁଦ୍ରକୂଳ ମଧ୍ୟରେ ଅନ୍ୟତମ କୋଭଲମ୍‌ରେ ନୂଆ ନୂଆ ସର୍ଫିଙ୍ଗ କରୁଥିବା ପର୍ଯ୍ୟଟକଙ୍କୁ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କୁ ସର୍ଫିଙ୍ଗ ଜଣାଅଛି, ତେବେ ଏଠାରେ ବିନ୍ଦାସରେ ସର୍ଫିଙ୍ଗ କରିପାରିବେ।

ଗୋକର୍ଣ୍ଣା, କର୍ଣ୍ଣାଟକ

ଗୋଆର ବିଚ୍‌ଠାରୁ ସୌନ୍ଦର୍ଯ୍ୟରେ କୌଣସି ଗୁଣରେ କମ୍‌ ନୁହେଁ କର୍ଣ୍ଣାଟକର ଗୋକର୍ଣ୍ଣା ବିଚ୍‌। ଦୂର ଦୂରାନ୍ତରୁ ଗୋଟିଏ ଧାଡ଼ିରେ ନଜର ଆସୁଥିବା ନଡ଼ିଆ ଗଛ ଏହି ସମୁଦ୍ରତଟକୁ ଆହୁରି ସୁନ୍ଦର କରିଦେଉଛି। ଏଠାକାର ଶାନ୍ତ ଲହରୀରେ ଆପଣ ବାସ୍ତବରେ ସର୍ଫିଙ୍ଗର ନିଆରା ଅନୁଭୂତି ନେଇପାରିବେ।

ଭରକଲା, କେରଳ
ଭରକଲାର ଉଚ୍ଚ ଲହରୀରେ ସର୍ଫିଙ୍ଗ ପ୍ରଶିକ୍ଷକଙ୍କଠାରୁ ଆରମ୍ଭ କରି ପ୍ରଫେସନାଲ୍ସ ପର୍ଯ୍ୟନ୍ତ ସଭିଏଁ ମସ୍ତି କରୁଥିବା ଦେଖାଯାଇଥାଏ। ଏହି ସମୁଦ୍ରର ଲହରୀ ବେଶୀ ବିପଦପୂର୍ଣ୍ଣ ହୋଇ ନ ଥାଏ, ତେଣୁ ଏହି ଆଡଭେଞ୍ଚର ସ୍ପୋର୍ଟ୍ସକୁ ପର୍ଯ୍ୟଟକମାନେ ସବୁଠାରୁ ଅଧିକ ଟ୍ରାଏ କରିଥାନ୍ତି।

ମାନାପଦ ପଏଣ୍ଟ, ତାମିଲ୍‌ନାଡ଼ୁ
ତାମିଲନାଡ଼ୁର ମାନାପଦ ପଏଣ୍ଟ କର୍ଣ୍ଣାଟକର ଅଫ୍‌ ବିଟ୍‌ ଡେଷ୍ଟିନେସନ୍‌ ଭାବେ ଜଣାଶୁଣା, ଯାହା ଦେଖିବା ଲାଗି ବହୁତ ସୁନ୍ଦର। ଭାରତର ଶ୍ରେଷ୍ଟ ସର୍ଫିଙ୍ଗ ଡେଷ୍ଟିନେସନ୍‌ ମଧ୍ୟରେ ଏହା ଅନ୍ୟତମ। ବର୍ଷା ଦିନେ ଏଠାରେ ସର୍ଫିଙ୍ଗ କରିବା ବିପଦପୂର୍ଣ୍ଣ ହୋଇପାରେ। ବାକି ଅନ୍ୟ ଋତୁରେ ପର୍ଯ୍ୟଟକମାନେ ଏଠାକୁ ସର୍ଫିଙ୍ଗ କରିବାକୁ ଆସିଥାନ୍ତି।

ମାହେ, କେରଳ

ଉତ୍ତରରେ ମାହେରୁ ଆରମ୍ଭ କରି ଦକ୍ଷିଣରେ ତାଲାକଲାଟୁର ପର୍ଯ୍ୟନ୍ତ ପରିବ୍ୟାପ୍ତ କେରଳର ଏହି ସୁନ୍ଦର ସ୍ଥାନରେ ଆସି ଆପଣ ସର୍ଫିଙ୍ଗର ପୂରା ମଜା ନେଇପାରିବେ। ଯଦିଓ କେରଳର ଅଧିକାଂଶ ବିଚ୍‌ରେ ଏହି ଆଡଭେଞ୍ଚର ସ୍ପୋର୍ଟ୍ସ ଟ୍ରାଏ କରିପାରିବେ, କିନ୍ତୁ ମାହେର ଶାନ୍ତ ପରିବେଶ ସର୍ଫର୍ସଙ୍କୁ ବେଶୀମାତ୍ରାରେ ପସନ୍ଦ ଆସିଥାଏ।

କାପୁ, କର୍ଣ୍ଣାଟକ
କର୍ଣ୍ଣାଟକର କାପୁ ବିଚ୍‌ ଆସି ଆପଣ ସର୍ଫିଙ୍ଗର ମଜା ନେଇପାରିବେ। କେବଳ ସେତିକି ନୁହେଁ, ବିଚ୍‌ ନିକଟରେ ଥିବା ସର୍ଫିଙ୍ଗ କ୍ଲବ୍‌ସରୁ ଆପଣ ଏହି ଆଡଭେଞ୍ଚର ସ୍ପୋର୍ଟ୍ସ ସମ୍ପର୍କରେ ଟିକି ନିଖି ଜାଣିବା ସହିତ ଶିଖି ମଧ୍ୟ ପାରିବେ।

ମୁଲ୍କି, ମାଙ୍ଗାଲୋର

ଭାରତର ସର୍ଫ ଟାଉନ୍‌ ଭାବେ ମାଙ୍ଗାଲୋରର ମୁଲ୍କି ବେଶ୍‌ ଜଣାଶୁଣା। ଏଠାରେ ସର୍ଫିଙ୍ଗ ପାଇଁ କ୍ଲବ୍‌ ମଧ୍ୟ ତିଆର କରାଯାଇଛି। ପାଣିର ଲହରୀରେ ଏଠାରେ ସର୍ଫିଙ୍ଗ କରିବା ବାସ୍ତବରେ ରୋମାଞ୍ଚକ। ଅଭିଜ୍ଞଙ୍କଠାରୁ ଆରମ୍ଭ କରି ନବାଗତଙ୍କ ପର୍ଯ୍ୟନ୍ତ ଏଠାରେ ସମସ୍ତେ ସର୍ଫିଙ୍ଗର ମଜା ନେଉଥିବା ଦେଖିବାକୁ ମିଳିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।