କଞ୍ଜେଷ୍ଟିଭ୍‌ ହାର୍ଟ ଫେଲ୍ୟୁଅରର ଲକ୍ଷଣ


କଞ୍ଜେଷ୍ଟିଭ୍‌ ହାର୍ଟ ଫେଲ୍ୟୁଅରରେ ହୃତ୍‌ପିଣ୍ଡକୁ ଆବଶ୍ୟକ ମୁତାବକ ରକ୍ତ ମିଳିପାରି ନ ଥାଏ। ଯାହାଫଳରେ ଶରୀରକୁ ମିଳୁଥିବା ରକ୍ତକୁ ହୃତ୍‌ପିଣ୍ଡ ଆବଶ୍ୟକତା ଅନୁସାରେ ପମ୍ପ କରିପାରି ନ ଥାଏ। କଞ୍ଜେଷ୍ଟିଭ୍‌ ହାର୍ଟ ଫେଲ୍ୟୁଅର ହୃତ୍‌ପିଣ୍ଡ ସମ୍ପୂର୍ଣ୍ଣ ଭାବେ କାମ କରିବା ବନ୍ଦ କରି ନ ଥାଏ। କିନ୍ତୁ ହୃତ୍‌ପିଣ୍ଡ ନିଜ କ୍ଷମତା ଅନୁସାରେ କାମ କରି ପାରି ନ ଥାଏ। ଏହାର ସବୁଠାରୁ ଅଧିକ ପ୍ରଭାବ ଫୁସ୍‌ଫୁସ୍‌, ଗୋଡ଼ ଓ ପେଟ ଉପରେ ପଡ଼ିଥାଏ। ସୂଚନାଯୋଗ୍ୟ ଯେ ହାର୍ଟ ଆଟାକ୍‌ ଓ ହାର୍ଟ ଫେଲ୍ୟୁଅର ମଧ୍ୟରେ ଅନ୍ତର ରହିଛି। ମାତ୍ର ଅଧିକାଂଶ ଲୋକେ ଏହାକୁ ସମାନ ବୋଲି ଭାବିଥାନ୍ତି।

ଲକ୍ଷଣ
କଞ୍ଜେଷ୍ଟିଭ୍‌ ହାର୍ଟ ଫେଲ୍ୟୁଅର ହେଲେ ଅଳ୍ପ କାମ କରିଲେ ମଧ୍ୟ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ହୋଇଥାଏ। ଏପରି ସ୍ଥିତିରେ ପୀଡ଼ିତ ବ୍ୟକ୍ତି ପ୍ରତ୍ୟେକ ସମୟରେ ଥକା ଅନୁଭବ ହୋଇଥାଏ। ମାଂସପେଶୀରେ ଲଗାତର ଯନ୍ତ୍ରଣା ଅନୁଭବ ହେବା ମଧ୍ୟ କଞ୍ଜେଷ୍ଟିଭ୍‌ ହାର୍ଟ ଫେଲ୍ୟୁଅରର ଲକ୍ଷଣ ଅଟେ। ଏହା ହେବା ଫଳରେ ଗୋଇଠି, ଗୋଡ଼ ଓ ପେଟ ଫୁଲି ଯାଇଥାଏ। ସେହିପରି ଏଥିଯୋଗୁ ଗଳାରେ ସମସ୍ୟା ହେବା ସହିତ କାଶ ହୋଇଥାଏ।

କାରଣ
ମୋଟାପଣ, ଉଚ୍ଚ ରକ୍ତଚାପ, ମଧୁମେହ, ଧୁମପାନ, ହାଇକୋଲେଷ୍ଟ୍ରଲ ଡାଏଟ୍‌ ନେବା ସହିତ ଶାରିରୀକ ନିଷ୍କ୍ରିୟତା କାରଣରୁ ମଧ୍ୟ କଞ୍ଜେଷ୍ଟିଭ୍‌ ହାର୍ଟ ଫେଲ୍ୟୁଅର ସମସ୍ୟା ଦେଖାଯାଇଥାଏ।

ଉପଚାର
କଞ୍ଜେଷ୍ଟିଭ୍‌ ହାର୍ଟ ଫେଲ୍ୟୁଅରର ଉପଚାର ଔଷଧ ମାଧ୍ୟମରେ କରାଯାଇପାରିବ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବା ଉଚିତ। ଏହାବ୍ୟତୀତ ଉପଯୁକ୍ତ ଜୀବନଶୈଳୀ ଓ ଖାଦ୍ୟପେୟ ଗ୍ରହଣ କରି ମଧ୍ୟ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ଏଥିସହିତ ନିୟମିତ ବ୍ୟାୟାମ କରିବା, ଧୁମପାନଠାରୁ ଦୂରେଇ ରହିବା, ନିୟମିତ ଭାବେ ଡାଏଟ୍‌ ନେବା ଉଚିତ। ଏହାବ୍ୟତୀତ ଏହି ସମସ୍ୟାରୁ ମୁକ୍ତି ପାଇଁ ଆବଶ୍ୟକ ପଡ଼ିଲେ ଅପରେସନ୍‌ ମଧ୍ୟ କରିବାକୁ ପଡ଼ିଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।