ସ୍ବିଟ୍‌ ପଟାଟୋ ଚିପ୍ସର ମଜା ନିଅନ୍ତୁ


ଯଦି ଆପଣଙ୍କୁ ଫ୍ରେଞ୍ଚ ଫ୍ରାଇଜ୍‌ ଓ ପଟାଟୋ ଚିପ୍ସ ବହୁତ ପସନ୍ଦ, କିନ୍ତୁ ଏଥିରେ ଥିବା କ୍ୟାଲୋରୀ ଓ ଓଜନ ବୃଦ୍ଧି ଡରରେ ଏହାକୁ ଆପଣ ଖାଇ ପାରୁ ନାହାନ୍ତି, ତେବେ ସ୍ବିଟ୍‌ ପଟାଟୋ ଚିପ୍ସ ଆପଣଙ୍କ ପାଇଁ ଉପଯୁକ୍ତ ବିକଳ୍ପ ଅଟେ। ଏହି ଉତ୍ତର ଭାରତୀୟ ସ୍ନାକ୍‌ସର କ୍ରିସ୍ପିନେସ୍‌ ଆପଣଙ୍କୁ ନିହାତି ପସନ୍ଦ ଆସିବ। ଏହି ସ୍ବିଟ୍‌  ପଟାଟୋ ଚିପ୍ସକୁ ଆପଣ ଘରେ ସହଜରେ ତିଆରି କରିପାରିବେ। କାରଣ ଘରେ ଉପଲବ୍ଧ ହେଉଥିବା ସାମଗ୍ରୀରେ ଏହାକୁ ତିଆରି କରାଯାଇପାରିବ। ଏହା ବହୁତ ସ୍ବାଦିଷ୍ଟ ସହିତ ସ୍ବାସ୍ଥ୍ୟକର ମଧ୍ୟ। ଏହା ଆପଣଙ୍କ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ। ନିଜ ପରବାର ସଦସ୍ୟ ଓ ବନ୍ଧୁଙ୍କ ସହିତ ଏହି ସ୍ବାଦିଷ୍ଟ ସ୍ନାକ୍‌ସର ମଜା ନେବାକୁ ଆଦୌ ଭୁଲନ୍ତୁ ନାହିଁ।

କ’ଣ ଦରକାର
୨ଟି କନ୍ଦମୂଳ, ୧ ଚିମୁଟା ଗୋଲମରିଚ ଗୁଣ୍ଡ, ୧ ଚିମୁଟା ଲଙ୍କା ଗୁଣ୍ଡ, ୨ ଟେବଲସ୍ପୁନ୍‌ ରିଫାଇନ୍‌ ତେଲ, ଆବଶ୍ୟକ ଅନୁସାରେ ଲୁଣ, ୨  ଚିମୁଟା ରସୁଣ ପାଉଡର, ୧ ଚିମୁଟା ଜିରା ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ
ଏହି ସ୍ବାସ୍ଥ୍ୟକର ଘରେ ତିଆରି କରିବା ଲାଗି ପ୍ରଥମେ ଓଭାନ୍‌କୁ ୨୫୦ ଡିଗ୍ରୀ ଫାରେନହାଇଟ୍‌ରେ ପ୍ରିହିଟ୍‌ କରି ଦିଅନ୍ତୁ। କନ୍ଦମୂଳକୁ ଧୋଇ ପୋଛି ଦିଅନ୍ତୁ ଓ ଏହାର ଚୋପା ଛଡ଼ାଇ ଦିଅନ୍ତୁ। ଯଥାସମ୍ଭବ ଏହାକୁ ପତଳା ଭାବେ କାଟନ୍ତୁ। ଏହାର ସାଇଜ୍‌ ଏକା ଭଳି ହେବାକୁ ଚେଷ୍ଟା କରନ୍ତୁ। ଏବେ ଏକ ପାତ୍ରରେ ଲୁଣ, ଗୋଲମରିଚ ଗୁଣ୍ଡ, ରସୁଣ ପାଉଡର, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ସହିତ ରିଭାଇନ୍‌ ତେଲ ମିଶାଇ ଦିଅନ୍ତୁ। ଏହାକୁ ଭଲ ଭାବେ ମିଶାନ୍ତୁ, ଯାହା ଫଳରେ କନ୍ଦମୂଳ ଭଲ ଭାବେ କୋଟ୍‌ କରାଯାଇପାରିବ।

