୫ ବର୍ଷରେ ୧୬ ଆଶ୍ରମ ଛାତ୍ରୀ ଗର୍ଭବତୀ

୬.୪୭ ପ୍ରତିଶତ ଛାତ୍ରୀଙ୍କୁ ଏକାନ୍ତରେ ଘରକୁ ଡାକନ୍ତି ଶିକ୍ଷକ

ଶିକ୍ଷା ମନ୍ଦିରରେ ଚାଲିଛି ଯୌନ କେଳେଙ୍କାରୀ। ନିରୀହ ଛାତ୍ରୀମାନଙ୍କୁ କରାଯାଉଛି ଟାର୍ଗେଟ୍‌। ପାଠପଢ଼ା ଶେଷରେ ସାର୍ଟିଫିକେଟ୍‌ ଖଣ୍ଡିଏ ନେଇ ଚାକିରି କିମ୍ବା ଉଚ୍ଚଶିକ୍ଷା କ୍ଷେତ୍ରକୁ ଫେରିବାର ଲକ୍ଷ୍ୟ ରଖିଥିବା ଛାତ୍ରୀମାନେ କୋଳରେ ଛୁଆ ନେଇ ଫେରୁଛନ୍ତି। ଅବିବାହିତାଙ୍କ କୋଳରେ ଛୁଆକୁ ନେଇ ସମାଜରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ହେଁ ସରକାର ଓ ବିଭାଗୀୟ ହାକିମମାନେ ସମ୍ପୃକ୍ତ ଶିକ୍ଷକମାନଙ୍କୁ ଘଣ୍ଟ ଘୋଡ଼େଇବାର ଅପଚେଷ୍ଟା କରୁଛନ୍ତି।

ଓଡ଼ିଶା ସରକାରଙ୍କ ଆଦିବାସୀ-ହରିଜନ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଆଶ୍ରମ ସ୍କୁଲଗୁଡ଼ିକ ମଧ୍ୟରୁ ବିଗତ ପାଞ୍ଚ ବର୍ଷ ମଧ୍ୟରେ ୧୬ଟି ଦୁଷ୍କର୍ମ ଘଟଣା ପଦାକୁ ଆସିଛି। ବିଧାନସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ଲାଲ ବିହାରୀ ହିମିରିକା ୧୬ଟି ଦୁଷ୍କର୍ମ ଘଟଣାରୁ ୮ଟି ଘଟଣା ବିଦ୍ୟାଳୟର ଶିକ୍ଷକମାନଙ୍କ ଦ୍ବାରା ହୋଇଥିବା ସ୍ବୀକାର କରିଛନ୍ତି। ବିଭାଗୀୟ ଅଧିକାରୀମାନେ ବିଦ୍ୟାଳୟ ବାହାର ସମ୍ପର୍କକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଶିକ୍ଷକଙ୍କୁ ଦାୟୀ କରୁଥିବା ପୀଡ଼ିତା ଛାତ୍ରୀର ସ୍ବରକୁ ଦବାଇ ଦିଆଯାଉଛି। ଅଭିଭାବକ କମିଟି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଓ ବିଭାଗୀୟ ଉଚ୍ଚ ପଦସ୍ଥ କର୍ମକର୍ତ୍ତାମାନଙ୍କ ମଧ୍ୟରେ ସଲାସୁତୁରା କରାଯାଉଥିବାରୁ ପୀଡ଼ିତା ନ୍ୟାୟ ପ୍ରାପ୍ତିରୁ ବଞ୍ଚିତ ହେଉଛି ବୋଲି ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି।

