ଲଜ୍ଜାଜନକ: ମତଦାନରେ ସାହସୀ ଆଦିବାସୀଙ୍କ ଆଗରେ ରାଜଧାନୀବାସୀ ଚିତ୍‌ପଟାଙ୍ଗ

କାହିଁକି କମୁଛି ମତଦାନ ହାର?

ମତଦାନ ପାଇଁ ନିର୍ବାଚନ କମିଶନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିବେଦନପୂର୍ବକ ସଚେତନତା ସୃଷ୍ଟି କରାଯାଇଥିଲେ ବି ଏହାର ପ୍ରଭାବ ରାଜଧାନୀବାସୀଙ୍କ ଉପରେ ପଡ଼ି ନ ଥିବା ଦେଖାଯାଇଛି। ବିଶେଷକରି ମାଓପ୍ରବଣ ଇଲାକାରେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ସାହସୀ ଆଦିବାସୀମାନେ ଭୋଟ୍‌ ଦେବାର ଯେଉଁ ଆଗ୍ରହ ଦେଖାଇଛନ୍ତି, ତାହା ରାଜଧାନୀବାସୀଙ୍କୁ ଚିତ୍‌ପଟାଙ୍ଗ କରିଦେଇଛି। ରାଜଧାନୀରେ ଗମନାଗମନର ସବୁ ସୁବିଧା ଥିବା ସତ୍ତ୍ବେ ଲୋକେ ଭୋଟ୍‌ ଦାନରୁ ବିରତ ରହିବା ନିତାନ୍ତ ଲଜ୍ଜାଜନକ। ଅନ୍ତତଃପକ୍ଷେ ଏହି ଦୃଷ୍ଟିରୁ ରାଜଧାନୀବାସୀ ସାହସୀ ଆଦିବାସୀଙ୍କ ଠାରୁ ଶିଖିବା ଉଚିତ। ତେବେ କାହିଁକି ପରିସ୍ଥିତି ଏପରି ହୋଇଛି, କାହିଁକି କମୁଛି ଭୋଟ୍‌ ହାର, ସେ ନେଇ ଆମର ଏକ ବିଶେଷ ବିଶ୍ଳେଷଣ।

ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ସରିଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରାତି ପାହିଲେ ସୋମବାର ହେବ। ଆଶା କରାଯାଉଥିଲା ଯେ ଚଳିତ ଥର ଅଧିକ ମତଦାନ ହେବ। କିନ୍ତୁ ଭୋଟ୍‌ ଦେବାକୁ କୁଣ୍ଠାବୋଧ କରିଛନ୍ତି ଜନତା। ମାଓବାଦୀ ଅଞ୍ଚଳ ତୁଳନାରେ ରାଜଧାନୀରେ କମ୍‌ ଭୋଟ୍‌ ହୋଇଛି। ବହୁତ ଲୋକ ମତଦାନ ଦିନକୁ ଛୁଟିଦିନ ଭାବେ ବିତାଉଛନ୍ତି। ଭୋଟ୍‌ଦାନ ଦିନ ଶିକ୍ଷିତଲୋକ ବି ଭୋଟ୍‌ ଦେଉନାହାନ୍ତି। ଲୋକେ ପ୍ରାର୍ଥୀଙ୍କୁ ଦେଖି ନିରୁତ୍ସାହିତ ହୋଇଛନ୍ତି। ଚଳିତ ଥର ସାମାଜିକ ସଂଗଠନ ଠାରୁ ଆରମ୍ଭ କରି ନିର୍ବାଚନ ଆୟୋଗ ଏବଂ ରାଜନୈତିକ ଦଳ ପକ୍ଷରୁ ବିପୁଳ ମତଦାନ ପାଇଁ ନିବେଦନ କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ମତଦାନ ହାର ହ୍ରାସ ପାଇଛି। ମତଦାନ ହାର କାହିଁକି କମିଛି ତାକୁ ନେଇ ନାନା ପ୍ରକାର ବିଶ୍ଲେଷଣ ଶୁଣିବାକୁ ମିଳୁଛି। କିଏ ରାଜନୈତିକ ଦଳ ଗୁଡିକର ପ୍ରାର୍ଥୀ ଚୟନକୁ ଦାୟୀ କରୁଥିବା ବେଳେ କିଏ ବିକାଶ ପ୍ରସଙ୍ଗକୁ ଦାୟୀ କରି ମତଦାନ କରିବାର ଆଗ୍ରହ ଦେଖାଯାଉ ନ ଥିବା କହୁଛି। କାହିଁକି ମତାଧିକାର ପାଇଁ ଆଗ୍ରହ କାମୁଛି ତାକୁ ନେଇ ଚର୍ଚା ଚାଲିଥିବା