ପିଲା ଖାଇବାକୁ ଅମଙ୍ଗ ହେଲେ ଆପଣାନ୍ତୁ ଏହି ଟିପ୍ସ


ପିଲାମାନେ ଖାଇବାକୁ ଅମଙ୍ଗ ହେଉଥିଲେ ମା’ ବାପାମାନେ ଚିନ୍ତାରେ ପଡ଼ିଯାଆନ୍ତି। ଏପରି ସ୍ଥିତିରେ ସେମାନେ ଖାଇବାକୁ ପିଲାଙ୍କ ଉପରେ ଚାପ ପକାନ୍ତି କିମ୍ବା ସେମାନଙ୍କୁ ଭଣ୍ଡାଇବାକୁ ଭିନ୍ନ ଜିନିଷ ଦେବାର ଲୋଭ ଦେଖାନ୍ତି। ଏପରି କରିବା ଦ୍ବାରା ପିଲାଙ୍କ ଅଭ୍ୟାସ ଆହୁରି ବିଗିଡ଼ିବାରେ ଲାଗେ। ଏପରିକି ସେମାନେ ଅସ୍ବାସ୍ଥ୍ୟକର ଖାଦ୍ୟରେ ମଧ୍ୟ ରୁଚି ରଖିପାରନ୍ତି। ଏହାଦ୍ବାରା ସେମାନଙ୍କ ଓଜନ ବୃଦ୍ଧି ହୋଇପାରେ। ସେମାନଙ୍କର ଏହି ଅଭ୍ୟାସ ସୁଧାରିବା ଲାଗି ଏଠାରେ କେତେକ ଟିପ୍ସ ଦିଆଯାଇଛି।

  • ପିଲାମାନେ ଯେତେବେଳେ ଛୋଟ ଥାଆନ୍ତି, ସେବେଠାରୁ ସେମାନଙ୍କୁ ଯଥାସମ୍ଭବ ପୋଷକତତ୍ତ୍ବରେ ଭରପୂର ଖାଦ୍ୟ ଖାଇବାକୁ ଦିଅନ୍ତୁ। ଯାହାଫଳରେ ସେମାନଙ୍କୁ ବଡ଼ ହେବାବେଳକୁ ଆବଶ୍ୟକ ପୋଷକତତ୍ତ୍ବ ମିଳି ପାରିଥାଏ।
  • ଯଦି ଆପଣଙ୍କ ପିଲା ଖାଇବାରେ ନଖରା ଦେଖାଉଛନ୍ତି, ତେବେ ଏହାକୁ ଅଣଦେଖା କରିବା ସବୁଠାରୁ ଉତ୍ତମ ଉପାୟ। ସେମାନଙ୍କୁ ଅଧିକ ଆଟେନ୍‌ସନ୍‌ ଦେବା ଫଳରେ ସେମାନେ ଏଭଳି ବ୍ୟବହାର ଅଧିକ କରିଥାନ୍ତି।
  • ପ୍ରତ୍ୟେକ ଦିନ ପିଲାଙ୍କ ଖାଇବା ସମୟ ଧାର୍ଯ୍ୟ କରନ୍ତୁ। ଫଳରେ ସେମାନଙ୍କୁ ଏହି ନିର୍ଦ୍ଦିଷ୍ଟ ସମୟରେ ଭୋକ ଲାଗିଥାଏ। ଯଦ୍ବାରା ସେମାନେ ଖାଇବାକୁ ନା କରିପାରନ୍ତି ନାହିଁ।
  • ଖାଇବା ସମୟରେ ପିଲାଙ୍କ ଆଖପାଖରେ ଟିଭି, ଗେମ୍‌, ଖେଳଣା ଭଳି ଅନ୍ୟମନସ୍କ କରୁଥିବା ଉପକରଣ ରଖିବା ଉଚିତ ନୁହେଁ।
  • ପିଲା ଅଳ୍ପ ବଡ଼ ହୋଇଥିଲେ ସେମାନଙ୍କଠାରୁ ଖାଦ୍ୟ ପ୍ରସ୍ତୁତି ପାଇଁ ସାହାଯ୍ୟ ନେଇପାରିବେ। ସେମାନଙ୍କୁ ଛୋଟ ମୋଟ କାମ ଦିଅନ୍ତୁ। ଯାହାଫଳରେ ସେମାନଙ୍କର ଖାଇବା ପ୍ରତି ରୁଚି ବଢ଼ିବ।
  • ପିଲାଙ୍କୁ ଖାଦ୍ୟ ପଦାର୍ଥ ଭଲ ଭାବେ ସଜାଇ ଦିଅନ୍ତୁ। ଯାହାଫଳରେ ଖାଇବା ପାଇଁ ସେମାନଙ୍କ ମନରେ ଲାଳସା ସୃଷ୍ଟି ହେବ। ଖାଦ୍ୟ ରୋଷେଇ ସମୟରେ ନିଜର କ୍ରିଏଟିଭିଟି ଦେଖାନ୍ତୁ। ଯାହାଫଳରେ ଖାଦ୍ୟର ସ୍ବାଦ ମଧ୍ୟ ବଢ଼ିଯିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।