ଖରାଦିନେ ପିଅନ୍ତୁ ମ୍ୟାଙ୍ଗୋ ମିଣ୍ଟ ଲସି


ଗରମ ଦିନେ ଥଣ୍ଡା ପାନୀୟ ପିଇବାର ମଜା କିଛି ଅଲଗା। ଏପରି କ୍ଷେତ୍ରରେ ଆମ୍ବ ଏବଂ ପୁଦିନାରେ ତିଆରି ହୋଇଥିବା ଲସି ଆପଣଙ୍କୁ ସତେଜ ରଖିବ। ଏହାର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏହି ଏନର୍ଜି ଡ୍ରିଙ୍କସ୍‌ ଖୁବ୍‌ କମ୍‌ ସମୟରେ ତିଆରି ହୋଇପାରେ। ତେବେ ଏଥରର ଗରମରୁ ନିଜ ପରିବାରକୁ ମୁକ୍ତି ଦେବା ଲାଗି ଏହି ଏନର୍ଜେଟିକ୍‌ ଡ୍ରିଙ୍କ ତିଆରି କରି ଥଣ୍ଡା ଥଣ୍ଡା ସର୍ଭ କରନ୍ତୁ।

କ’ଣ ଦରକାର
୧ଟି କଞ୍ଚା ଆମ୍ବ, ସ୍ବାଦନୁସାରେ ଚିନି, ୧୫ଟି ପୁଦିନା ପତ୍ର, ଅଧ ଚାମଚ ଗୁଜୁରାତି ପାଉଡର, ଫାଳେ ଲେମ୍ବୁ, ଦହି କିମ୍ବା ଛାଛ୍‌ ଆବଶ୍ୟକ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ଆମ୍ବ, ଚିନି, ପୁଦିନା, ଗୁଜୁରାତି ଗୁଣ୍ଡ, ଲେମ୍ବୁ ରସ ଓ ଦହିକୁ ମିଶାଇ ଗ୍ରାଇଣ୍ଡରରେ ବ୍ଲେଣ୍ଡ କରନ୍ତୁ। ଆମ୍ବର ସ୍ମୁଦି ପ୍ରସ୍ତୁତ ହୋଇଗଲା ପରେ ଏହାକୁ କାଚ ଗ୍ଲାସ୍‌କୁ ବାହାର କରନ୍ତୁ ଓ ବରଫ ପକାଇ ଥଣ୍ଡା ଥଣ୍ଡା ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।