ଓଡ଼ିଶାରେ ମାଟ୍ରିକ ପରୀକ୍ଷା ଆରମ୍ଭ


ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଶୁକ୍ରବାର ଆରମ୍ଭ ହେଉଛି। ପରୀକ୍ଷା ପରିଚାଳନାକୁ ନେଇ ସମସ୍ତ ପ୍ରସ୍ତୁତି ସରିଛି। ଦୁଇଦିନ ଆଗରୁ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ଗୁଡ଼ିକ ପହଞ୍ଚିଥିବା ବେଳେ ଫେବ୍ରୁଆରୀ ୨୨ ପରୀକ୍ଷା ଦିନ ସକାଳେ ଏଗୁଡ଼ିକ ନିର୍ଦ୍ଧାରିତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଞ୍ଚିବ। ଫେବ୍ରୁଆରୀ ୨୧ରେ ଓଡ଼ିଶା ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦକୁ ଦୃଷ୍ଟିରେ ରଖି ପ୍ରଶାସନ ବ୍ୟାପକ ପଦକ୍ଷେପ ନେଇଛି।

ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ରାଜ୍ୟରେ ୨,୯୫୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ପ୍ରଶ୍ନପତ୍ର ଗ୍ରହଣ, ଶିକ୍ଷକମାନଙ୍କ ତାଲିମ୍‌ ଏବଂ କେନ୍ଦ୍ର ଅଧୀକ୍ଷକଙ୍କ ତାଲିମ୍‌ ପାଇଁ ନୋଡାଲ ସେଣ୍ଟରମାନ ପରିଚାଳନା କରାଯାଉଛି। ନୋଡାଲ କେନ୍ଦ୍ରମାନଙ୍କରେ ପରୀକ୍ଷାର ଦୁଇଦିନ ପୂର୍ବରୁ ପ୍ରଶ୍ନପତ୍ର ପହଞ୍ଚିସାରିଛି ଓ ପ୍ରତ୍ୟେକ ନୋଡାଲ କେନ୍ଦ୍ରରେ ୪ ଜଣ ଲେଖାଏଁ ପୋଲିସଙ୍କ ହାତରେ ଏହାର ସୁରକ୍ଷା ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି। ପରୀକ୍ଷା ଶେଷ ହେବା ଯାଏ ହାତକୁ ନିଆଯିବାକୁ ଥିବା ପ୍ରତ୍ୟେକ କାମର ପ୍ରସ୍ତୁତି ସରିଥିବା ପରିଷଦର ପରୀକ୍ଷାର ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି କହିଛନ୍ତି।

ଗତବର୍ଷ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଏହା ନ ହେବା ପାଇଁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଏପରିକି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ମଧ୍ୟ ମୋବାଇଲ ନେଇ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ମନା ରହିଛି। ମୋବାଇଲ ଫୋନ ସହ ପରୀକ୍ଷା ହଲ୍‌କୁ ଯିବା ଜାମିନବିହୀନ ଅପରାଧ ଭାବେ ବିବେଚିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ୫୦୦ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଖଞ୍ଜାଯାଇଛି। ପ୍ରଥମ ଥର ପାଇଁ ପରୀକ୍ଷା ଦିନ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବାର ନିଷ୍ପତ୍ତି ନେଇଛି ବୋର୍ଡ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଧାନ ସଚିବ ପ୍ରଦୀପ୍ତ ମହାପାତ୍ର ପରୀକ୍ଷା ପରିଚାଳନାରେ ସ୍ବଚ୍ଛତା ଓ ସାଧୁତା ବଜାୟ ରଖିବା ପାଇଁ ସିସିଟିଭି ଲଗାଯାଇଥିବା ସୂଚନା ଦେଇଛନ୍ତି। ପରୀକ୍ଷା ଦିନ ସ୍କୁଲ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ମିଳିତ ଫୋରମ ବିକ୍ଷୋଭ କରିବ ବୋଲି ଚେତାବନୀ ଦେଇଥିବାରୁ କେନ୍ଦ୍ରଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ ପାଇଁ ଯୋଜନା ରହିଛି। ଆମେ ଆମ ଦାବି ପାଇଁ ଆମରଣ ଅନଶନ କରିବୁ ଏବଂ ପରୀକ୍ଷା ପରିଚାଳନା ଓ ଖାତାଦେଖାରେ ସମ୍ପୂର୍ଣ୍ଣ ଅସହଯୋଗ କରିବୁ ବୋଲି ଫୋରମର ଆବାହକ ଗୋଲକ ନାୟକ ଚେତାବନୀ ଦେଇଛନ୍ତି।

