ମତଦାନ ନୁହେଁ ମୃତ୍ୟୁଦାନ


ସାମ୍ପ୍ରତିକ ପରିସ୍ଥିତିରେ ସାରା ବିଶ୍ବର ସମାଜରେ ଅସହିଷ୍ଣୁତା ବଢ଼ିଚାଲିଛି। ନିକଟରେ ଏହାକୁ ନେଇ ଭାରତରେ ମଧ୍ୟ ବହୁ ବାକ୍‌ବିତଣ୍ଡା ହୋଇଥିଲା। ଦେଶରେ ଅସହିଷ୍ଣୁତା ବଢ଼ିଥିବା ନେଇ ଯେଉଁମାନେ ମତପୋଷଣ କରିଥିଲେ, ସେମାନଙ୍କୁ କାଠଗଡ଼ାରେ ଠିଆ କରାଯାଇଥିଲା। ହେଲେ ଆମ  ଗଣତାନ୍ତ୍ରିକ ରାଷ୍ଟ୍ରରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ ବା ପ୍ରକ୍ରିୟା ‘ସାଧାରଣ ନିର୍ବାଚନ-୨୦୧୯’ ପୂର୍ବରୁ ଏଭଳି କିଛି ଝଲକ ଦେଖିବାକୁ ମିଳିଛି, ଯାହା ସଭ୍ୟ ସମାଜର ମୁଣ୍ଡ ନୁଆଁଇଦେବ। କ୍ଷମତାଲିପ୍‌ସୁ ମଣିଷ ନିଜ ସ୍ବାର୍ଥ ହାସଲ ପାଇଁ ଆଉ ଜଣେ ମଣିଷର ଜୀବନ ନେବାକୁ ପଛାଉନାହିଁ। ସାରା ଦେଶରେ ଏପରି ଅନେକ ଖବର ଚର୍ଚ୍ଚାକୁ ଆସିଥିବା ବେଳେ ନିକଟରେ ଓଡ଼ିଶାରେ ଘଟିଥିବା ଦୁଇଟି ସଦ୍ୟତମ ଘଟଣା। ଏହାର ସତ୍ୟାସତ୍ୟ ବୟାନ କରୁଛି। ସାଧାରଣ ନିର୍ବାଚନ ଆରମ୍ଭ ନ ହେଉଣୁ ରାଜ୍ୟରେ ଗଡ଼ିଲାଣି ମୁଣ୍ଡ। ଏହି କ୍ରମରେ ସଂଘଟିତ ପ୍ରାକ୍‌ ନିର୍ବାଚନୀ ହିଂସାରେ କେନ୍ଦୁଝର ଅନ୍ତର୍ଗତ ଘଷିପୁରା ନିର୍ବାଚନମଣ୍ଡଳୀରେ ଜଣେ ପୂର୍ବତନ ସ୍ବାଧୀନ ପ୍ରାର୍ଥୀ ତଥା ବ୍ଲକ ଅଧ୍ୟକ୍ଷଙ୍କୁ ମାରଣାସ୍ତ୍ର ଯୋଗେ ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ତେନ୍ଦୁଳିମୂଳ ଠାରେ ଜଣେ ୱାର୍ଡମେମ୍ବରଙ୍କ ଦେଢ଼ଶୁର ଉପରକୁ ଆଖିବୁଜା ଗୁଳିବର୍ଷଣ କରାଯିବାରୁ ସେ ଅଧୁନା ଜୀବନ ସହ ସଂଘର୍ଷ କରୁଛନ୍ତି। ନିହିତ ସ୍ବାର୍ଥ ପାଇଁ ମଣିଷ କେତେ ତଳକୁ ଖସିଯାଇପାରେ, ଏହା ତା’ର ଜ୍ବଳନ୍ତ ଉଦାହରଣ। ପ୍ରକୃତ ଅର୍ଥରେ ଏହାକୁ ହିଁ ପାଶବିକ ଆଚରଣ କୁହାଯାଏ।

