ସର୍ବକାଳୀନ ସର୍ବାଧିକ ବିକ୍ରି ପୁସ୍ତକ


୧୮୫୯ ମସିହାରେ ପ୍ରକାଶିତ ଚାର୍ଲସ ଡିକେନ୍‌ସଙ୍କ ‘ଏ ଟେଲ୍‌ ଅଫ୍‌ ଟୁ ସିଟିଜ୍‌’ ଉପନ୍ୟାସ  ବିଶ୍ୱର ସର୍ବକାଳୀନ ସର୍ବାଧିକ ବିକ୍ରି  ପୁସ୍ତକ। ଏ ପର୍ଯ୍ୟନ୍ତ ଏହାର ବିକ୍ରି ସଂଖ୍ୟା ପ୍ରାୟ ୨୦ କୋଟି। ତିନୋଟି ଅଧ୍ୟାୟରେ ବିଭକ୍ତ ଏହି ଉପନ୍ୟାସରେ ଫରାସୀ ବିପ୍ଳବ ପୃଷ୍ଠଭୂମିରେ ଲଣ୍ଡନ ଓ ପ୍ୟାରିସ - ଏହି ଦୁଇଟି ସହରର ଜୀବନଶୈଳୀ ପରିବେଷଣ କରାଯାଇଛି। ଏହା ‘ଅଲ ଦ ଇଅର ରାଉଣ୍ଡ’ ନାମକ ଗୋଟିଏ ସାପ୍ତାହିକ ସାହିତ୍ୟ ପତ୍ରିକାରେ ୧୮୫୯ ମସିହା ଏପ୍ରିଲ ମାସରୁ ନଭେମ୍ବର ପର୍ଯ୍ୟନ୍ତ ଧାରାବାହିକ ଭାବେ ପ୍ରକାଶ ପାଉଥିଲା।

ଉପନ୍ୟାସର ନାୟିକା ଲୁସି ମାନେଟଙ୍କ ସହିତ ଡିକେନ୍‌ସଙ୍କ ପ୍ରେମିକା ଏଲେନ୍ ଟରନାନ୍‌ଙ୍କ ବହୁ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ। ଏହି ଉପନ୍ୟାସ ଆଧାରରେ ୬ଟି ପୂର୍ଣ୍ଣାଙ୍ଗ ଚଳଚିତ୍ର ପ୍ରସ୍ତୁତ ହୋଇଛି। ୧୯୧୧, ୧୯୧୭ ଓ ୧୯୨୨ ମସିହାରେ ତିନୋଟି ସାଇଲେଣ୍ଟ ଫିଲ୍ମ ପ୍ରସ୍ତୁତ ହୋଇଥିଲା। ରେଡିଓ, ଟିଭି ଏବଂ ଥିଏଟରରେ ବହୁବାର ଏହି ଉପନ୍ୟାସର ନାଟକ ରୂପାନ୍ତର ପରିବେଷଣ କରାଯାଇଛି। ଆର୍ଥିକ ଅନଟନ ହେତୁ ଚାର୍ଲସ ଡିକେନସ୍ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିପାରି ନ ଥିଲେ। ତଥାପି ଦୀର୍ଘ ୨୦ ବର୍ଷ ଧରି ଗୋଟିଏ ପତ୍ରିକା ସମ୍ପାଦନା କରିଥିଲେ ଏବଂ ସେ ହେଉଛନ୍ତି ୧୫ଟି ଉପନ୍ୟାସ, ୫ଟି ଉପନ୍ୟାସିକା, ଶତାଧିକ କ୍ଷୁଦ୍ରଗଳ୍ପ ଓ ନିବନ୍ଧର ସ୍ରଷ୍ଟା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