ବେଳେ ପ୍ରକାଶ ପାଇଛି ଏଡିଆର ରିପୋର୍ଟ। ରବିବାର ପ୍ରକାଶ ପାଇଛି ରାଜ୍ୟର ସମସ୍ତ ପର୍ଯ୍ୟାୟ ନିର୍ବାଚନର ଏଡିଆରରିପୋର୍ଟ। ନିର୍ବାଚନ ଉପରେ ନଜର ରଖୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକରିଫର୍ମ (ଏଡିଆର) ଏବଂ ନ୍ୟାସନାଲ ଇଲେକ୍ସନ ଓ୍ଵାଚ ରାଜ୍ୟର ସମସ୍ତ ୪ଟିଯାକ ପର୍ଯ୍ୟାୟ ନିର୍ବାଚନରେ ଛିଡା ହୋଇଥିବା ପ୍ରାର୍ଥୀମାନଙ୍କ ସଂପର୍କରେ ଏଡିଆର୍‌ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରୁ ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ଅବସ୍ଥା, ଅପରାଧିକ ସମ୍ପର୍କର ବିଶଦ ବିବରଣୀ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ଚଳିତ ଥର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢୁଥିବା ନେତାଙ୍କ ମଧ୍ୟରୁ ୪୭୨ ଜଣ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ରହିଛି ପଞ୍ଚମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପାସ୍। ସେହିପରି ୫୯୮ ଜଣ ପ୍ରାର୍ଥୀ ଉଚ୍ଚଶିକ୍ଷିତ ତଥା ତଦୁର୍ଦ୍ଧ ୮ ଜଣ ପ୍ରାର୍ଥୀ କେବଳ ସ୍ୱାକ୍ଷର ଅଛନ୍ତି। ରାଜ୍ୟରେ ସୁଶାସନର ଡେଙ୍ଗୁରା ପିଟୁଥିବା ଶାସକ ବିଜେଡି ଦଳ ଚଳିତ ନିର୍ବାଚନରେ ୫ମ ଶ୍ରେଣୀ ଯାଏଁ ପଢିଥିବା ୪ ଜଣ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଥିବା ବେଳେ ୮ମ ଯାଏଁ ପଢିଥିବା ୭ ଜଣଙ୍କୁ ଟିକେଟ୍‌ ଦେଇଛି। ସେହିପରି ଦଳ ଦଶମ ଶ୍ରେଣୀ ଯାଏଁ ପଢିଥିବା ୧୪ ଜଣଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବାର ସୁଯୋଗ ଦେଇଥିବା ବେଳେ ଦ୍ୱାଦଶ ଶ୍ରେଣୀ ଯାଏଁ ପଢିଥିବା ୨୨ ଜଣଙ୍କୁ ଚଳିତ ନିର୍ବାଚନରେ ଟିକେଟ୍‌ ଦେଇଛି। ବିଜେଡି ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଶିକ୍ଷାଗତ ଯୋଗ୍ୟତା ଥିବା ମୋଟ ୪୭ ଜଣଙ୍କୁ ବିଧାୟକ ପାଇଁ ଟିକେଟ୍‌ ଦେଇଥିବା ବେଳେ ବିଜେପି ଏ କ୍ଷେତ୍ରରେ ୪୦ ଜଣଙ୍କୁ ଟିକେଟ୍‌ ଦେଇଛି। କଂଗ୍ରେସ ଏଭଳି ଶିକ୍ଷାଗତ ଯୋଗ୍ୟତା ଥିବା ସର୍ବାଧିକ ୧୨୬ ଜଣ ପ୍ରାର୍ଥୀଙ୍କୁ ନିର୍ବାଚନ ରଣାଙ୍ଗନରେ ଠିଆ କରାଇଛି।