ଛାତ୍ରୀ ନିବାସଗୁଡ଼ିକରେ ମହିଳା ୱାର୍ଡେନ ନିଯୁକ୍ତି ପ୍ରକ୍ରିୟା ପୂର୍ଣ୍ଣାଙ୍ଗ ହୋଇ ପାରି ନ ଥିବା ବେଳେ ଏବେ ବି ଅନେକ ଅଗ୍ରଣୀ ସ୍କୁଲରେ ପୁରୁଷ କର୍ମଚାରୀମାନେ ରହୁଥିବା ଜଣାଯାଇଛି। ନିକଟରେ ଆକ୍ସନ ଏଡ୍‌ ସଂସ୍ଥା ପକ୍ଷରୁ କନ୍ଧମାଳ ଜିଲାର ୧୩୬ ଆଶ୍ରମ ସ୍କୁଲ ମଧ୍ୟରୁ ୯.୩୫ ପ୍ରତିଶତ ବିଦ୍ୟାଳୟରେ ଏକ ନମୁନା ସର୍ଭେ କରାଯାଇଥିଲା। ଏଥିରୁ ଆଶ୍ରମ ସ୍କୁଲର ଅନେକ ରୁଗ୍‌ଣ ଚିତ୍ର ସାମ୍ନାକୁ ଆସିଛି। ସର୍ବେକ୍ଷଣ କହୁଛି ଏବେ ବି ୬.୪୭ ପ୍ରତିଶତ ଛାତ୍ରୀଙ୍କୁ ସେହି ସ୍କୁଲର ଶିକ୍ଷକମାନେ ଏକାନ୍ତରେ ସେମାନଙ୍କ ଘରକୁ ଡାକନ୍ତି। ଛାତ୍ରୀମାନଙ୍କୁ ଏକାନ୍ତରେ ଡାକିବା ଭଳି ସଂଗୀନ ଅଭିଯୋଗକୁ ନେଇ ବିଭାଗୀୟ ଅଧିକାରୀଙ୍କ ମତ ଲୋଡ଼ାଯିବା ପରେ ସେମାନେ ଏହାକୁ ଅସ୍ବୀକାର କରିଛନ୍ତି।

ବିଭାଗୀୟ ଅଧିକାରୀମାନେ ଏଭଳି ସଂଗୀନ୍‌ ଅଭିଯୋଗକୁ ଚପାଇ ଦେଉଥିବାରୁ କୋରାପୁଟ ଜିଲା ଜୟପୁର ବ୍ଳକ ଉମୁରି ସେବାଶ୍ରମ ଘଟଣା ପରି ଦୁଷ୍କର୍ମ ଘଟଣା ଗୁଡ଼ିକର ସଂଖ୍ୟା ବଢ଼ି ବଢ଼ି ଚାଲିଛି ବୋଲି ଜିଲା ଦଳିତ ମଞ୍ଚ ଅଭିଯୋଗ କରିଛି। ଉମୁରି ଆଶ୍ରମ ସ୍କୁଲର ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ସେହି ବିଦ୍ୟାଳୟରେ ପ୍ରସବ କରିବା ଘଟଣାକୁ ନେଇ କାର୍ଯ୍ୟରେ ଅବହେଳା ଦର୍ଶାଇ ଯେଉଁ ଦୁଇଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ସେମାନଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି ଏବଂ କନ୍ଧମାଳ ଜିଲାରେ ମଧ୍ୟ ଅନୁରୂପ ଘଟଣା ପାଇଁ ନିଲମ୍ବିତ ଶିକ୍ଷକଙ୍କୁ ପୁନଃନିଯୁକ୍ତି ପ୍ରଦାନ କରାଯାଇଛି।

ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯାଉ ନାହିଁ। କନ୍ୟାଶ୍ରମ ପରିସର ଭିତରେ ପୁରୁଷ କର୍ମୀମାନଙ୍କୁ ରହିବା ପାଇଁ ଅନୁମତି ଦିଆଯାଉଛି କିପରି? ଜିଲା ସମାଜ ମଙ୍ଗଳ ଅଧିକାରୀ, ଜିଲା ମଙ୍ଗଳ ଅଧିକାରୀ, ସମନ୍ବିତ ଆଦିବାସୀ ଉନ୍ନୟନ ଅଧିକାରୀ ଓ ଜିଲାପାଳ ଏ ସମ୍ପର୍କରେ ରିପୋର୍ଟ ମାଗୁ ନାହାନ୍ତି କିପରି? ତୁରନ୍ତ ବିଚାର କରାଯାଇ ଅଭିଯୁକ୍ତଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ନାହିଁ କାହିଁକି?

