ସ୍ନାକ୍‌ସରେ ତିଆରି କରନ୍ତୁ ସ୍ବିଟ୍‌ ଚିଲି ବାଦାମ


ସ୍ନାକ୍‌ସ ଖାଇବାକୁ ପସନ୍ଦ କରୁଥିବା ଲୋକେ ବଜାରରୁ କିଛି ନା କିଛି ମଗାଇ ଖାଇଥାନ୍ତି। କିନ୍ତୁ ଯଦି ଆପଣ ଘରେ କିଛି ସ୍ବାଦିଷ୍ଟ ଓ କ୍ରିସ୍‌ପି ସ୍ନାକ୍‌ସ ଖାଇବାକୁ ମିଳିଯାଏ, ତେବେ ଚା’ର ମଜା ଆହୁରି ବଢ଼ିଯାଏ। ଯଦି ଆପଣ ଏକ ସ୍ବାଦିଷ୍ଟ ସ୍ନାକ୍‌ସର ମଜା ନେବାକୁ ଚାହୁଛନ୍ତି, ତେବେ ଘରେ ତିଆରି କରନ୍ତୁ ସୁଆଦିଆ ସ୍ବିଟ୍‌ ଚିଲି ବାଦାମ। ଏହା କେବଳ ସ୍ବାଦିଷ୍ଟ ନୁହେଁ, ଏହା ତିଆରି କରିବା ମଧ୍ୟ ବହୁତ ସହଜ। ଚାଲନ୍ତୁ ଜାଣିବା ଏହି ସୁଆଦିଆ ସ୍ନାକ୍‌ସର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୧ କପ୍‌ ପିସ୍ତା ବାଦାମ, ଅଧା ଏଗ୍‌ ହ୍ବାଇଟ୍‌, ୨ଟି ଭୃସଙ୍ଗ ପତ୍ର, ଅଧ ଚାମଚ ଲୁଣ, ୨ ଚାମଚ ଗ୍ରେନ୍‌ ଫାଇନ୍‌ ସୁଗାର, ଅଧ ଚାମଚ ଲଙ୍କା ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ମାଇକ୍ରୋୱେଭ୍‌ରେ ଭୃସଙ୍ଗ ପତ୍ରକୁ କମ୍‌ ତାପମାତ୍ରାରେ ଡ୍ରାଏ କରି ଦିଅନ୍ତୁ। ଏହା ଶୁଖିଗଲା ପରେ ଏହାକୁ ଏକ ପାତ୍ରରେ କ୍ରଶ୍‌ କରି ନିଅନ୍ତୁ। ଏବେ ଏଥିରେ ଲୁଣ, ଚିନି, ଲଙ୍କା ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣରେ ଏଗ୍‌ ହ୍ବାଇଟ୍‌ ପକାଇ ଭଲ ଭାବେ ମିଶାନ୍ତୁ। ପିସ୍ତା ବାଦାମ ଉପରେ ଏକ ପତଳା କୋଟ୍‌ ହେଲା ଭଳି ଏଗ୍‌ ହ୍ବାଇଟ୍‌ ନିଅନ୍ତୁ। ମିଶ୍ରଣ ଉପରେ ହାଲୁକା ଭାବେ ମସଲା ସିଞ୍ଛନ୍ତୁ ଓ ଏଥିରେ ପିସ୍ତା ବାଦାମ ଗୋଳାନ୍ତୁ। ଏହି କୋଟେଡ୍‌ ପିସ୍ତା ବାଦାମକୁ ରୋଷ୍ଟିଙ୍ଗ ଟ୍ରେରେ ଭଲ ଭାବେ ଚାରି ଆଡ଼କୁ ରଖି ଓଭାନ୍‌ରେ ୧୨୦ ଡିଗ୍ରୀ ସେଲ୍‌ସିୟସ୍‌ରେ ୧୦ ମିନିଟ୍‌ ପାଇଁ ବେକ୍‌ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ବିଟ୍‌ ଚିଲି ବାଦାମ ସ୍ନାକ୍‌ସ। ଏବେ ଏହାକୁ ଗରମ ଗରମ ଚା’ ସହିତ ଏହାର ମଜା ନେଇପାରିବେ। ଆପଣ ଚାହିଲେ ଏହାକୁ ଏୟାର ଟାଇଟ୍‌ ଜାର୍‌ରେ ରଖି ପରେ ଖାଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।