ସମୟ ଥିଲା ସେତେବେଳେ ପ୍ରାର୍ଥୀମାନଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଗୁରୁତ୍ୱ ଦିଆଯାଉ ନ ଥିଲା। ହେଲେ ଏବେ ଯୁଗ ବଦଳିଛି। କମ୍‌ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କୁ ନାପସନ୍ଦ କରୁଛନ୍ତି ମତଦାତା। କେବଳ ଶିକ୍ଷାଗତ ଯୋଗ୍ୟତା ନୁହେଁ ପ୍ରାର୍ଥୀଙ୍କ ଚରିତ୍ରକୁ ମଧ୍ୟ ମତଦାତା ମାନେ ସମାନ ଗୁରୁତ୍ୱ ଦେଉଛନ୍ତି। ୨୦୧୪ ଅପେକ୍ଷା ୨୦୧୯ରେ ନେତାଙ୍କ ଅପରାଧିକ ମାମଲା ବୃଦ୍ଧି ପାଇଛି। ଗତ ନିର୍ବାଚନରେ ନେତାଙ୍କ ନାଁରେ ଅପରାଧିକ ମାମଲା ୨୩ ପ୍ରତିଶତ ରହିଥିବା ବେଳେ ଚଳିତ ନିର୍ବାଚନରେ ଏହା ବଢି ୩୦ ପ୍ରତିଶତ ହୋଇଛି। ତେବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ୪୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସରେ ୪୬ ପ୍ରତିଶତ ଏବଂ ବିଜେପିରେ ୫୯ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ଜଣାଯାଇଛି। ରାଜ୍ୟରେ ପ୍ରଥମ ସୋପାନରେ ହୋଇଥିବା ନିର୍ବାଚନରେ ଲଢ଼ିଥିବା ମୋଟ ୧୯୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫୫ ଜଣଙ୍କ ନାମରେ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୫ ଜଣଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋଟ ୨୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୮୪ ଜଣଙ୍କ ନାମରେ ଅପରାଧିକ ମାମଲା ଥିଲା। ତୃତୀୟ ପର୍ଯ୍ୟାୟରେ ୧୧୯ ଜଣ ଓ ଚତୁର୍ଥ ପର୍ଯ୍ୟାୟରେ ୭୪ ଜଣ ଙ୍କ ନାଁରେ ଅପରାଧିକ ମାମଲା ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଯେ ୯ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁରେ ହତ୍ୟା, ୬୩ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଓ ୪୯ ଜଣଙ୍କ ନାଁରେ ମହିଳାଙ୍କ ଉପରେ ହିଂସା ଓ ୫୮ ଜଣଙ୍କ ନାଁରେ ଅପହରଣ ଭଳି ସଂଗୀନ ଅପରାଧ ରହିଛି। ସ୍ଥାନୀୟ ମତଦାତାମାନଙ୍କୁ ଏହା ମତାଧିକାର ପାଇଁ ଏହିସବୁ ଦିଗ ନିରୁତ୍ସାହିତ କରିଥାଇ ପାରେ ବୋଲି କୁହାଯାଉଛି।


