ଐତିହାସିକ: ଭାରତୀୟ କନ୍ୟାସନ୍ତାନ ଦେଲେ ସାଉଦି ମହିଳାଙ୍କୁ ନ୍ୟାୟ

ନିଜ ନିୟମକୁ ବଦଳାଇଲା ସାଉଦି ଆରବ

ଜଣେ ଭାରତୀୟ କନ୍ୟାସନ୍ତାନଙ୍କ ପାଇଁ ବଦଳିଛି ସାଉଦିଆରବର ନିୟମ କାନୁନ। ଏହି ଦେଶରେ ପୁରୁଷମାନଙ୍କୁ ଅଣମୁସଲିମ ମହିଳାଙ୍କୁ ବିବାହ କରିବାର ଅନୁମତି ଥିବା ବେଳେ ମୁସଲିମ ମହିଳାମାନଙ୍କୁ ଅଣମୁସଲିମ ପୁରୁଷଙ୍କୁ ବିବାହର ଅନୁମତି ନ ଥିଲା। ଅପରପକ୍ଷେ କହିବାକୁ ଗଲେ ବିବାହ ପରେ ମିଳୁଥିବା ଯାବତୀୟ ସୁବିଧା ସୁଯୋଗରୁ ବଞ୍ଚିତ ହେଉଥିଲେ ମହିଳାମାନେ। କିନ୍ତୁ ଜଣେ ହିନ୍ଦୁ ସ୍ବାମୀ ଓ ମୁସଲିମ ସ୍ତ୍ରୀଙ୍କ ଔରସରୁ ଜନ୍ମ ନେଇଥିବା କନ୍ୟାସନ୍ତାନ ସାଉଦି ଆରବରେ ଜନ୍ମ ପ୍ରମାଣପତ୍ର ପାଇଁ ସଂଘର୍ଷ କରିବା ପରେ ଶେଷରେ ସ୍ଥାନୀୟ ଅଦାଲତ ତାଙ୍କୁ ନ୍ୟାୟ ପ୍ରଦାନ କରିଛନ୍ତି। ଫଳରେ ସାଉଦି ଆରବର ମହିଳାମାନଙ୍କ ପାଇଁ ସ୍ବାଧୀନତାର ବାଟ ଖୋଲି ଯାଇଛି। ସେମାନଙ୍କୁ ଏହି ନ୍ୟାୟ ଦେବାରେ ମୁଖ୍ୟ ପୁରୋଧା ସାଜିଛନ୍ତି ଏହି ଭାରତୀୟ କନ୍ୟାସନ୍ତାନ ଜଣକ।

ଜଣେ ହିନ୍ଦୁ ବାପା ଏବଂ ମୁସଲିମ୍‌ ମା’ଙ୍କ ଝିଅକୁ ଜନ୍ମ ପ୍ରମାଣପତ୍ର ଦେଇ ଆରବ ଦୃଷ୍ଟାନ୍ତମୂଳକ ପଦକ୍ଷେପ ‌ନେଇଛି। ସୂଚନା ଅନୁଯାୟୀ ଦୁବାଇରେ ରହୁଥିବା କିରଣ ବାବୁ ଏବଂ ସନମ୍‌ ସିଦ୍ଦିକିଙ୍କ ବିବାହ ପରେ ୨୦୧୮ ଜୁଲାଇରେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା। ଝିଅର ଜନ୍ମ ପ୍ରମାଣପତ୍ର ପାଇଁ ଆବେଦନ କରାଯାଇଥିଲେ ମଧ୍ୟ ତାହାକୁ ପ୍ରତ୍ୟାଖାନ କରିଦିଆଯାଇଥିଲା। ସାଉଦି ଆରବ ନିୟମ ଅନୁଯାୟୀ ଜଣେ ମୁସଲିମ୍‌ ପୁରୁଷ ଅଣମୁସଲିମ୍‌ ମହିଳାଙ୍କୁ ବିବାହ କରିପାରିବେ। କିନ୍ତୁ ଜଣେ ମୁସଲିମ୍‌ ମହିଳା ଅଣମୁସଲିମ୍‌ ପୁରୁଷଙ୍କୁ ବିବାହ କରିପାରିବେ ନାହିଁ। ଏହି ନିୟମ କିରଣଙ୍କ ପାଇଁ ବାଧକ ସାଜିଥିଲା। ଏହାପରେ କିରଣ କୋର୍ଟର ଆଶ୍ରୟ ନେଇଥିଲେ। ଏହାର ବିଚାର ଚାରି ମାସ ଧରି ଚାଲିଥିଲା। ଶେଷରେ ତାଙ୍କୁ ଅନୁମତି ମିଳିଛି।