ଫେବ୍ରୁଆରୀ ୨୨ ଠାରୁ ଆରମ୍ଭ ହେଉଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୯ ତାରିଖ ଯାଏ ଚାଲିବ। ଫେବ୍ରୁଆରୀ ୧୧ ଏବଂ ୧୬ରେ ପ୍ରାକ୍ଟିକାଲ ପରୀକ୍ଷା ସରିଛି। ସଂସ୍କୃତ ଛାତ୍ରଛାତ୍ରୀଙ୍କ ମଧ୍ୟମା ମଧ୍ୟ ସମାନ ସମୟରେ ହେବ। ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଛନ୍ତି।

ପ୍ରଶ୍ନପତ୍ରର ଅବ୍‌ଜେକ୍‌ଟିଭ ପାର୍ଟ ପରିବର୍ତ୍ତନ ହେଉଥିବା ବେଳେ ସବ୍‌ଜେକଟିଭ୍‌ ପାର୍ଟ ଅପରିବର୍ତ୍ତିତ ରହିବ। ଫେବ୍ରୁଆରୀ ୨୨ରେ ପ୍ରଥମ ଭାଷା, ୨୫ରେ ଦ୍ବିତୀୟ ଭାଷା ଓ ଫେବ୍ରୁଆରୀ ୨୭ରେ ତୃତୀୟ ଭାଷାର ପରୀକ୍ଷା ହେବାକୁ ଥିବା ବେଳେ ମାର୍ଚ୍ଚ ୨ ତାରିଖରେ ଗଣିତ, ମାର୍ଚ୍ଚ ୮ରେ ସାମାଜିକ ବିଞାନ ପରୀକ୍ଷା ଆୟୋଜିତ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୯ଟାରୁ ୧୧ଟା ୩୦ ଯାଏ ହେବାକୁ ଥିବା ବେଳେ ଗଣିତ ପରୀକ୍ଷା ଦିନ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ ବୋଲି ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

ଟେଷ୍ଟି ଏଣ୍ଡ କ୍ରିସ୍‌ପୀ ଗୁଡ଼ ଚକୁଳିର
ଅଧିକାଂଶ ଭାରତୀୟ ସକାଳ ଜଳଖିଆରେ ଚକୁଳି ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଏଠାରେ ଗୁଡ଼ରେ ତିଆରି କରାଯାଇଥିବା ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ସାଧାରଣତଃ ଚକୁଳିକୁ ବିରି ଓ ଚାଉଳରେ ତିଆରି କରାଯାଉଥିବାବେଳେ ଏହି ଚକୁଳିରେ ଗୁଡ଼ ମିଶାଯାଇଥାଏ। ଏହାକୁ ଆପଣ ପିଲାଙ୍କ ଟିଫିନ୍‌ ବକ୍ସରେ ଦେଇପାରିବେ କିମ୍ବା ସକାଳ ବ୍ରେକ୍‌ଫାଷ୍ଟ ଓ ସନ୍ଧ୍ୟା ସ୍ନାକ୍‌ସ ଭାବେ ମଧ୍ୟ ଖାଇପାରିବେ। ଏହି ଚକୁଳି ଗୁଡ଼, ଚାଉଳ ଚୁନା ଓ ଅଟାର ମିଶ୍ରଣରେ ତିଆରି କରାଯାଇଥାଏ। ଗୁଡ଼ରେ ଆଇରନ୍‌ର ଉତ୍ତମ ସ୍ରୋତ ଥିବାବେଳେ ଅଟାରେ ଅନେକ ପ୍ରକାରର ପୋଷକତତ୍ତ୍ବ ଓ ଫାଇବର ରହିଛି। ଚାଲନ୍ତୁ ଜାଣିବା ଏହି ଗୁଡ଼ ଚକୁଳିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।