ଆରମ୍ଭ ହେଲା ‘ଗୁରୁ ପଙ୍କଜ ଉତ୍ସବ’: ମୋହିନୀଅଟ୍ଟମ୍‌ରେ ମହାଭାରତ


ଭୁବନେଶ୍ବର: ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ରବିବାର ରବୀନ୍ଦ୍ର ମଣ୍ଡପରେ ଗୁରୁ ପଙ୍କଜ ଉତ୍ସବ ତଥା ଆଦିଗୁରୁ ପଙ୍କଜ ଚରଣ ଦାସ ପରମ୍ପରା ସମ୍ମାନ ଓ ମାହାରୀ ସମ୍ମାନ ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ଉତ୍ସବରେ ନୃତ୍ୟଗୁରୁ ମୀନତି ମିଶ୍ର ଏବଂ ନୃତ୍ୟ ବିଦୂଷୀ ପ୍ରିୟମ୍ବଦା ମହାନ୍ତି ହେଜ୍‌ମାଦୀଙ୍କୁ ‘ଆଦିଗୁରୁ ପଙ୍କଜ ଚରଣ ଦାସ ପରମ୍ପରା ସମ୍ମାନ’ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହାପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରଥମେ ନୃତ୍ୟଶିଳ୍ପୀ ସୁହାଗ ନଳିନୀ ଦାସ ନୃତ୍ୟରେ ମଧୁରାଷ୍ଟକମ୍‌ ଭେଟି ଦେଇଥିଲେ। କୃଷ୍ଣରସକୁ ଅପୂର୍ବ ଅଭିନୟ ଚାତୁରୀ ସହ ମିଶାଇ ସେ ପରିବେଷଣ କରିଥିଲେ। ‌ମୋହିନୀଅଟ୍ଟମ୍‌ ନୃତ୍ୟଶିଳ୍ପୀ ସାଜି ମେନନ୍‌ ମହାଭାରତର ଚରିତ୍ର ଅମ୍ବା ଶିଖଣ୍ଡୀ କଥାବସ୍ତୁର ଅବତାରଣା କରି ଦର୍ଶକଙ୍କୁ ବିଭୋର କରିଥିଲେ। ନୃତ୍ୟଶିଳ୍ପୀ କବିତା ଦ୍ବିବେଦୀ ‘କାଲି କାହିଁକି ନୋଇଲେ ଶ୍ୟାମ ନାଗର… ଗୀତରେ ନୃତ୍ୟାଭିନୟ ଭେଟି ଦେଇଥିଲେ। ଏହାପରେ ସୁଭଦ୍ରା କରଡ଼କରଙ୍କ ଦ୍ବାରା ଶଙ୍କରାଚାର୍ଯ୍ୟଙ୍କ ରଚିତ ନିର୍ବାଣାଷ୍ଟକମ୍‌ ପରିବେଷିତ ହୋଇଥିଲା। ନକ୍ଷତ୍ର ଗୁରୁକୂଳର ଶିଳ୍ପୀମାନେ ଦଳଗତ ନୃତ୍ୟରେ ‘ଗ୍ଳାନି ସଂହାର’ ପ୍ରସ୍ତୁତ କରିଥିଲେ। ଅପରାହ୍ନ ଅଧିବେଶନରେ ଶ୍ରେୟା ଚକ୍ରବର୍ତ୍ତୀ, ସୋମନାଥ ପଣ୍ଡା, ସୁଚିସ୍ମିତା କାଞ୍ଜିଲାଲ୍‌, ଯଶୋମତୀ ମିଶ୍ର, ଅମୃତା ଓ କେ ଜ୍ୟୋତିର୍ମୟୀ ନୃତ୍ୟ ପରିବେଷଣ କରିଥିଲେ।

ଆଦିଗୁରୁ ପଙ୍କଜ ଚରଣ ଦାସଙ୍କ ୧୦୦ ତମ ଜନ୍ମବାର୍ଷିକୀ ଉତ୍ସବର ରୌପ୍ୟ ଜୟନ୍ତୀରେ ବିଶିଷ୍ଟ କବି ରମାକାନ୍ତ ରଥ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପ୍ରାକ୍ତନ ପ୍ରଶାସକ ଅଶୋକ କୁମାର ତ୍ରିପାଠୀ, ନୃତ୍ୟ ସମୀକ୍ଷକ ସୁନୀଲ କୋଠାରୀ, ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ, ମର୍ଦଳ ଗୁରୁ ଧନେଶ୍ବର ସ୍ବାଇଁ ଅତିଥି ଭାବେ ଯୋଗଦେଇ ସମ୍ମାନ ପ୍ରଦାନ କରିଥିଲେ। ପ୍ରତିଷ୍ଠାନର ନ‌ି‌ର୍ଦେଶକ ଶରତ ଦାସ ଏବଂ ସଭାପତି ବଟକୃଷ୍ଣ ତ୍ରିପାଠୀ ଉପସ୍ଥିତ ଥିଲେ। ଅଧ୍ୟାପକ ମୃତ୍ୟୁଞ୍ଜୟ ରଥ ଏହି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?