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

୩୨ତମ ଅଲିମ୍ପିକ୍ସ ଉଦଯାପିତ: ଟୋକିଓକୁ
ଟୋକିଓ: ୧୭ ଦିନ ଧରି ଚାଲିଥିବା କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ୩୨ତମ ସଂସ୍କରଣରେ ରବିବାର ପୂର୍ଣ୍ଣଚଛେଦ ପଡ଼ିଛି। ଗତ ୨୦୨୦ରେ ସଂସ୍କରଣଟି ଆୟୋଜିତ ହେବାକୁ ଥିଲେ ହେଁ କୋରୋନା ମହାମାରୀ କାରଣରୁ ଏହାକୁ ବର୍ଷେ ଘୁଞ୍ଚାଇ ଦିଆଯାଇଥିଲା। ଜାପାନରେ ଗତ ୨୩ ତାରିଖରେ ସଂସ୍କରଣ ଆରମ୍ଭ ପୂର୍ବରୁ ରାଜଧାନୀ ଟୋକିଓରେ ଏମର୍ଜେନସି ଜାରି ହେବା ସତ୍ତ୍ବେ ଆୟୋଜକଙ୍କ ଦୃଢ଼ ଇଛାଶକ୍ତି ଓ ଅଂଶୀଦାର ଦେଶର ସହଯୋଗ ବଳରେ ଅନତର୍ଜାତୀୟ ଅଲିମ୍ପିକ୍ସ କମିଟି (ଆଇଓସି) ଓ ଟୋକିଓ ୨୦୨୦ ସୁଚାରୁ ରୂପେ ଶେଷ କରିଛନ୍ତି। ସଂସ୍କରଣଟି ରବିବାର ଉଦଯାପିତ ହୋଇଥିବା ବେଳେ ବିନା ଦର୍ଶକରେ ଆୟୋଜିତ ହୋଇଥିଲେ ମଧ୍ୟ ବିଶ୍ବବ୍ୟାପୀ ଦର୍ଶକ ଏହାକୁ ମନଭରି ଉପଭୋଗ କରିଛନ୍ତି। ଆକର୍ଷଣୀୟ ଉଦଘାଟନୀ ଉତ୍ସବ ସହ ଆରମ୍ଭ ହୋଇଥିବା ଅଲିମ୍ପିକ୍ସର ୩୨ତମ ସଂସ୍କରଣଟି ରଙ୍ଗିନ ଆଲୋକମାଳା ସହ ରଙ୍ଗବେରଙ୍ଗର ଆତସବାଜି ସହ ଶେଷ ହୋଇଛି। ଆତସବାଜିରେ ଟୋକିଓ ଆକାଶ ପ୍ରଜ୍ଜ୍ବଳିତ ହେବା ସହ ଅଲିମ୍ପିକ୍ ରିଙ୍ଗଗୁଡ଼ିକର ଚିତ୍ର ପ୍ରତିଫଳିତ ହୋଇଥିଲା, ଯାହାକି ବେଶ୍ ଉପଭୋଗ୍ୟ ଥିଲା। ଏଥିସହ ଜାପାନ ରାଜଧାନୀରେ ଅଲିମ୍ପିକ୍ସ ଇଭେଣ୍ଟ ଉପରେ ପରଦା ଟଣାଯାଇଛି ଓ ପରବର୍ତ୍ତୀ ସଂସ୍କରଣର ଆୟୋଜକ ପ୍ୟାରିସକୁ ପତାକା ହସ୍ତାନ୍ତର କରାଯାଇଛି। ଏହି ପତାକା ହସ୍ତାନ୍ତର ସହ କୌଣସି ପ୍ରକାର ବାଧାବିଘ୍ନ ଅଲିମ୍ପିକ୍ସ ପରି କ୍ରୀଡ଼ା ମହାକୁମ୍ଭ ଆୟୋଜନରେ ବାଧକ ହୋଇପାରିବ ନାହିଁ, ଏପରି ଏକ ବାର୍ତ୍ତା ମଧ୍ୟ ଦିଆଯାଇଛି। ତା’ଛଡ଼ା ଘାତକ କୋରୋନାରେ ମୃତ୍ୟୁବରଣ କରିଥିବା ସଂକ୍ରମିତଙ୍କୁ ମଧ୍ୟ ସ୍ମରଣ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଭାରତର ଧ୍ବଜାବାହକ ଦାୟିତ୍ବ ବ୍ରୋଞ୍ଜପଦକ ଜିତିଥିବା ପୁରୁଷ ରେସଲର୍ ବଜରଙ୍ଗ ପୁନିଆ ଶ୍ରେଷ୍ଠ ପ୍ରଦର୍ଶନକାରୀ ପ୍ରତିଯୋଗୀଙ୍କ ନେତୃତ୍ବ ନେଇଥିଲେ।