ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ଏହି ୫ ମହୀୟସି


ଆଜିକାଲି ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ପ୍ରତିଭାର ଯାଦୁ ଦେଖାଇବାରେ ଲାଗିଛନ୍ତି। ଅନେକ ମହିଳା ନିଜ କାମର ଦମ୍‌ରେ କେବଳ ଦେଶରେ ନୁହେଁ, ସାରା ବିଶ୍ବରେ ମଧ୍ୟ ନାମ କମାଇଛନ୍ତି। ଏପରିସ୍ଥଳେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏପରି ୫ ଜଣ ମହୀୟସି ମହିଳାଙ୍କୁ ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ନିଜସ୍ବ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଏମାନେ କେବଳ ମହିଳାଙ୍କ ପାଇଁ ନୁହେଁ ବରଂ ସାରା ଦେଶବାସୀଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିଛନ୍ତି। ଯେଉଁମାନଙ୍କ ଅବଦାନ ଦେଶର ବିକାଶ ପାଇଁ ମହତ୍ବପୂର୍ଣ୍ଣ। ଚାଲନ୍ତୁ ଜାଣିବା ରାଷ୍ଟ୍ରପତି କୋବିନ୍ଦ ଯେଉଁ ମହିଳାମାନଙ୍କୁ ପୁରସ୍କୃତ, କରିଛନ୍ତି ସେମାନଙ୍କ ସମ୍ପର୍କରେ।

ଗାୟିକା ତିଜନ ବାଇ

ପ୍ରସିଦ୍ଧ ପଣ୍ଡୱିନ୍‌ ଗାୟିକା ତିଜନ ବାଇଙ୍କୁ ପଦ୍ମ ବିଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ତିଜନ ବାଇ ଛତିଶଗଡ଼ ରାଜ୍ୟର ପଣ୍ଡୱିନ୍‌ ଲୋକ ଗୀତ ଓ ନାଟ୍ୟର ପ୍ରଥମ ମହିଳା କଳାକାର ଅଟନ୍ତି। ଦେଶ ବିଦେଶର ନିଜ କଳାର ପ୍ରଦର୍ଶନ କରୁଥିବା ତିଜନ ବାଇଙ୍କୁ ବିଳାସପୁର ବିଶ୍ବବିଦ୍ୟାଳୟ ଦ୍ବାରା ଡି ଲିଟ୍‌ର ଅନେରେବଲ୍‌ ସମ୍ମାନରେ ସମ୍ମାନିତ କରାଯାଇଛି।

କମଳା ପୁଜାରୀ
କମଳା ପୁଜାରୀ ଓଡ଼ିଶାର କୋରାପୁଟ ଜିଲାର ବାସିନ୍ଦା। ଅର୍ଗାନିଂ ଫାର୍ମିଙ୍ଗର ପ୍ରଚାର ପ୍ରସାର କରୁଥିବା ନେଇ ସେ ବେଶ୍‌ ଜଣାଶୁଣା। ପାରମ୍ପରିକ ଧାନ ବିହନ ତିଆର କରିବା ପାଇଁ ଲୋକେ ତାଙ୍କୁ ଅଧିକ ଜାଣନ୍ତି। ଜୟପୁରସ୍ଥିତ ଏମ୍‌ଏସ୍‌ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍‌ରୁ ମୌଳିକ ଜ୍ଞାନ ଆହରଣ କରି ଅର୍ଗାନିଂ ଫାର୍ମିଂ ଫିଲ୍ଡକୁ ବହୁତ କିଛି ଦେଇଛନ୍ତି। ତାଙ୍କର ଏହି ନିଆରା କାମ ପାଇଁ ରାଷ୍ଟ୍ରପତି କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି।

ବଚେନ୍ଦ୍ରୀ ପାଲ
ମହିଳା ପର୍ବତାରୋହୀ ବଚେନ୍ଦ୍ରୀ ପାଲଙ୍କୁ ପଦ୍ମ ବିଭୁଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେ ମାଉଣ୍ଟ ଏଭେରେଷ୍ଟ ଚଢ଼ିଥିବା ଦେଶର ପ୍ରଥମ ମହିଳା ଓ ବିଶ୍ବର ୫ମ ମହିଳା ଅଟନ୍ତି। ଏବେ ସେ ଟାଟା ଷ୍ଟିଲ୍‌ କମ୍ପାନୀରେ କାମ କରୁଛନ୍ତି।

ପ୍ରଶାନ୍ତି ସିଂ
ଉତ୍ତର ପ୍ରଦେଶରେ ରହୁଥିବା ପ୍ରଶାନ୍ତି ସିଂ ମାତ୍ର ୧୩ ବର୍ଷ ବୟସରୁ ବାସ୍କେଟ୍‌ବଲ୍‌ରେ ବନାରସର ଜୋନାଲ ଟିମ୍‌ ପାଇଁ ଚୟନ ହୋଇଥିଲେ। ପ୍ରଶାନ୍ତିଙ୍କ ସହିତ ତାଙ୍କ ଭଉଣୀ ଦିବ୍ୟା ସିଂ, ଆକାଂକ୍ଷା ସିଂ ଓ ପ୍ରତିମା ସିଂ ବାସ୍କେଟ୍‌ବଲ୍‌ରେ ଭାରତୀୟ ଟିମ୍‌ର ପ୍ରତିନିଧିତ୍ବ କରିସାରିଛନ୍ତି। ତାଙ୍କ ସବୁଠୁ ବଡ଼ ଭଉଣୀ ଉତ୍ତର ପ୍ରଦେଶ ଟିମ୍‌ର ସଦସ୍ୟ ରହି ସାରିଛନ୍ତି। ୧୬ ମାର୍ଚ୍ଚ ୨୦୧୯ରେ ପ୍ରଶାନ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।

ବୋମ୍ବାୟଲା ଦେବୀ ଲ୍ୟାଶ୍‌ରାମ

ଭାରତୀୟ ତୀରନ୍ଦାଜ ମହିଳା ଖେଳାଳି ବୋମ୍ବେୟାଲା ଦେବୀ ଲ୍ୟାଶ୍‌ରାମଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି। ୨୦୦୭ରେ ସେ ଅନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ୨୦୧୬ରେ ଗ୍ରୀଷ୍ମକାଳୀନ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ବୋମ୍ବେୟାଲା ମୂଳ ରୂପରେ ମଣିପୁରର ବାସିନ୍ଦା ଓ ୧୯୯୭ରେ ସେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