ଘରେ କରନ୍ତୁ ବାଦାମ ଚକୋଲେଟ୍‌ ଗୁଜିୟା


ସବୁବେଳେ ବଜାରରୁ ମିଠା କିଣିବା ପରିବର୍ତ୍ତେ ସମୟେ ସମୟେ ଘରେ ମଧ୍ୟ ଏହାକୁ ପ୍ରସ୍ତୁତ କରନ୍ତୁ। ଏଠାରେ ଆପଣଙ୍କ ପାଇଁ ବାଦାମ ଚକୋଲେଟ୍‌ ଗୁଜିୟା ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ଏହା ସ୍ବାଦିଷ୍ଟ ହେବା ସହିତ ତିଆରି କରିବା ମଧ୍ୟ ବହୁତ ସହଜ। ଏହା ଆପଣଙ୍କ ଅତିଥିଙ୍କୁ ମଧ୍ୟ ବହୁତ ପସନ୍ଦ ଆସିବ। ଚାଲନ୍ତୁ ଜାଣିବା ଏହି ବାଦାମ ଚକୋଲେଟ୍‌ ଗୁଜିୟା ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର
୨ କପ୍‌ ଅଟା, ଏକ ଚତୁର୍ଥାଶଂ କପ୍‌ ଘିଅ, ଅଧ କପ୍‌ ପାଣି, ୧ କପ୍‌ ହ୍ବାଇଟ୍‌ ଚକୋଲେଟ୍‌, ୧ କପ୍‌ କୋରା ନଡ଼ିଆ, ଏକ ଚିମୁଟା ଗୁଜୁରାତି ଗୁଣ୍ଡ, ଅଧ କପ୍‌ ବାଦାମ, ୧ ଟେବଲ୍‌ସ୍ପୁନ୍‌ ଗୁଡ଼।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଟା ଓ ଘିଅକୁ ଏକାଠି ମିଶାନ୍ତୁ। ଏବେ ଏଥିରେ ଆବଶ୍ୟକ ଅନୁସାରେ ପାଣି ଢାଳି ନରମ ଭାବେ ଅଟା ଭଳି ଚକଟନ୍ତୁ। ଏହାକୁ ଅଧଘଣ୍ଟା ପାଇଁ ଅଲଗା ରଖନ୍ତୁ। ଏବେ ଏକ ଗିନାରେ ହ୍ବାଇଟ୍‌ ଚକୋଲେଟ୍‌ ଫ୍ଲେକ୍ସ, କୋରା ନଡ଼ିଆ, ବାଦାମ ଓ ଗୁଡ଼କୁ ମିଶାନ୍ତୁ। ଏହାପରେ ଅଟାକୁ ଛୋଟ ଛୋଟ ଗୁଳା କରି ଅଧ ସେଣ୍ଟିମିଟର ପତଳାରେ ବେଲନ୍ତୁ। ଏବେ ବେଲା ହୋଇଥିବା ଅଟାରେ ପୂର ଦେଇ ଚାରିପାର୍ଶ୍ବକୁ ପାଣି ସାହାଯ୍ୟରେ ବନ୍ଦ କରନ୍ତୁ। ଧ୍ୟାନରେ ରଖନ୍ତୁ ଗୁଜିୟାରେ ଯେପରି ଅଧିକ ପୂର ନ ଦିଆଯାଏ। ନଚେତ୍‌ ଏହା ଛାଣିବାବେଳେ ଫାଟିଯିବ। ଏବେ ପ୍ୟାନ୍‌ରେ ଘିଅ ଗରମ କରି ଗୁଜିୟା ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ଫ୍ରାଏ କରନ୍ତୁ। ଗୁଜିୟା ଭଲ ଭାବେ ଫ୍ରାଏ ହୋଇଗଲା ପରେ ପେପରକୁ ବାହାର କରି ଦିଅନ୍ତୁ। ଯାହାଫଳରେ ଅତିରିକ୍ତ ତେଲ ଛାଡ଼ିଯିବ। ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଗୁଜିୟା। ଏବେ ଅତିଥିଙ୍କୁ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?