ଭାରତୀୟ ଦୂତାବାସ ପକ୍ଷରୁ କିରଣଙ୍କୁ ଏ କ୍ଷେତ୍ରରେ ସାହାଯ୍ୟ କରାଯାଇଥିଲା। ସୂଚନା ଥାଉ କି, ସାଉଦି ଆରବ ୨୦୧୯ ମସିହାକୁ ‘ସହିଷ୍ଣୁତାର ବର୍ଷ’ ଭାବେ ଘୋଷଣା କରିଛି। ବିଭିନ୍ନ ଦେଶ ଏବଂ ସଂସ୍କୃତି ମଧ୍ୟରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସଂଯୁକ୍ତ ଆରବ ଏମିରେଟ୍‌ସ ସରକାର ୯ ମାସର କନ୍ୟା ସନ୍ତାନଙ୍କୁ ଜନ୍ମ ପ୍ରମାଣପତ୍ର ବିତରଣ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ଫଳରେ ଭାରତୀୟ ଶିଶୁର ପରିଚୟ ପାଇଁ ପ୍ରଥମ ଥର ପ୍ରବାସୀ ବିବାହ ସହିତ ଜଡ଼ିତ ସମ୍ପର୍କକୁ ଭଙ୍ଗ କରାଯାଇଛି।

ଶାରଜାହରେ ରହୁଥିବା କିରଣ ବାବୁ ଓ ସନମ ସିଦ୍ଦିକି ୨୦୧୬ରେ କେରଳରେ ବିବାହ କରିଥିଲେ। ୨୦୧୮ରେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମହେବା ପରେ ଝିଅଟି ପିତାଙ୍କ ପରିଚୟ କ୍ରମେ ହିନ୍ଦୁ ବୋଲି ଦାବି କରାଯାଇ ଜନ୍ମ ପ୍ରମାଣପତ୍ର ମଗାଯିବା ପରେ ମେଡିରେ ହସ୍ପିଟାଲ ଜନ୍ମ ପ୍ରମାଣପତ୍ର ଦେଇ ନ ଥିଲା। ସେମାନେ ଅନାପତ୍ତି ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ଅଦାଲତ ଏପରି ପ୍ରମାଣପତ୍ର ଦେବାକୁ ମନା କରିଦେଇଥିଲେ। ଏହି ଦମ୍ପତ୍ତି ଭାରତୀୟ ଦୂତାବାସ ସହଯୋଗରେ ନ୍ୟାୟାଳୟକୁ ଯାଇଥିଲେ ଓ ଶେଷରେ ସେମାନଙ୍କୁ ନ୍ୟାୟ ମିଳିଥିଲା। ସଂଯୁକ୍ତ ଆରବ ଏମିରେଟ୍‌ସରେ ଅବସ୍ଥାପିତ ଭାରତୀୟ ଦୂତାବାସର ପରାମର୍ଶଦାତା ଏମରାଜମୁରୁଗନ ଅଦାଲତର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ଏଭଳି ନିଷ୍ପତ୍ତି ଭବିଷ୍ୟତର ମାମଲା ଗୁଡିକ ପାଇଁ ଏକ ଉଦାହରଣ ସାଜିବ ଏବଂ ଏହି ରାୟ ଆଧାରରେ ନିୟମରେ ସଂଶୋଧନ କରାଯାଇପାରିଛି। ସୂଚନାଯୋଗ୍ୟ ଯେ ୟୁଏଇ ୨୦୧୯କୁ ‘ସହିଷ୍ଣୁତାର ବର୍ଷ ଭାବେ ପାଳନ କରୁଛି। ଏହାର ଅଂଶସ୍ୱରୂପ ୟୁଏଇ ବିଭିନ୍ନ ଦେଶ ସହିତ ସାଂସ୍କୃତିକ ଭାଵର ଆଦାନ ପ୍ରଦାନ କରୁଛି।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କନ୍ୟାପିତା କିରଣ ବାବୁ କହିଥିଲେ ଯେ ମୋ ପାଖରେ ଅବୁ ଧାବୀର ଭିସା ଅଛି। ମୁଁ ସେଠାରେ ବୀମା କଭରେଜ ସୁବିଧା ପାଇଛି। ଏମିରେଟ୍‌ସରେ ମୋ ପତ୍ନୀ ପ୍ରସବ ପାଇଁ ମେଡିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଆମର ଏକ ଝିଅ ଜନ୍ମ ହୋଇଥିଲା। ହେଲେ ମୁଁ ହିନ୍ଦୁ ହୋଇଥିବାରୁ ମୋତେ ଝିଅର ପ୍ରମାଣପତ୍ର ମିଳି ନ ଥିଲା। ତା’ ପରେ ମୁଁ ୪ ମାସ କୋର୍ଟରେ ଚକ୍କର କାଟିବା ପରେ ମନା କରିଦିଆଗଲା। କିରଣ କହିଥିଲେ ଯେ ସେ ଆପତ୍ତି ବିହୀନ ପ୍ରମାଣପତ୍ର ପାଇଁ ଅଦାଲତରେ ଆବେଦନ କରି ୪ ମାସ ଦୌଡ଼ି ମଧ୍ୟ ନ୍ୟାୟ ପାଇ ନ ଥିଲେ। ଶେଷରେ ଭାରତୀୟ ଦୂତାବାସର ସହଯୋଗରେ ସେ ଝିଅ ପାଇଁ ଜନ୍ମ ପରିଚୟ ପତ୍ର ହାସଲ କରିବା ସହ ଭବିଷ୍ୟତରେ ଏଭଳି ସମସ୍ୟା ନ ହେବାର ରାସ୍ତା ବାହାର କରିପାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?