ଶିକ୍ଷା ଓ କ୍ୟାରିଅର
କେନ୍ଦ୍ରୀୟ ବିଦ୍ୟାଳୟରେ ୧ ମାର୍ଚ୍ଚରୁ ନାମଲେଖା ପାଇଁ ପଞ୍ଜୀକରଣ

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ୨୦୧୯-୨୦ ନାମଲେଖା ପାଇଁ ବିଞପ୍ତି ଜାରି ହୋଇଛି। କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଅନ୍ଲାଇନ ପଞ୍ଜୀକରଣ ୧ ମାର୍ଚ୍ଚରୁ ଆରମ୍ଭ ହେବ। ଏହା ୧୯ ମାର୍ଚ୍ଚ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଚାଲୁରହିବ।
ପ୍ରଥମ ତାଲିକା ୨୬ ମାର୍ଚ୍ଚରେ ପ୍ରକାଶ ପାଇବ। ଦ୍ବିତୀୟ ତାଲିକା ୯ ଏପ୍ରିଲରେ ଜାରି ହେବ। ଦ୍ବିତୀୟ ତାଲିକା ପରେ ମଧ୍ୟ ସ୍ଥାନ ଖାଲି ପଡ଼ିଲେ ତୃତୀୟ ତାଲିକା ୨୩ ଏପ୍ରିଲରେ ପ୍ରକାଶିତ ହେବ। ଆବେଦନ ପ୍ରକ୍ରିୟା ୧୯ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ। ତେବେ ଆବଶ୍ୟକ ପରିମାଣର ଆବେଦନ ନ ପହଞ୍ଚିଲେ ୩୦ ମାର୍ଚ୍ଚରୁ ପୁଣି ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ନାମଲେଖା ୮ ଏପ୍ରିଲ ଠାରୁ ହେବ। ସିଟ୍ ଖାଲି ପଡ଼ିଥିବା ସ୍ଥଳେ ଦ୍ବିତୀୟ ଶ୍ରେଣୀ ଏବଂ ଏହାର ପରବର୍ତ୍ତୀ ଶ୍ରେଣୀ ଗୁଡ଼ିକରେ ଆବେଦନ ପ୍ରକ୍ରିୟା ୨ ଏପ୍ରିଲ ଠାରୁ ଆରମ୍ଭ ହେବ।
ଦ୍ବାଦଶ ଶ୍ରେଣୀକୁ ବାଦ୍ ଦେଇ ଦ୍ବିତୀୟ ଏବଂ ଅନ୍ୟ ଶ୍ରେଣୀଗୁଡ଼ିକ ପାଇଁ ଆବେଦନ ପ୍ରକ୍ରିୟା ୨ ଏପ୍ରିଲ ସକାଳ ୮ଟାରୁ ଆରମ୍ଭ ହୋଇ ୯ ଏପ୍ରିଲ ୪ଟା ଯାଏ ଚାଲୁରହିବ। ଆବେଦନ କେନ୍ଦ୍ରୀୟ ବିଦ୍ୟାଳୟର ୱେବ୍ସାଇଟ http://kvsangathan.nic.in ରୁ ନାମଲେଖା ସମ୍ପର୍କିତ ସମସ୍ତ ବିସ୍ତୃତ ସୂଚନା ହାସଲ କରିପାରିବେ। ବିଞପ୍ତି ଅନୁଯାୟୀ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ ନାମଲେଖା ପାଇଁ ଆବେଦନ ଜୁଲାଇ ୧ରୁ ଆରମ୍ଭ ହେବ। ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ବୟସ ୫ରୁ ୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ଅଭିଭାବକମାନେ ଜନ୍ମ ପ୍ରମାଣପତ୍ର ସହିତ କେଉଁ ବିଭାଗରେ ଚାକିରି କରୁଛନ୍ତି, ତା’ର ପ୍ରମାଣପତ୍ର ଦାଖଲ କରିବାକୁ ହେବ। ଏକମାତ୍ର କନ୍ୟା ସନ୍ତାନ ହୋଇଥିବା ସ୍ଥଳେ ପ୍ରତ୍ୟେକ କେନ୍ଦ୍ରୀୟ ବିଦ୍ୟାଳୟରେ ୨ଟି ସିଟ୍ ସଂରକ୍ଷିତ ସୁବିଧା ମିଳିବ। ଏହାର ଲାଭ ନେବାକୁ ହେଲେ ଅଭିଭାବକଙ୍କୁ ଶପଥ ପାଠ ଦେବାକୁ ହେବ। ଜନ୍ମ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର, ଅଭିଭାବକଙ୍କ ଚାକିରି ପ୍ରମାଣପତ୍ର ଦାଖଲ କରିବାର ନିୟମ ରହିଛି।
ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