ସ୍ବାଦିଷ୍ଟ ମୋରୁ କଲାନ ରେସିପିର ମଜା ନିଅନ୍ତୁ


ମୋରୁ କଲାନ ଏକ ସ୍ବାଦିଷ୍ଟ ଓ ସିମ୍ପଲ ଦକ୍ଷିଣ ଭାରତୀୟ ରେସିପି ଅଟେ। ଏହା ସ୍ବାଦିଷ୍ଟ ହେବା ସହିତ ଖୁବ୍‌ କମ୍‌ ସମୟରେ ମଧ୍ୟ ତିଆରି ହୋଇଯାଇଥାଏ। ଆପଣ ଏହାକୁ ବହୁତ କମ୍‌ ପରିଶ୍ରମରେ ଘରେ ତିଆରି କରିପାରିବେ। ଦହି, ପିଆଜ, ଭୃସଙ୍ଗ ପତ୍ର, ଅଦା ଓ ରସୁଣ ପେଷ୍ଟରେ ତିଆରି କରାଯାଉଥିବା ଏହି ସ୍ବାଦିଷ୍ଟ ରେସିପି ଆପଣଙ୍କ ଖାଇବାର ମଜାକୁ ଆହୁରି ବଢ଼ାଇଦେବ। ଏମିତିରେ ମୋରୁ କଲାନ ରେସିପି ଏକ ଉତ୍ତମ ମେନ୍‌କୋର୍ସ ଭାବେ ତିଆରି କରାଯାଏ। ଏହି ସ୍ବାଦିଷ୍ଟ ଡିଶ୍‌କୁ ଆପଣ ବନ୍ଧୁ ଓ ପରିବାର ଲୋକଙ୍କ ସହିତ ଖାଇବାର ମଜା ନେଇପାରିବେ। ତେବେ ଚାଲନ୍ତୁ ଜାଣିବା ଏହି ମୋରୁ କଲାନ ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର

୪ କପ୍‌ ଦହି, ୧ ଚାମଚ ରସୁଣ ପେଷ୍ଟ, ୬ଟି କଞ୍ଚା ଲଙ୍କା, ୧୦ଟି ଭୃସଙ୍ଗ ପତ୍ର, ୨ଟି କଟା ପିଆଜ, ଦରକାର ଅନୁସାରେ ହଳଦୀ, ୧ ଚାମଚ ଅଦା ପେଷ୍ଟ, ୧ ଚାମଚ ସୋରିଷ, ୨ ଚାମଚ ରିଫାଇନ୍‌ ତେଲ, ୧ ଚାମଚ କସୁରୀ ମେଥି ପାଉଡର, ୧ ଚାମଚ ଜିରା ଗୁଣ୍ଡ ଓ ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ମୋରୁ କଲାନ ଏପରି ଏକ ରେସିପି ଅଟେ, ଯାହାକୁ ଆପଣ କିଚେନ୍‌ରେ ଥିବା ସାମଗ୍ରୀରେ ତିଆରି କରିପାରିବେ। ଏହି ରେସିପି ତିଆରି କରିବା ଲାଗି ଆପଣ ପ୍ରଥମେ ପିଆଜ କାଟି ରଖନ୍ତୁ। ଏକ ପ୍ୟାନ୍‌କୁ ମଧ୍ୟମ ଆଞ୍ଚରେ ଗରମ କରି ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସୋରିଷ ପକାଇ ଫୁଟିବାକୁ ଦିଅନ୍ତୁ। ସୋରିଷ ଫୁଟିଗଲା ପରେ ଏଥିରେ ଅଦା ରସୁଣ ପେଷ୍ଟ, ଭୃସଙ୍ଗ ପତ୍ର ପକାନ୍ତୁ। ଏବେ ଏହି ମିଶ୍ରଣରେ କଟା ପିଆଜ ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏହି ମିଶ୍ରଣକୁ ଏକ ମିନିଟ୍‌ ଯାଏ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ ଓ କସୁରୀ ମେଥି ପକାଇ ଏପଟ ସେପଟ କରି ଭାଜନ୍ତୁ। ଯଦି ଆପଣଙ୍କୁ ସ୍ପାଇସି ଖାଦ୍ୟ ପସନ୍ଦ, ତେବେ ଏଥିରେ ଆପଣ ନିଜ ଇଚ୍ଛାରେ ଲଙ୍କା ଗୁଣ୍ଡ ପକାଇପାରିବେ।

ଏବେ ଦହିକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ପ୍ୟାନ୍‌ର ଆଞ୍ଚ ଧିମା କରି ସାବଧାନତାର ସହ ଦହି ଢାଳି ଲଗାତର ଗୋଳାନ୍ତୁ। ଦହିରୁ ବାମ୍ଫ ବାହାରିବା ମାତ୍ରେ ଏହାକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ଶେଷରେ ଲୁଣ ପକାଇ ଗୋଳାନ୍ତୁ। ଏକ ଗିନାକୁ ବାହାର କରି ଭଜା ଶୁଖିଲା ଲଙ୍କା ଓ ଭୃସଙ୍ଗ ପତ୍ରରେ ସଜାଇ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।