ଉଭୟ ଘଟଣାରେ ରାଜନୈତିକ ସମ୍ପୃକ୍ତି ରହିଥିବା ଜଣାପଡ଼ିଥିଲେ ହେଁ ଏହାକୁ ଚାପିଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଘଟଣାରେ ଶାସକ ଦଳର ସ୍ଥାନୀୟ ବିଧାୟକ ଓ ତାଙ୍କ ଦୁର୍ଦ୍ଦାନ୍ତ ପୁଅମାନଙ୍କ ସମ୍ପୃକ୍ତି ଥିବା କଥା ଉଠିଥିବା ବେଳେ ଖୋର୍ଦ୍ଧା ଘଟଣାରେ ବିଜେପି ସମର୍ଥକମାନେ ପ୍ରତିପକ୍ଷ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା କୁହାଯାଇଛି। ମୁଣ୍ଡ ଉପରେ ନିର୍ବାଚନ ଥିବାବେଳେ ପ୍ରତ୍ୟେକ ଦଳ ନିଜ ନିଜର ଗୁଣ୍ଡାମାନଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ପ୍ରୟାସ କରୁଛନ୍ତି। ଆଦର୍ଶ ଆଚରଣବିଧି ଓ କାଇଦା କାନୁନ ଯେଝା ବାଟରେ, ଅପରାଧୀ ନିଜର ଉଦ୍ଦେଶ୍ୟ ସାଧନ କରିବାରେ ସଫଳ ହେଉଛି। ଅପରପକ୍ଷେ ଏହାର ପ୍ରଭାବ ସାଧାରଣ ଜନତାଙ୍କୁ ଭୀତତ୍ରସ୍ତ କରାଇଚାଲିଛି। ଆଉ ଏହାକୁ କେବଳ ଏକ ସମ୍ବେଦନଶୀଳ ଘଟଣା ବୋଲି କୁହାଯାଇ ଏଥିରେ ଡୋରି ବାନ୍ଧି ଦିଆଯାଉଛି।

ବିଶ୍ବର ବୃହତ୍ତମ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ମତଦାନ ସର୍ବୋତ୍କୃଷ୍ଟ ରାଜନୈତିକ ପ୍ରକ୍ରିୟା। ଏହି ଧର୍ମନିରପେକ୍ଷ ରାଷ୍ଟ୍ରରେ ନିଜସ୍ବ ମତ ସାବ୍ୟସ୍ତ କରିବାର ଅଧିକାର ସଭିଙ୍କ ନିକଟରେ ରହିଛି ବୋଲି କୁହାଯାଏ। କିନ୍ତୁ ଏଭଳି ବର୍ବରୋଚିତ କାଣ୍ଡ ଘଟାଯାଇ ପରୋକ୍ଷରେ ଜନସାଧାରଣଙ୍କୁ ଚାପଗ୍ରସ୍ତ କରିବାର ପ୍ରୟାସ କରାଯାଉଛି। ଯାହାକି ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ଭାଙ୍ଗିବାର ପ୍ରୟାସ କରୁଛି। ଏହାକୁ ରୋକିବାକୁ ହେଲେ ସଚେତନତା ସୃଷ୍ଟି କରିବାକୁ ହେବ। ହୁଏତ ଏଥିପାଇଁ କେତେକଙ୍କୁ ରୋଷର ଶିକାର ହେବାକୁ ପଡ଼ିପାରେ। ତଥାପି ଆଗାମୀ ପିଢ଼ି ପାଇଁ ଏହା ମଙ୍ଗଳମୟ ହେବ। ସଭିଏଁ ଜାଣିରଖିବା ଉଚିତ ଯେ ଏହା ମତଦାନ, ମୃତ୍ୟୁଦାନ ନୁହେଁ। ମଣିଷ ଭଗବାନ ହୋଇଗଲେ କଥା ସରିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।