ଗରମରେ ସନ୍‌ସାଇନ୍‌ ୟେଲୋର ଟ୍ରେଣ୍ଡ, ସେଲିବ୍ରିଟିଙ୍କଠାରୁ ନିଅନ୍ତୁ ଟିପ୍ସ


ଭୀଷଣ ଗରମ ଆରମ୍ଭ ହୋଇଯାଇଛି। ତାପମାତ୍ରା ବଢ଼ିବା ସହିତ ଲାଇଟ୍‌ ଓ ବ୍ରାଇଟ୍‌ ରଙ୍ଗର ପୋଷାକ ପିନ୍ଧିବାର ଋତୁ ଆସି ଯାଇଛି। ଏହି ସିଜନ୍‌ରେ ସନ୍‌ସାଇନ୍‌ ୟେଲୋ ରଙ୍ଗ ସବୁଠାରୁ ଅଧିକ ପସନ୍ଦ କରାଯାଉଛି। ବଲିଉଡ୍‌ ଦିଭାଙ୍କଠାରୁ ଆରମ୍ଭ କରି ସାଧାରଣ ଯୁବତୀ ପର୍ଯ୍ୟନ୍ତ ସଭିଏଁ ଏହି ରଙ୍ଗକୁ ଖୁବ୍‌ ପସନ୍ଦ କରୁଛନ୍ତି। ତେଣୁ ସନ୍‌ସାଇନ୍‌ ୟେଲୋ ରଙ୍ଗର ପୋଷାକ ପିନ୍ଧିବା ପୂର୍ବରୁ ବଲିଉଡ୍‌ ଦିଭାଙ୍କଠାରୁ ଟିପ୍ସ ନେଇପାରିବେ।

ୟେଲୋ ରଫ୍‌ଲ ଗାଉନ୍‌ରେ ରାଧିକା
ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍ଟେ ଏକ ସନ୍‌ସାଇନ୍‌ ୟେଲୋ ରଙ୍ଗର ଅଫ୍‌ ଶୋଲ୍ଡର ରଫଲ ଗାଉନ୍‌ ପିନ୍ଧିଥିବା ନଜର ଆସିଥିଲେ। ଏଥିରେ ସେ ବହୁତ ସୁନ୍ଦର ଓ ଗ୍ଲୋଇଙ୍ଗ ଦେଖାଯାଉଥିଲେ। କୌଣସି ଇଭିନିଂ ପାର୍ଟି ପାଇଁ ଏହି ରଙ୍ଗ ଓ ଏହି ପୋଷାକ ଉଭୟେ ପୂରାପୂରି ପରଫେକ୍ଟ।

ମଲାଇକାଙ୍କ ବୋଲ୍ଡ ଅନ୍ଦାଜ
ନିଜ ଫ୍ୟାଶନ୍‌ ସେନ୍ସ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା। କିଛି ଦିନ ତଳେ ମଲାଇକାଙ୍କୁ ଏକ ଆୱାର୍ଡ ଶୋ’ରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ସେ ହାଇ ସ୍ଲିଟ୍‌ ଡିପ୍‌ କ୍ଲିଭେଜ୍‌ ଯୁକ୍ତ ଷ୍ଟ୍ରେପ୍‌ଲେସ୍‌ ଫ୍ଲୋଇ ଗାଉନ୍‌ ପିନ୍ଧିଥିଲେ। ମଲାଇକାଙ୍କ ଏହି ଲୁକ୍‌ ଯଦିଓ ବୋଲ୍ଡ ଥିଲା, କିନ୍ତୁ ତାଙ୍କୁ ଏହି ରଙ୍ଗ ସମ୍ପୂର୍ଣ୍ଣ ଭାବେ ମାନୁଥିଲା।

ୟେଲୋ ଅନ୍‌ ୟେଲୋ ଲୁକ୍‌ରେ କରୀନା
ବଲିଉଡ୍‌ର ଫ୍ୟାସିନିଷ୍ଟାଙ୍କ ସମ୍ପର୍କରେ କଥା ହେବାବେଳେ କରୀନା କପୁର ଖାନ୍‌ କିପରି ପଛରେ ପଡ଼ିଯିବେ। କରୀନା କିଛି ଦିନ ତଳେ ୟେଲୋ ଅନ୍‌ ୟେଲୋ ଲୁକ୍‌ରେ ନଜର ଆସିଥିଲେ। କରୀନା ସନ୍‌ସାଇନ୍‌ ୟେଲୋ କଲରର ୱାନ୍‌ ଶୋଲ୍ଡର ବଡି ହ୍ୟାଙ୍ଗିଙ୍ଗ ଟପ୍‌କୁ ମ୍ୟାଚ୍‌ କରି ହାଇ ୱେଷ୍ଟ ପ୍ୟାଣ୍ଟ ସହିତ ଟିମ୍‌ କରି ପିନ୍ଧିଥିଲେ। ଏହା ତାଙ୍କୁ ଷ୍ଟନିଂ ଲୁକ୍‌ ଦେଉଥିଲା।

ଆଲିଆଙ୍କ ପାରମ୍ପରିକ ଅବତାର
ଫ୍ୟାଶନ୍‌ରେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ମଧ୍ୟ ପଛରେ ନାହାନ୍ତି। ତାଙ୍କ ଡ୍ରେସିଂ ସେନ୍ସ ଓ ଫ୍ୟାଶନ୍‌ ସବୁବେଳେ ପରଫେକ୍ଟ ରହିଥାଏ। ସନ୍‌ସାଇନ୍‌ ୟେଲୋ ରଙ୍ଗର ସୁଟ୍‌ ହେଉ ବା ଲେହେଙ୍ଗା, ସବୁଥିରେ ଆଲିଆ ବହୁତ ସୁନ୍ଦର ଦେଖାଯାଆନ୍ତି। ସମର ୱେଡିଂ ପାଇଁ ଆପଣ ଚାହିଲେ ଆଲିଆଙ୍କ ଲୁକ୍‌କୁ ଅନୁସରଣ କରିପାରିବେ।

ୟେଲୋ ସ୍କଟ୍‌ରେ ସୋନାକ୍ଷୀ
ମଲ୍ଟି ଷ୍ଟାରର ସିନେମା କଳଙ୍କରେ ନିଜ ଗମ୍ଭୀର ଅଭିନୟ ପାଇଁ ଚର୍ଚ୍ଚାରେ ରହିଥିବା ସୋନାକ୍ଷୀ ମଧ୍ୟ କିଛି ଦିନ ତଳେ ସନ୍‌ସାଇନ୍‌ ୟେଲୋ ରଙ୍ଗର ଡ୍ରେସ୍‌ରେ ନଜର ଆସିଥିଲେ। ସୋନାକ୍ଷୀ ଫ୍ଲୋରାଲ ପ୍ରିଣ୍ଟ ଯୁକ୍ତ ଲଙ୍ଗ ସ୍କର୍ଟ ସହିତ କ୍ରପ୍‌ ଟପ୍‌ସ ଓ ମ୍ୟାଚିଂ ଶ୍ରଗ୍‌ ଟିମ୍‌ ଅପ୍‌ କରି ପିନ୍ଧିଥିଲେ। ସୋନାକ୍ଷୀଙ୍କ ଏହି ଲୁକ୍‌ ବହୁତ କାଜୁଆଲ ଥିଲା ଓ ଆପଣ ମଧ୍ୟ ସହଜରେ ଏପରି ସ୍କର୍ଟ ପିନ୍ଧି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?