ବିଭିନ୍ନ ରାଜନୈତିକ ଦଳଗୁଡିକ ଯେଉଁ ପ୍ରାର୍ଥୀମାନଙ୍କୁ ବାଛୁଛନ୍ତି ସେମାନଙ୍କ ଭିତରୁ ଅଧିକାଂଶ ସାଧାରଣ ଜନଜୀବନ ଠାରୁ ଦୁରେଇ ଯାଇଥିବା ପରି ମନେହେଉଛି। ପ୍ରାର୍ଥିତ୍ବ ଚୟନ ପାଇଁ କିଏ କେତେ ଖର୍ଚ୍ଚ କରି ଜିତିପାରିବ ତାହା ଏକ ବଡ଼ ଆଧାର ହୋଇଥିବାରୁ କୋଟିପତି ପ୍ରାର୍ଥୀ ବାଛୁଛନ୍ତି ଦଳଗୁଡିକ। ବିଭିନ୍ନ ରାଜନୈତିକ ଦଳ ଚଳିତ ନିର୍ବାଚନରେ ଅଧିକ କୋଟିପତିଙ୍କୁ ପ୍ରାର୍ଥୀ କରାଇଛନ୍ତି। ବିଜେଡି ସର୍ବାଧିକ ୯୭ ଜଣ କୋଟିପତିଙ୍କୁ ପ୍ରାର୍ଥୀ କରାଇଥିବା ବେଳେ ବିଜେପି ୭୫ ଜଣ ଏବଂ କଂଗ୍ରେସ ୭୩ ଜଣ କୋଟିପତିଙ୍କୁ ପ୍ରାର୍ଥୀ କରିଛି। ରବୀନ୍ଦ୍ର ଜେନା, ପିନାକୀ ମିଶ୍ର, ନବୀନ ପଟ୍ଟନାୟକ, ନନ୍ଦିନୀ ଦେବୀ, ଅର୍କେଶ ନାରାୟଣ ସିଂଦେଓଙ୍କ ପରି ବିଜେଡିର କୋଟିପତି ରାଜନେତାମାନେ ସାଧାରଣ ଲୋକଙ୍କ ସହିତ ମିଳାମିଶାଠାରୁ ଯେ ଦୂରରେ ଏହା ଦେଖାଯାଇଛି। ଏଡିଆର ରିପୋର୍ଟ ଅନୁସାରେ ସବୁଠୁ ଧନୀ ତାଲିକାରେ ଅଛନ୍ତି କଂଗ୍ରେସର ବିଧାୟକ ପ୍ରାର୍ଥୀ ବବି ମହାନ୍ତି, କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଏବଂ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିଭଳି ରାଜ୍ୟର ସମସ୍ତ ପର୍ଯ୍ୟାୟରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିରେ ରହିଛନ୍ତି ସର୍ବାଧିକ ଧନୀ ପ୍ରାର୍ଥୀ। ବିଜେଡିରେ ୬୬ ପ୍ରତିଶତ ପ୍ରାର୍ଥୀ ରହିଛନ୍ତି କୋଟିପତି। ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ। କଂଗ୍ରେସରେ ୫୩ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି। ସେହିପରି ତୃତୀୟ ସ୍ଥାନରେ ରହିଛି ଭାରତୀୟ ଜନତା ପାର୍ଟି। ବିଜେପିର ୫୨ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି କୋଟିପତି। ରିପୋର୍ଟ ଅନୁସାରେ ଧନୀ ବିଧାୟକ ପ୍ରାର୍ଥୀ ତାଲିକାରେ ଆଗରେ ରହିଛନ୍ତି କଂଗ୍ରେସର ଦୁଇ ବିଧାୟକ ପ୍ରାର୍ଥୀ। ପିସିସି ସଭାପତି ତଥା କଂଗ୍ରେସର ଭଣ୍ଡାରୀପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଓ ବଡ଼ମ୍ବାର କଂଗ୍ରେସ ବିଧାୟକ ପ୍ରାର୍ଥୀ ବବି ମହାନ୍ତି। ତେବେ ତୃତୀୟ ସ୍ଥାନରେ ରହିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ଧନୀ, ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ବ୍ୟକ୍ତି, କମ୍‌ ପାଠ ପଢିଥିବା ବ୍ୟକ୍ତିଙ୍କୁ ଦଳଗୁଡିକ ଟିକେଟ୍‌ ଦେଉଥିବାରୁ ମତଦାତାମାନେ ନିର୍ବାଚନୀ ପ୍ରକ୍ରିୟାରୁ ଦୂରେଇ ଯାଉଛନ୍ତି। ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?