ଘରେ କରନ୍ତୁ ମଟନ କବାବ ରେସିପି


ଭାରତୀୟ ବ୍ୟଞ୍ଜନରେ କବାବ ଏକ ବିଶେଷ ସ୍ଥାନ ଗ୍ରହଣ କରିଛି। ମଟନ କବାବ ଶୀଘ୍ର ଓ ସହଜରେ ତିଆରି ହୋଇପାରୁଥିବା ଏକ ରେସିପି। କୌଣସି ବିଶେଷ କାର୍ଯ୍ୟକ୍ରମ କିମ୍ବା ପର୍ବପର୍ବାଣୀରେ ଏହାକୁ ତିଆରି କରିପାରିବେ। ଏହା ଏକ ସ୍ବାଦିଷ୍ଟ ମୁଗଲାଇ ରେସିପି, ଯାହାକୁ କିମା ମଟନ, କଟା ପିଆଜ, କଞ୍ଚା ଲଙ୍କା, ଚାଉଳ ଗୁଣ୍ଡ ବ୍ୟବହାର କରି ତିଆରି କରାଯାଏ। ଯଦି ଆପଣ କବାବ ଖାଇବାକୁ ପସନ୍ଦ କରନ୍ତି, ତେବେ ଆପଣ ଏହି ରେସିପିକୁ ଘରେ ତିଆରି କରିପାରିବେ। ଏହାକୁ ଅଧିକ ସ୍ବାଦିଷ୍ଟ କରିବା ଲାଗି ଆପଣ ଏଥିରେ କିଛି ତାଜା କ୍ରୀମ ଓ କଟା କଞ୍ଚା ଲଙ୍କା ବ୍ୟବହାର କରିପାରିବେ। ଚାଲନ୍ତୁ ଜାଣିବା ଏହି ମଟନ କବାବର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୩୦୦ ଗ୍ରାମ୍‌ ମଟନ, ୧ କପ୍‌ ରିଫାଇନ୍‌ ତେଲ, ୩ଟି କଞ୍ଚା ଲଙ୍କାର ପେଷ୍ଟ, ୩ ଚାମଚ ଚାଉଳ ଗୁଣ୍ଡ, ୫ଟି କଟା ପିଆଜ ଓ ଆବଶ୍ୟକ ଅନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ଏହି ମଟନ କବାବ ତିଆରି କରିବା ଲାଗି ପ୍ରଥମେ କିମା ମଟନକୁ ଭଲ ଭାବେ ହାତରେ ରଗଡ଼ନ୍ତୁ। ଏକ ବଡ଼ ପାତ୍ରରେ ମଟନ କିମା, କଟା ପିଆଜ, କଞ୍ଚା ଲଙ୍କା ପେଷ୍ଟ, ଚାଉଳ ଗୁଣ୍ଡ ଓ ଲୁଣ ପକାନ୍ତୁ। ସମସ୍ତ ସାମଗ୍ରୀକୁ ଏକା ସାଙ୍ଗରେ ମିଶାଇ ପାଖାପାଖି ୪୦ ମିନିଟ୍‌ ଯାଏ ଅଲଗା ରଖି ଦିଅନ୍ତୁ। ମଟନ ମସଲାକୁ ଶୋଷି ନେଇଥାଏ। ତେଣୁ ଆପଣ ଏହାକୁ ଅଧିକ ମସଲାଦାର କରିବାକୁ ଚାହୁଥିଲେ, ଏଥିରେ ଗୋଲମରିଚ ଗୁଣ୍ଡ ପକାଇପାରିବେ। ଏବେ ମଧ୍ୟମ ଆଞ୍ଚରେ କଡ଼େଇ ଗରମ କରି ରିଫାଇନ୍‌ ତେଲ ଗରମ କରନ୍ତୁ। ଯଦି ଆପଣ ଏହାକୁ ପାରମ୍ପରିକ ଭାବେ ତିଆରି କରିବାକୁ ଚାହୁଥିଲେ, ଘିଅ ବ୍ୟବହାର କରିପାରିବେ। ମଟନ ମିଶ୍ରଣ ମାରିନେଟ୍‌ ହେବା ପରେ ଏହାକୁ ନେଇ ମଧ୍ୟମ ଆକାରର ଗୁଳା ତିଆରି କରନ୍ତୁ। ଏହାକୁ ଅଳ୍ପ ଚେପଟା କରି ପିଠଉ ଆକାରର କରି ଗରମ ତେଲରେ ପକାନ୍ତୁ।

ଆଞ୍ଚ ଧିମା ରଖନ୍ତୁ। କବାବ ଗୋଲ୍ହେନ୍‌ ବ୍ରାଉନ୍‌ ହେବା ଯାଏ ଏହାକୁ ଛାଣନ୍ତୁ। ଏବେ ଏହାକୁ ତେଲରୁ ବାହାର କରି ଟିସ୍ୟୁ ପେପର ଉପରେ ରଖନ୍ତୁ। ଯାହାଫଳରେ ଅତିରିକ୍ତ ତେଲ ବାହାରି ଯିବ। ଏବେ ଏହାକୁ ପୁଦିନା ଚଟଣୀ, ଓ କଟା ପିଆଜ ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?