ଫ୍ରାଏଡ୍‌ ହଙ୍ଗ-କର୍ଡ ପିନଟ୍‌ସ ରେସିପି


ଫ୍ରାଏଡ୍‌ ହଙ୍ଗ କର୍ଡ ପିନଟ୍‌ସ ଏକ ସ୍ବାଦିଷ୍ଟ ସ୍ନାକ୍‌ସ ରେସିପି ଅଟେ, ଯାହାକୁ ଆପଣ ଆପଣଙ୍କ ଖାସ୍‌ ବନ୍ଧୁ ଓ ପରିବାର ଲୋକଙ୍କ ପାଇଁ କିଟି ପାର୍ଟି କିମ୍ବା ଅନ୍ୟ କୌଣସି ବିଶେଷ କାର୍ଯ୍ୟକ୍ରମ ଅବସରରେ ତିଆରି କରିପାରିବେ। ଏହାର ନାମ ଶୁଣିବାକୁ ଯେମିତି, ଖାଇବାକୁ ମଧ୍ୟ ଏହା ସେମିତି ମଜାଦାର। ଏହା ତିଆରି କରିବା ମଧ୍ୟ ବହୁତ ସହଜ। ଏହି ଉତ୍ତର ଭାରତୀୟ ସ୍ନାକ୍‌ସ ରେସିପିକୁ ଆସନ୍ତା ହୋଲିରେ ଟ୍ରାଏ କରିବାକୁ ଭୁଲନ୍ତୁ ନାହିଁ।

କ’ଣ ଦରକାର

୨୫୦ ଗ୍ରାମ୍‌ କଞ୍ଚା ଚିନା ବାଦାମ, ୨ଚିମୁଟା ଗରମ ମସଲା, ୧ କପ୍‌ ରିଫାଇନ୍‌ ତେଲ, ସ୍ବାଦାନୁସାରେ ଲୁଣ, ୧ ଟେବଲସ୍ପୁନ୍‌ କର୍ଣ୍ଣ ଫ୍ଲୋର, ୨ କପ୍‌ ପାଣି, ୧ କପ୍‌ ହଙ୍ଗ କର୍ଡ।

ପ୍ରସ୍ତୁତି ପ୍ରଣାଳୀ
ଏହି ସ୍ବାଦିଷ୍ଟ ସ୍ନାକ୍‌ସକୁ ଘରେ ତିଆରି କରିବା ଲାଗି ପ୍ରଥମେ ଚିନା ବାଦାମ ଛଡ଼ାଇ ଏହାର ମଞ୍ଜିକୁ ୨ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ। ପରେ ଏହାର ଉପରେ ଲାଗିଥିବା ଚୋପା ଛଡ଼ାଇ ଅଲଗା ରଖନ୍ତୁ। ଏକ ପାତ୍ରରେ ହଂଗ କର୍ଡ,  ଗରମ ମସଲା ସହିତ ଲୁଣ ଓ କର୍ଣ୍ଣଫ୍ଲୋର ପକାଇ ଭଲ ଭାବେ ମିଶ୍ରଣ କରନ୍ତୁ। ଏହାକୁ ଶୁଖିବା ଲାଗି ୧ ଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ। ମିଡିଅମ ଆଞ୍ଚରେ କଡ଼େଇ ରଖି ଏଥିରେ ତେଲ ଗରମ କରନ୍ତୁ। କର୍ଡ ମିଶ୍ରଣରେ ଚିନାବାଦାମକୁ ଭଲ ଭାବେ ଗୋଳାନ୍ତୁ। ଏହା ଉପରେ ଅଳ୍ପ ଶୁଖିଲା କର୍ଣ୍ଣ ଫ୍ଲୋର ସିଞ୍ଛନ୍ତୁ। ତେଲ ଭଲ ଭାବେ ଗରମ ହୋଇଗଲା ପରେ ସାବଧାନତାର ସହ ଚିନାବାଦାମ ପକାନ୍ତୁ। ଗୋଲ୍ଡେନ୍‌ ବ୍ରାଉନ୍‌ ହେବା ଯାଏ ଏହାକୁ ଡିପ୍‌ ଫ୍ରାଏ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଫ୍ରାଏଡ୍‌ ହଙ୍ଗ କର୍ଡ ପିନଟ୍‌ସ ସ୍ନାକସ୍‌। ଏହାକୁ ଚଟଣୀ ସହିତ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?