କନ୍ଦମୂଳକୁ ଏହି ମିଶ୍ରଣରେ ପକାନ୍ତୁ। ଧ୍ୟାନ ରଖନ୍ତୁ କନ୍ଦମୂଳ ଯେପରି ଭଲ ଭାବେ ମିଶ୍ରଣରେ ଗୁଡ଼ାଇ ହୋଇପାରିବ। ଏବେ ବେକିଂ ଟ୍ରେରେ ଭଲ ଭାବେ ଫଏଲ୍‌ ପେପର ପକାନ୍ତୁ ଓ ଏଥିରେ କୋଟ୍‌ କରି ରଖାଯାଇଥିବା କନ୍ଦମୂଳକୁ ରଖନ୍ତୁ। ଏବେ ଏହି ବେକିଂ ଟ୍ରେକୁ ପ୍ରିହିଟ୍‌ ଓଭାନ୍‌ରେ ରଖି ୨୦୦ ଡିଗ୍ରୀ ସେଲ୍‌ସିୟସ୍‌ରେ ୬ରୁ ୮ ମିନିଟ୍‌ ଯାଏ ଗୋଲ୍ଡେନ୍‌ ବ୍ରାଉନ୍‌ ତଥା କ୍ରିସ୍ପି ହେବା ଯାଏ ରଖନ୍ତୁ। ସ୍ବିଟ୍‌ ପଟାଟୋ ଚିପ୍ସ ଭଲ ଭାବେ ଫ୍ରାଏ ହୋଇଗଲା ପରେ ବେକିଂ ଟ୍ରେକୁ ଓଭନରୁ ବାହାର କରନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ବିଟ୍‌ ପଟାଟୋ ଚିପ୍ସ। ସର୍ଭିଂ ବୋଲ୍‌ରେ ବାହାର କରି ମନ ପସନ୍ଦର ଚଟଣୀ ସହିତ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଅଧାପୋଡ଼ା ସିଗାରେଟ୍ ଟାଣୁଥିବା
ହାଇଦ୍ରାବାଦର ଶେଷ ନିଜାମ୍ ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ବିଶ୍ୱର ସବୁ ସମୟର ସବୁଠାରୁ ଧନୀ। କିନ୍ତୁ ଧନାଢ଼୍ୟ ଶାସକ ଭାବରେ ଯେତିକି ସେ ଜଣାଶୁଣା ଥିଲେ, ସେତିକି ମଧ୍ୟ ଥିଲେ କୃପଣ। ସବୁ ଜମିଦାର ଏବଂ ଦରବାରୀ ସୁନାର ଅସରପି (ମୋହର) ନେଇ ନିଜାମଙ୍କ ଦରବାରକୁ ଆସୁଥିଲେ। ନିଜାମ ତାହା ଛୁଉଁଥିଲେ ଏବଂ ଫେରାଇ ଦେଉଥିଲେ, ଯାହା ଯେଉଁମାନଙ୍କର ପ୍ରାପ୍ୟ ଥିଲା। କିନ୍ତୁ ହାଇଦ୍ରାବାଦର ସପ୍ତମ ଏବଂ ଶେଷ ନିଜାମ୍ ଉଲ୍-ମୁଲ୍କ ଆସଫ୍ ଜାହା-୭ମ ବା ସାର୍ ମୀର୍ ଓସମାନ ଅଲ୍ଲୀ ଖାନ୍ ସିଦ୍ଦିକି ବାହାଦୂର ତାଙ୍କ ପୂର୍ବପୁରୁଷ ଅନ୍ୟ ଛଅଜଣ ନିଜାମଙ୍କ ଭଳି ତାହା ନ କରି ତାଙ୍କ ପାଖକୁ ଆସୁଥିବା ଅସରପିକୁ ସିଂହାସନ ତଳେ ଥିବା ଏକ କାଗଜ ଥଳୀରେ ରଖିଦେଉଥିଲେ। ଦରବାର ଶେଷ ହେବାପରେ ଏଇ ଅସରପି ଥଳିକୁ ନିଜାମଙ୍କ ଶୟନକକ୍ଷକୁ ନିଆଯାଉଥିଲା। ଧୀରେ ଧୀରେ ନିଜାମଙ୍କ ପାଖରେ ସୁନା ଅସରପିର ଏକ ପାହାଡ଼ ହୋଇଗଲା।