ସକାଳ ଜଳଖିଆ ପାଇଁ ତିଆରି କରନ୍ତୁ ସ୍ପ୍ରାଉଟ୍‌ ଉତ୍ତପମ


ଯଦି ସକାଳ ଜଳଖିଆରେ ଆପଣ କିଛି ଅଲଗା ଧରଣର ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବାକୁ ଚାହୁଛନ୍ତି, ତେବେ ସ୍ପ୍ରାଉଟ୍‌ ଉତ୍ତପମ ନିହାତି ଟ୍ରାଏ କରନ୍ତୁ। ଏହା ଏକ ଦକ୍ଷିଣ ଭାରତୀୟ ଖାଦ୍ୟ। ଏହା ତିଆରି କରିବା ଲାଗି ଆପଣଙ୍କୁ ବେଶୀ ସମୟ ମଧ୍ୟ ଲାଗିବ ନାହିଁ। ଚାଲନ୍ତୁ ଜାଣିବା ସ୍ପ୍ରାଉଟ୍‌ ଉତ୍ତପମ ରେସିପିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର

ଅଧ କପ୍‌ ଚାଉଳ, ଅଧ କପ୍‌ ବିରି, ୨ ଟି କଟା କଞ୍ଚା ଲଙ୍କା, ୧ ଟି କଟା ଟମାଟୋ, ୧ ଟି କଟା ପିଆଜ, ୩ ଟେବଲ ସ୍ପୁନ୍‌ ମଟର, ୩ ଟେବଲ ସ୍ପୁନ୍‌ ଗଜା ମୁଗ, ସ୍ବାଦାନୁସାରେ ଲୁଣ ଓ ତେଲ।

ପ୍ରସ୍ତୁତି ପ୍ରଣାଳୀ

ବିରି ଓ ଚାଉଳକୁ ଭିଜାଇ ପେସି ଦିଅନ୍ତୁ। ଏକ ପାତ୍ରରେ ଗଜା ମୁଗ, ପିଆଜ, ଟମାଟୋ, କଞ୍ଚା ଲଙ୍କା, ଧନିଆ ପତ୍ର, ମଟର ଓ ଲୁଣ ପକାଇ ଭଲ ଭାବେ ମିଶାନ୍ତୁ। ଏକ ନନ୍‌ଷ୍ଟିକ୍‌ ପ୍ୟାନ୍‌ରେ ତେଲ ଗରମ କରନ୍ତୁ। ଏଥିରେ ୨ ଟେବଲସ୍ପୁନ୍‌ ବିରି ଓ ଚାଉଳର ଆଣ ପକାଇ ଚକୁଳି ଭଳି ଚାରିଆଡ଼କୁ ସ୍ପ୍ରେଡ୍‌ କରନ୍ତୁ। ଏହା ଉପରେ ୨ ଟେବଲସ୍ପୁନ୍‌ ଗଜା ମୁଗର ମିଶ୍ରଣ ଦେଇ ଧିମା ଆଞ୍ଚରେ ଘୋଡ଼ାଇ ଦିଅନ୍ତୁ। ଉତ୍ତପମକୁ ଓଲଟାଇ ଅପରପାର୍ଶ୍ବକୁ ମଧ୍ୟ ସେକନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ପ୍ରାଉଟ୍‌ ଉତ୍ତପମ। ସାମ୍ବର କିମ୍ବା ଚଟଣୀ ସହିତ ଗରମ ଗରମ ପରଷନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?