ମାର୍ଚ୍ଚ ୨୯ରୁ ମା’ ବୁଢ଼ୀ ଠାକୁରାଣୀ ଯାତ୍ରା: ମଧ୍ୟରାତ୍ରରେ ସ୍ଥାପିତ ହେଲା ଶୁଭଖୁଣ୍ଟ


ବ୍ରହ୍ମପୁର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ଆସନ୍ତା ମାର୍ଚ୍ଚ ୨୯ରୁ ଆରମ୍ଭ ହେବ। ଏଥିପାଇଁ ସୋମବାର ମଧ୍ୟ ରାତ୍ରରେ ଶୁଭଲଗ୍ନରେ ସ୍ଥାପିତ ହୋଇଛି ଶୁଭଖୁଣ୍ଟି। ପାରମ୍ପରିକ ଯାତ୍ରା ମା’ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ନୀତି ନିୟମ, ପରମ୍ପରା ଅନୁସାରେ ଯାତ୍ରାର ଶୁଭ ମୁହୂର୍ତ୍ତ ଓ ଯାତ୍ରା ଅବଧିର ଦିନ ଧାର୍ଯ୍ୟ ସମ୍ପର୍କରେ ଘୋଷଣା ହୋଇଥିଲା। ଆସନ୍ତା ୨୯ ମାର୍ଚ୍ଚରୁ ୨୯ ଏପ୍ରିଲ୍‌ ପର୍ଯ୍ୟନ୍ତ ଏକ ମାସ ଧରି ଏହି ଯାତ୍ରା ଚାଲିବ।

ପରମ୍ପରା ଅନୁଯାୟୀ, ପରମ୍ପରା ଅନୁସାରେ ପୁରୁଣା ବ୍ରହ୍ମପୁର ବାଉରି ସାହିରୁ ସାତ ଗଣ୍ଠି ବିଶିଷ୍ଟ କେନା ବାଉଁଶକୁ ଆଣି ପୃଷ୍ଟି ସଂପ୍ରଦାୟ ଘରେ ରଖିଥାନ୍ତି। ଯାତ୍ରା ଆୟୋଜକ ତଥା ମା’ବୁଢ଼ୀ ଠାକୁରାଣୀଙ୍କ ବାପା ପି. ଦୁର୍ଗାପ୍ରସାଦ ଦେଶୀବେହେରାଙ୍କ ନିମନ୍ତ୍ରଣ ପରେ ବାଉଁଶକୁ ହଳଦୀ ଚନ୍ଦନ ସହ ପୂଜାର୍ଚ୍ଚନା କରିବା ପରେ ଦେଶିବେହେରାଙ୍କ ଘରକୁ ଅଣାଯାଇଥାଏ। ପରେ ରାତି ୧୧.୩୦ଟା ବେଳେ ଶୁଭଖୁଣ୍ଟି ନେଇ ଏକ ଶୋଭାଯାତ୍ରା ଦେଶୀବେହେରା ସାହିରୁ ବାହାରିଥିଲା। ଏହି ଶୋଭାଯାତ୍ରା ବାଣ, ବାଜାର ଏକ ପଟୁଆରରେ ବିଭିନ୍ନ ସାହି ପରିକ୍ରମା କରିବା ପରେ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ପୂଜାର୍ଚ୍ଚନା, ହୋମ, ଚଣ୍ଡିପାଠ କରାଯାଇଥିଲା। ପରେ ମା’ଙ୍କ ଆଜ୍ଞାମାଳ ଅଣାଯାଇ ଶୁଭଖୁଣ୍ଟିରେ ସ୍ଥାପନ କରାଯାଇଥିଲା। ସାହି ପରିକ୍ରମା କରାଯାଇ ରାତି ୧୨.୫୦ରେ ଦେଶୀବୋହରା ସାହି ଅସ୍ଥାୟୀ ମଣ୍ଡପ ସମ୍ମୁଖରେ ଶୁଭଖୁଣ୍ଟି ସ୍ଥାପିତ କରାଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